Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଳ ବଜେଟ୍‌ ଉପରେ ପ୍ରତିକ୍ରିୟା ରଖିଲେ ସସ୍ମିତ ପାତ୍ର : ରେଳ ବଜେଟ୍‌ ହ୍ରାସ ଚିନ୍ତାର କାରଣ
ଆଜିର ଖବର

ରେଳ ବଜେଟ୍‌ ଉପରେ ପ୍ରତିକ୍ରିୟା ରଖିଲେ ସସ୍ମିତ ପାତ୍ର : ରେଳ ବଜେଟ୍‌ ହ୍ରାସ ଚିନ୍ତାର କାରଣ

February 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଭୁବନେଶ୍ୱର : ରାଜ୍ୟରେ ସବୁଠାରୁ କମ୍‍ ରେଳଲାଇନ୍‍ ଥିବାବେଳେ ଭାରତୀୟ ରେଳବାଇକୁ ସର୍ବାଧିକ ରାଜସ୍ୱ ଦେଉଥିବା ଓଡିଶାକୁ ଚଳିତ ରେଳ ବଜେଟ୍‍ରେ ଅନୁଦାନ ପରିମାଣ ଗତବର୍ଷ ଅପେକ୍ଷା ହ୍ରାସ ପାଇଛି । ଏହା ଏବେ ଚିନ୍ତାର କାରଣ ବୋଲି ରେଳ ବଜେଟ୍‍ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର କହିଛନ୍ତି ଯେ ଅର୍ଥନୈତିକ କ୍ଷେତ୍ରରେ ଲାଭଜନକ ହେବାକୁ ଥିବା ଗୋପାଳପୁର-ସମ୍ବଲପୁର ପ୍ରସ୍ତାବିତ ରେଳଲାଇନ୍‍କୁ ଓଡିଶା ପକ୍ଷରୁ ସ୍ୱାଗତ କରିଥିବାବେଳେ ଏହା ଧାର୍ଯ୍ୟ ସମୟ ମଧ୍ୟରେ ଏହି ପ୍ରକଳ୍ପ ସରିବା ଆବଶ୍ୟକ ବୋଲି କହିଛନ୍ତି ସସ୍ମିତ ପାତ୍ର । ରାଜ୍ୟ ସରକାର ଅଂଶଧନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା କୌଣସି ସ୍ଥାନରେ ନୂତନ ପ୍ରକଳ୍ପ ଘୋଷଣା ହୋଇନାହିଁ ବୋଲି କହିଛନ୍ତି ଡ. ପାତ୍ର । ପୁରୀ-କୋଣାର୍କ, ବରଗଡ-ନୂଆପଡା, ଯାଜପୁର-ଆରଡି-ଧାମରା, ଚକୁଳିଆ-ବୁରାମରା, ଗୁଣୁପୁର-ଥେରୁବାଲି (ନୂଆ ଲାଇନ୍‍) ଆଦି ପାଇଁ ରାଜ୍ୟ ସରକାର ସହାୟତା ଲାଗି ପ୍ରତିଶ୍ରୁତି ଦେଇଥିଲେ । ତେଜସ୍‍ ଏକ୍ସପ୍ରେସ୍‍ ଭଳି ରେଳ ଚଳାଚଳକୁ ବିଜେଡି ସ୍ୱାଗତ କରିଥିବାବେଳେ ଓଡିଶାରେ ଏଭଳି ରେଳଗାଡି ଚଳାଇବାକୁ ଡକ୍ଟର ପାତ୍ର ମତ ଦେଇଛନ୍ତି । ସେହିଭଳି ବରାଦ ଅର୍ଥ ଯେଭଳି ଠିକଣା ସମୟରେ ଖର୍ଚ୍ଚ ହେବ ଏବଂ ବିଳମ୍ବିତ ହେଉଥିବା ପ୍ରକଳ୍ପ ଗୁଡିକୁ ତ୍ୱରାନ୍ୱିତ ଭିତ୍ତିରେ ସରିବ ସେ ଦିଗରେ ପଦକ୍ଷେପ ନେବା ପାଇଁ ଡକ୍ଟର ପାତ୍ର କହିଛନ୍ତି ।

ସସ୍ମିତ ପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ହାଇଦ୍ରାବାଦ-ବିଜୟୱାଡା ରାଜପଥରେ ଭୟଙ୍କର ଦୁର୍ଘଟଣା: ୬ ମୃତ; ୨୦ ଗୁରୁତର

August 26, 2026

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରସ୍ତୁତି ବୈଠକ ସେପ୍ଟେମ୍ବର ୨ରୁ ପ୍ରଥମ ପର୍ଯ୍ୟାୟ ଯାତ୍ରା ଆରମ୍ଭ

August 26, 2026

ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀମାନଙ୍କୁ ପେନସନ୍ ଦାବିରେ ଗାନ୍ଧିମାର୍ଗରେ ଗଣଧାରଣା ଜାରୀ

August 26, 2026

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବମାନଙ୍କର ଜାତୀୟ ସମ୍ମିଳନୀ

August 26, 2026
Latest News

ହାଇଦ୍ରାବାଦ-ବିଜୟୱାଡା ରାଜପଥରେ ଭୟଙ୍କର ଦୁର୍ଘଟଣା: ୬ ମୃତ; ୨୦ ଗୁରୁତର

August 26, 2026

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରସ୍ତୁତି ବୈଠକ ସେପ୍ଟେମ୍ବର ୨ରୁ ପ୍ରଥମ ପର୍ଯ୍ୟାୟ ଯାତ୍ରା ଆରମ୍ଭ

August 26, 2026

ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀମାନଙ୍କୁ ପେନସନ୍ ଦାବିରେ ଗାନ୍ଧିମାର୍ଗରେ ଗଣଧାରଣା ଜାରୀ

August 26, 2026

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବମାନଙ୍କର ଜାତୀୟ ସମ୍ମିଳନୀ

August 26, 2026

ରାକ୍ଷୀପୂର୍ଣ୍ଣିମା ପୂର୍ବରୁ ଆଖିବୁଜିଲେ ଭାଇ-ଭଉଣୀ: ସାପ କାମୁଡ଼ାରେ ୪ ମୃତ

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.