Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶରଣକୁଳ: ବିପର୍ଯ୍ୟସ୍ତ ବ୍ୟାଙ୍କ ସେବାକୁ ନେଇ ଜନ ଅସନ୍ତୋଷ
ଆଜିର ଖବର

ଶରଣକୁଳ: ବିପର୍ଯ୍ୟସ୍ତ ବ୍ୟାଙ୍କ ସେବାକୁ ନେଇ ଜନ ଅସନ୍ତୋଷ

February 7, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଶରଣକୁଳ: ନୟାଗଡ଼ ଜିଲ୍ଲାର ଏକ ପ୍ରମୁଖ ତୀର୍ଥକ୍ଷେତ୍ର ହେଉଛି ଶରଣକୁଳ। ଏଠାରେ ମହାଦେବ ଲଡୁବାବା ଅବସ୍ଥିତ ଥିବାବେଳେ ଏହି ଅଞ୍ଚଳଟି ବେଶ୍‌ ଲୋକପ୍ରିୟ। ଏହା ଜିଲ୍ଲା ସଦର ମହକୁମା ନୟାଗଡ଼ ଠାରୁ ୦୯ କି.ମି. ଏବଂ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଠାରୁ ୮୨.୬ କି.ମି. ଦୂରରେ ଅବସ୍ଥିତ। ଏହି ଅଞ୍ଚଳରେ ୪ଟି ହାଇସ୍କୁଲ, ଗୋଟିଏ ମହାବିଦ୍ୟାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ରହିଛି। ତେବେ ଏଠାରେ ମୁଖ୍ୟ ସମସ୍ୟା ଭାବେ ଦେଖାଦେଇଛି ବ୍ୟାଙ୍କ ସମସ୍ୟା। ଏଠାରେ ଷ୍ଟେଟ୍‌ ବ୍ୟାଙ୍କ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍‌, କେନ୍ଦ୍ର ସମବାୟ ବ୍ୟାଙ୍କ ଏବଂ ଶିଖରପୁରଠାରେ ସିଣ୍ଡିକେଟ୍‌ ବ୍ୟାଙ୍କକୁ ମିଶାଇ ଚାରୋଟି ବ୍ୟାଙ୍କ ରହିଛି। ଏଠାରେ ବ୍ୟାଙ୍କ ରହିଥିବା ସତ୍ତ୍ବେ  ଉପଯୁକ୍ତ ବ୍ୟାଙ୍କ ସେବା ନ ପାଇ ନାନା ହଇରାଣ ହେଉଛନ୍ତି ଲୋକେ। ଏହି ସମସ୍ତ ବ୍ୟାଙ୍କରେ ବ୍ୟାଙ୍କ ସେବା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡିଛି। ବ୍ୟାଙ୍କର କର୍ମଚାରୀମାନେ ଗ୍ରାହକମାନଙ୍କୁ ଉତ୍ତମ ରୂପେ ବ୍ୟାଙ୍କ ସେବା ଯୋଗାଇଦେବାରେ ବିଫଳ ରହୁଛନ୍ତି। ଅଧିକାଂଶ ସମୟରେ ବ୍ୟାଙ୍କର ଲିଙ୍କ୍‌ ଫେଲ ସମସ୍ୟା ରହୁଥିବାବେଳେ ସର୍ଭର ଡାଉନ୍‌ ରହୁଛି। ଏପରି ସମସ୍ୟା ପାଇଁ ଗ୍ରାହକମାନେ ଘଣ୍ଟା ଘଣ୍ଟା ଧରି ବ୍ୟାଙ୍କରେ ଅପେକ୍ଷା କରୁଛନ୍ତି। ସେହିପରି ଇଣ୍ଟରନେଟ୍‌ ସଂଯୋଗ ଠିକ୍‌ ରହୁନଥୁବାରୁ ବ୍ୟାଙ୍କିଙ୍ଗ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି। ବରିଷ୍ଠ ନାଗରିକମାନେ ଧାଡ଼ିରେ ଛିଡା ହୋଇ ଅପେକ୍ଷା କରୁଥିବାର ଦେଖିବାକୁ ମିଳୁଛି। ଅନେକ ସମୟରେ ବ୍ୟାଙ୍କ କର୍ତ୍ତୃପକ୍ଷ ସର୍ଭର ଡାଉନ୍‌ ଅଛି ବୋଲି କହି ଗ୍ରାହକଙ୍କୁ ଫେରାଇ ଦେଉଛନ୍ତି।

