ସଞ୍ଜୀବ ପାଣିଗ୍ରାହୀ ଓଡ଼ିଶା ହାଇକୋର୍ଟ ର ବିଚାରପତି ଭାବେ ନିଯୁକ୍ତ

Published: Feb 7, 2020, 6:08 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ସଞ୍ଜୀବ ପାଣିଗ୍ରାହୀ ହେବେ ହାଇକୋର୍ଟ ବିଚାରପତି । ସଞ୍ଜୀବଙ୍କୁ ନିଯୁକ୍ତି ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସଞ୍ଜୀବଙ୍କ ନିଯୁକ୍ତିକୁ ନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସଞ୍ଜୀବ ପାଣିଗ୍ରାହୀ ଏବେ ସୁପ୍ରିମ୍‌କୋର୍ଟରେ ଆଇନଜୀବୀ ଅଛନ୍ତି। ସଞ୍ଜୀବଙ୍କ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟ ଜଜ୍‌ ସଂଖ୍ୟା 15କୁ ବୃଦ୍ଧି ହେବ । ସଞ୍ଜୀବ ପାଣିଗ୍ରାହୀ ଙ୍କ ଜନ୍ମ ବଲାଙ୍ଗୀର ରେ ଓ ସେ ଦୀର୍ଘ ବର୍ଷ ଧରି ହାଇକୋର୍ଟ ଓ ସୁପ୍ରିମକୋର୍ଟ ରେ ଓକିଲାତି କରିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶା ହାଇକୋର୍ଟର ମଞ୍ଜୁରୀପ୍ରାପ୍ତ ବିଚାରପତି ସଂଖ୍ୟା ୨୭ ହୋଇଥିବା ବେଳେ ଏବେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ସମେତ 14 ଜଣ ବିଚାରପତି ରହିଛନ୍ତି। ଗତ ମାସରେ ଓଡ଼ିଶା ହାଇକୋର୍ଟରେ ନୂଆ ବିଚାରପତି ଭାବେ ନିଯୁକ୍ତ ପାଇଛନ୍ତି ଆଇନଜୀବୀ ସାବିତ୍ରୀ ରଥ।

Related posts