Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଷ୍ଟମ ସନ୍ଧ୍ୟାରେ ଜନସମୁଦ୍ରରେ ପରିଣତ ହେଲା ଆଦିବାସୀ ମେଳା : ସାତ ଦିନର ରେକର୍ଡ ଭାଙ୍ଗିଲା କାରବାର
ଆଜିର ଖବର

ଅଷ୍ଟମ ସନ୍ଧ୍ୟାରେ ଜନସମୁଦ୍ରରେ ପରିଣତ ହେଲା ଆଦିବାସୀ ମେଳା : ସାତ ଦିନର ରେକର୍ଡ ଭାଙ୍ଗିଲା କାରବାର

February 4, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଆଦିବାସୀ ମେଳାର ଅଷ୍ଟମ ସନ୍ଧ୍ୟା ବେଶ୍‌ ଜନଗହଳି ପୂର୍ଣ୍ଣ ରହିଥିଲା । ପ୍ରାୟ ଦୁଇ ଲକ୍ଷ ଲୋକ ମେଳା ବୁଲିବାକୁ ଆସିଥିଲେ । ସମଗ୍ର ମେଳା ପରିସରଟି ସେଲ୍ଫି ଜୋନ୍‌ ପରି ମନେ ହେଉଥିଲା । ଆବାଳବୃଦ୍ଧ ବନିତା ଦଳ ଦଳ ହୋଇ ବିଭିନ୍ନ ଆକର୍ଷଣୀୟ ସ୍ଥାନରେ ଫଟୋ ଉଠାଉଥିବାବେଳେ ମେଳାରେ କାରବାର ଗତ ସାତ ଦିନରେ ରେକର୍ଡ ଭାଙ୍ଗି ଗୋଟିଏ ଦିନରେ 85 ଲକ୍ଷ ଟଙ୍କା ଟପିଯାଇଛି ।

ମେଳାରେ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବରେ ଶେଷ ରଜନୀ ଥିବାବେଳେ ଗୁଜୁରାଟ, ନାଗାଲାଣ୍ଡ, ମହାରାଷ୍ଟ୍ର, ମଣିପୁର, ସିକିମ୍‌, ଅରୁଣାଚଳ ପ୍ରଦେଶ, ଆସାମ ସମେତ ଓଡ଼ିଶାର ଗାଦ୍‌ବା ଜନଜାତିଙ୍କ ନୃତ୍ୟ ପରିବେଷଣ ଖୁବ୍‌ ଆର୍କଷଣୀୟ ହୋଇଥିଲା । ଲୋକେ ନୃତ୍ୟମଣ୍ଡପ ସମ୍ମୁଖରେ ଛିଡାହୋଇ ନୃତ୍ୟ ଦେଖିବା ସହିତ ମେଳା ପରିସରରେ ଲାଗିଥିବା ବଡ ବଡ ଟିଭି ପରଦାରେ ବି ନୃତ୍ୟକୁ ଉପଭୋଗ କରିଥିଲେ । ସେହିପରି ଖାଦ୍ୟମେଳା ପରିସରରେ ବେଶ୍‌ ଗହଳି ପରିଲକ୍ଷିତ ହୋଇଥିଲା । ଅନେକ ଦର୍ଶକ ଖାଦ୍ୟ ପାଇବା ପାଇଁ ବେଶ୍‌ କସରତ କରୁଥିଲେ । ଖାଦ୍ୟ ମେଳାରୁ 12 ଲକ୍ଷଟଙ୍କାର ବ୍ୟବସାୟ ହୋଇଥିବାବେଳେ ହସ୍ତଶିଳ୍ପ ମଣ୍ଡପରୁ 6 ଲକ୍ଷ ଓ ଆଦିବାସୀ ହାଟରୁ 4 ଲକ୍ଷ 70 ହଜାର ଟଙ୍କାର କାରବାର ହୋଇଥିବାର ସୂଚନା ମିଳିଛି । ଜାତୀୟ ଆଦିବାସୀ ମହୋତ୍ସବ ସହିତ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବକୁ ଦର୍ଶକେ ବେଶ୍‌ ଉପଭୋଗ କରିଥିଲେ । ମେଳା ପଡ଼ିଆରେ ଏତେ ସଂଖ୍ୟାରେ ଜନ ସମାଗମ ହୋଇଥିବା ସତ୍ତ୍ବେ ବି କୌଣସି ପ୍ରକାରର ଅଘଟଣ ଘଟିନଥିବାର ସୂଚନା ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ପଶ୍ଚିମ ଓଡ଼ିଶାର ରେଳ ସଂଯୋଗକୁ ନୂଆ ଗତି: ପୋତନୁର-ଧନବାଦ ଅମୃତ ଭାରତ ଏକ୍ସପ୍ରେସର ପ୍ରଚଳନ

March 12, 2026
Latest News

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.