କୃଷ୍ଣପ୍ରସାଦ ତହସିଲ ଅଫିସ୍‌ ଆଗରେ ଧାରଣାରେ 30ଟି ପରିବାର:  ରାଜନୈତିକ ବିବାଦ କାରଣରୁ ଗ୍ରାମରୁ ହୋଇଛନ୍ତି ବାସନ୍ଦ

Published: Feb 7, 2020, 1:56 pm IST

ସମୀକ୍ଷା ବ୍ୟୁରୋ

କୃଷ୍ଣପ୍ରସାଦ : ରାଜନୈତିକ ବିବାଦରୁ ୩୦ଟି ପରିବାରର ନିଆଁ ପାଣି ବନ୍ଦ କରାଯାଇଛି । ଘଟଣାଟି ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଗ୍ରାମର । ଗାଁରୁ ବାସନ୍ଦ ଯୋଗୁଁ ଆଜି କୃଷ୍ଣପ୍ରସାଦ ତହସିଲ ଅଫିସ୍ ଆଗରେ ୩୦ଟି ପରିବାର ଧାରଣା ଦେଇଛନ୍ତି। ପ୍ରାୟ ୧୮୦ରୁ ଅଧିକ ଲୋକ ଧାରଣା ଦେଇ ପ୍ରତିବାଦ କରିଛନ୍ତି। ତେବେ ରାଜନୈତିକ ସ୍ଵାର୍ଥ ପାଇଁ ୩୦ଟି ପରିବାରକୁ ବାସନ୍ଦ କରାଯାଇଥିବା କାରଣରୁ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଖୁବ୍ ଶୀଘ୍ର ପ୍ରଶାସନ କୌଣସି ପଦକ୍ଷେପ ନନେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। 28 ବର୍ଷ ଧରି ତାଙ୍କୁ ଏକ ବିଶେଷ ରାଜନୈତିକ ଦଳକୁ ଭୋଟ୍‌ କରିବାକୁ ବାଧ୍ୟ କରାଯାଉଥିଲା । ଯେବେ ସେମାନେ ଭୋଟ କରିବାକୁ ବିରୋଧ କଲେ, ସେବେଠାରୁ ତାଙ୍କୁ ନିର୍ଯାତନା ଦିଆଯାଇଛି । ସେମାନେ ଏହି ମାମଲାର ସମାଧାନ ନ ହେଲେ ଆନ୍ଦୋଳନର ପଛକୁ ହଟିବେ ନାହିଁ ବୋଲି ଜଣାଇଛନ୍ତି ।

Related posts