ଏଠାରେ ଲିଙ୍କ୍‌ ଫେଲ୍‌ ଯୋଗୁଁ ବ୍ୟାଙ୍କଗୁଡ଼ିକରେ ଅଚଳାବସ୍ଥାକୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି। ଏହି ସମସ୍ତ ବ୍ୟାଙ୍କଗୁଡ଼ିକ ଉପରେ ୫୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ନିର୍ଭର କରୁଥିବାବେଳେ ବ୍ୟାଙ୍କଗୁଡ଼ିକ ଉପଯୁକ୍ତ ସେବା ଦେବାରେ ଅସମର୍ଥ ହେଉଛନ୍ତି। ଦୈନିକ ପ୍ରାୟ ଏକହଜାର ଲୋକେ ବ୍ୟାଙ୍କ୍‌ ସେବା ପାଇଁ ବ୍ୟାଙ୍କଗୁଡ଼ିକୁ ଆସୁଥିବାବେଳେ ସେବା ଓ ସୁବିଧା ନ ପାଇ ନାନାପ୍ରକାରର ହଇରାଣ ହରକତ ହେଉଛନ୍ତି। ଶରଣକୁଳ ପରି ଏକ ବଡ ଅଞ୍ଚଳରେ ଗୋଟିଏ ଷ୍ଟେଟ ବ୍ୟାଙ୍କ ରହୁଥିବାରୁ ଏହା ଉପରେ ଅଧିକାଂଶ ଲୋକେ ନିର୍ଭରଶୀଳ ରହୁଛନ୍ତି। ଏଠାରେ ଆଉ ଏକ ଜାତୀୟ ବ୍ୟାଙ୍କ ପ୍ରତିଷ୍ଠା କରିବା ନେଇ ସାଧାରଣରେ ଦାବି ହେଉଛି।

ଅଧିକାଂଶ ସମୟରେ ଏଠାରେ ଲିଙ୍କ୍‌ ଫେଲ୍‌ ସମସ୍ୟା ରହୁଥିବାରୁଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ସେହିପରି ବ୍ୟାଙ୍କ କର୍ତ୍ତୃପକ୍ଷମାନେ ଉତ୍ତମ ସେବା ଯୋଗାଇ ଦେବାର ପଦକ୍ଷେପ ଗ୍ରହଣ କରିବା ନିମେନ୍ତ ବରିଷ୍ଠ ନାଗରିକଙ୍କ ସମେତ ସାଧାରଣରେ ଦାବି ହୋଇଛି। ଉତ୍ତମ ବ୍ୟାଙ୍କ ସେବା ପ୍ରଦାନ ପୂର୍ବକ ଏଠାରେ ଲିଙ୍କ୍‌ ସମସ୍ୟାର ସମାଧାନ ଓ ନୂତନ ବ୍ୟାଙ୍କ ପ୍ରତିଷ୍ଠାକୁ ଧ୍ୟାନ ଦିଆଯିବା ଆବଶ୍ୟକତା ହୋଇପଡିଛି।

ଶରଣକୁଳ
Share. Facebook Twitter LinkedIn Email WhatsApp Copy Link

Related Posts

ହାଇଦ୍ରାବାଦ-ବିଜୟୱାଡା ରାଜପଥରେ ଭୟଙ୍କର ଦୁର୍ଘଟଣା: ୬ ମୃତ; ୨୦ ଗୁରୁତର

August 26, 2026

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରସ୍ତୁତି ବୈଠକ ସେପ୍ଟେମ୍ବର ୨ରୁ ପ୍ରଥମ ପର୍ଯ୍ୟାୟ ଯାତ୍ରା ଆରମ୍ଭ

August 26, 2026

ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀମାନଙ୍କୁ ପେନସନ୍ ଦାବିରେ ଗାନ୍ଧିମାର୍ଗରେ ଗଣଧାରଣା ଜାରୀ

August 26, 2026

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବମାନଙ୍କର ଜାତୀୟ ସମ୍ମିଳନୀ

August 26, 2026
Latest News

ହାଇଦ୍ରାବାଦ-ବିଜୟୱାଡା ରାଜପଥରେ ଭୟଙ୍କର ଦୁର୍ଘଟଣା: ୬ ମୃତ; ୨୦ ଗୁରୁତର

August 26, 2026

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରସ୍ତୁତି ବୈଠକ ସେପ୍ଟେମ୍ବର ୨ରୁ ପ୍ରଥମ ପର୍ଯ୍ୟାୟ ଯାତ୍ରା ଆରମ୍ଭ

August 26, 2026

ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀମାନଙ୍କୁ ପେନସନ୍ ଦାବିରେ ଗାନ୍ଧିମାର୍ଗରେ ଗଣଧାରଣା ଜାରୀ

August 26, 2026

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବମାନଙ୍କର ଜାତୀୟ ସମ୍ମିଳନୀ

August 26, 2026

ରାକ୍ଷୀପୂର୍ଣ୍ଣିମା ପୂର୍ବରୁ ଆଖିବୁଜିଲେ ଭାଇ-ଭଉଣୀ: ସାପ କାମୁଡ଼ାରେ ୪ ମୃତ

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.