ରେପୋ ରେଟ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

Published: Feb 6, 2020, 12:16 pm IST

ନୂଆଦିଲ୍ଲୀ : ରେଟ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଗୁରୁବାର ଆରବିଆଇ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଥିବା ବେଳେ ରେପୋ ରେଟ ପୂର୍ବବତ 5.15 ପ୍ରତିଶତ ରହିଛି । ଗୁରୁବାର ଅନୁଷ୍ଠିତ ଅର୍ଥନୈତିକ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ 2020-21 ଆର୍ଥିକ ବର୍ଷ ନିମନ୍ତେ ସଂଶୋଧିତ ଅଭିବୃଦ୍ଧି ହାର 5.5 ପ୍ରତିଶତ ରଖାଯାଇଛି । ପୂର୍ବରୁ ଜିଡିପି 6 ପ୍ରତିଶତ ରହିବା ନେଇ ଆରବିଆଇ ପକ୍ଷରୁ ଆକଳନ କରାଯାଇଥିଲା । ମାନ୍ଦାବସ୍ଥା ଏହି ସମୟରେ 7.35 ପ୍ରତିଶତ ରହିଥିବା ବେଳେ ଏହାର ମୁକାବିଲା ପାଇଁ ରେପୋରେଟ୍ ଅପରିବର୍ତ୍ତିତ ରଖାଯାଇଛି ।

Related posts