ଦଶ ଦିନର ମହଲତ ଦେଲା ସେସୁ 

Published: Feb 6, 2020, 7:05 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଦଶ ଦିନ ପାଇଁ ବିଦ୍ୟୁତ ଦେୟ ଖିଲାପକାରୀଙ୍କୁ ମହଲତ ଦେଲା ସେସୁ । ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଖିଲାପକାରୀଙ୍କ ବିଦ୍ୟୁତ୍‌ କାଟ ହେବନି । ଏହି ସମୟ ମଧ୍ୟରେ ଦେୟ ପୈଠ ନ କଲେ ପୁଣି ବିଦ୍ୟୁତ କାଟ ହେବ। ବର୍ତ୍ତମାନ ସୁଦ୍ଧା 72 କୋଟି 76 ଲକ୍ଷ ବକେୟା ଆଦାୟ ହୋଇଛି । 21 ହଜାର 339 ଜଣ ଦେୟ ଖିଲାପକାରୀଙ୍କ ବିଦ୍ୟୁତ କଟାଯାଇଛି । ମୋଟ 7 ଲକ୍ଷ ଲୋକଙ୍କ ଉପରେ ବକେୟା ରହିଛି ବୋଲି କହିଛନ୍ତି ଅରୁଣ ବୋଥ୍ରା । ପୂର୍ବରୁ ସେସୁ ତରଫରୁ ଏନେଇ ଘୋଷଣା କରାଯାଇଥିଲା । ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନକଲେ ସାଧାରଣ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସେବାରୁ ବଞ୍ଚିତ କରାଯିବ ବୋଲି ସେସୁ ତରଫରୁ ଘୋଷଣା କରାଯାଇଥିଲା । ଏନେଇ ଜାନୁଆରୀ 15 ତାରିଖ ପରଠାରୁ ବିଦ୍ୟୁତ୍‌ କାଟ୍‌ ମଧ୍ୟ କରାଯାଇଥିଲା । ଏହା ପରେ ବକେୟା ଆଦାୟ କରାଯାଇଥିବାବେଳେ ଅନ୍ୟ ଖିଲାପକାରୀଙ୍କୁ ଆଉ ଥରେ ସୁଯୋଗ ପ୍ରଦାନ କରାଯାଇଛି ।

Related posts