ଆସନ୍ତା 11 ତାରିଖକୁ ଘୁଞ୍ଚିଲା ନିର୍ଭୟା ଶୁଣାଣୀ

Published: Feb 7, 2020, 3:07 pm IST

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ନିର୍ଭୟା ମାମଲାର ଶୁଣାଣୀ ଆସନ୍ତା 11 ତାରିଖରେ ହେବ । ଚାରି ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବା ନେଇ କେନ୍ଦ୍ର ସରକାର ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ । ଶୁଣାଣି ଘୁଞ୍ଚାଇବା ସହ ଚାରି ଦୋଷୀଙ୍କୁ ନୋଟିସ୍‌ ମଧ୍ୟ ଜାରି କରିଛନ୍ତି କୋର୍ଟ ।  ପୂର୍ବରୁ କେନ୍ଦ୍ରର ଏହି ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିସାରିଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ୍‌ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଫେବ୍ରୁଆରି 5ରେ ଏହି ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଦୋଷୀଙ୍କୁ 7 ଦିନ ସମୟ ଦେଇଥିଲେ। ସପ୍ତାହକ ଭିତରେ ଯାହାବି ଆଇନଗତ ପ୍ରକ୍ରିୟା ବାକି ରହିଛି ତାହା ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଚାରି ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବାକୁ କୋର୍ଟ ମନା କରିଦେଇଥିଲେ। କୋର୍ଟଙ୍କ ଏହି ରାୟକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ୍‌ କରିଛନ୍ତି କେନ୍ଦ୍ର ସରକାର।

Related posts