ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାର ସମସ୍ତ ୭୦ଟି ଆସନ ପାଇଁ ଶନିବାର ସକାଳ ୮ଟାଠାରୁ ମତଦାନ ଜାରି ରହିଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟିଂ ଗ୍ରହଣ କରାଯିବ। ପୂର୍ବ ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୬୭୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ 1 କୋଟି 47 ଲକ୍ଷ 86 ହଜାର 3ଶହ 82 ଜଣ ଭୋଟର କରିବେ। ଆସନ୍ତା 11 ତାରିଖରେ ନିର୍ବାଚନ ଫଳାଫଳ ଆସିବ । ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନୀରେ ଚର୍ଚ୍ଚିତ ପ୍ରସଙ୍ଗ ଭାବେ ଶାହିନ୍ବାଗ୍ ରହିଥିଲା । ଶାହିନ ବାଗ୍ରେ ଭୋଟର ଲମ୍ବା ଲାଇନ୍ରେ ଦୀର୍ଘ ସମୟ ଅପେକ୍ଷା କରି ନିଜର ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି। ଏଠାରେ ଭୋଟିଂ ପାଇଁ ମହିଳାଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳୁଛି। ଶାହିନ୍ବାଗ୍ଠାରେ ବିଗତ କିଛି ଦିନ ହେବ ନାଗରିକତା ଆଇନ୍ର ବିରୋଧ ହେଉଛି । ଏତଦ୍ବ୍ୟତୀତ ବାଟ୍ଲା ହାଉସ୍ଠାରେ ମଧ୍ୟ ମତଦାନ ସମୟରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଦିଲ୍ଲୀରେ ମୁଖ୍ୟତଃ ତ୍ରିମୁଖୀ ଲଢେଇ ହେଉଛି । ଫେବୃଆରୀ 22ରେ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ସମାପ୍ତ ହେଉଛି । (ଏଜେନ୍ସି)
ଦିଲ୍ଲୀ ବିଧାନସଭା ନିର୍ବାଚନ : ଶାହିନବାଗ୍ଠାରେ ଭୋଟରଙ୍କ ଲମ୍ବା ଲାଇନ୍
Published:
Feb 8, 2020, 10:01 am IST
Tags: