ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଆଜି ଓଡ଼ିଶାର ଅନେକ ସ୍ଥାନରେ ଝିପିଝିପି ବର୍ଷା ହେବା ସହ ପାଗ କୋହଲା ରହିଛି। ଆସନ୍ତା 9ତାରିଖ ଯାଏଁ ବର୍ଷା ଲାଗି ରହିବ । ଆସନ୍ତା ଦୁଇରୁ ତିନ ଦିନ ପର୍ଯ୍ୟନ୍ତ କୋହଲା ପାଗରୁ ନିସ୍ତାର ମିଳିବ ନାହିଁ। ଆସନ୍ତା 10 ତାରିଖ ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଛାଡ଼ି ପାଗ ଶୁଖିଲା ରହିବା ସମ୍ଭାବନା ରହିଛି। ଏହାପରେ ଶୀତ ବଢିବ ବୋଲି ସମ୍ଭାବନା ରହିଛି । ଆଜି ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ଢେଙ୍କାନାଳରେ ବର୍ଷା ହେବା ସମ୍ଭାବନା ରହିଛି । 30ରୁ 40 କିମି ବେଗରେ ପବନ ବହିବ । ବର୍ଷା ସହ କୁଆପଥର ପଡ଼ିବା ସମ୍ଭାବନା ରହିଛି । ଜଗତସିଂହପୁର, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଆସନ୍ତା 24ଘଣ୍ଟାରେ ଉତ୍ତର, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ ବୋଲି ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ସେହିପରି ବର୍ଷା ଓ ଘଡଘଡିକୁ ନେଇ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଏସ୍ଆରସି ଚିଠି ଦେଇଛନ୍ତି ।
Tags: ଝିପ୍ଝିପ୍ ବର୍ଷା, ପାଣିପାଗ ବିଭାଗ