Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୋଲିଂ ବୁଥ୍‌ରେ ପାଟିତୁଣ୍ଡ : ଆପ୍‌ କର୍ମୀଙ୍କୁ ଚାପୁଡା ମାରିବାକୁ ଉଦ୍ୟତ ହେଲେ ଅଳକା ଲାମ୍ବା
ଆଜିର ଖବର

ପୋଲିଂ ବୁଥ୍‌ରେ ପାଟିତୁଣ୍ଡ : ଆପ୍‌ କର୍ମୀଙ୍କୁ ଚାପୁଡା ମାରିବାକୁ ଉଦ୍ୟତ ହେଲେ ଅଳକା ଲାମ୍ବା

February 8, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ପାଇଁ ଭୋଟ୍‌ ପ୍ରକ୍ରିୟା ଚାଲିଥିବାବେଳେ ଅଳକା ଲମ୍ବା ଓ ଆପ୍‌ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଝଗଡା ହେବାର ଖବର ମିଳିଛି । ଦିଲ୍ଲୀର ଚାନ୍ଦିନୀ ଚୌକ୍‌ ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା କଂଗ୍ରେସ ପ୍ରତ୍ୟାଶୀ ଅଳକା ଲାମ୍ବା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଏକ କାର୍ଯ୍ୟକର୍ତ୍ତାକୁ ଚାପୁଡା ମାରିବାକୁ ଉଦ୍ୟମ କରିଥିଲେ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ, ଚାନ୍ଦିନୀ ଚୌକ୍‌ର ମଜନୁ ଟିଲେ ମତଦାନ କେନ୍ଦ୍ର ନିକଟରେ ଅଳକା ଲାମ୍ବା ଓ ଆପ୍‌ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ଅଳକା ଲାମ୍ବା କହିଛନ୍ତି ଯେ, ଆପ୍‌ର କାର୍ଯ୍ୟକର୍ତ୍ତା ତାଙ୍କ ପୁତ୍ରଙ୍କ ସମ୍ପର୍କରେ ଟିପ୍ପଣୀ କରିଥିଲେ । ଏଥିରେ ନାରାଜ୍‌ ହୋଇ ଅଳକା ଲାମ୍ବା ଆପ୍‌ କାର୍ଯ୍ୟକର୍ତ୍ତାକୁ ମାରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ମାରିନାହାନ୍ତି । ଏହାପରେ କଂଗ୍ରେସ ଓ ଆପ୍‌ର କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଟଣାଓଟରା ଲାଗିଯାଇଥିଲା । ପୋଲିସ୍‌ ପହଞ୍ଚି ଏହାକୁ ସମାଧାନ କରିଛି । ଆପ୍‌ କାର୍ଯ୍ୟକର୍ତ୍ତା ତାଙ୍କ ପୁତ୍ରକୁ ନେଇ ଆପତ୍ତିଜନକ ବୟାନ ଦେଇଥିବାର ଅଭିଯୋଗ କରିଛନ୍ତି ଅଳକା । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ମା ହାବୁଡ଼ାସିଂହୀ ପୀଠରେ ୨୯ତମ ଚଣ୍ଡୀ ମହାଯଜ୍ଞ ପୂର୍ଣ୍ଣାହୁତୀ ସମ୍ପନ୍ନ

January 18, 2026

ଆସାମର ବଢିଚାଲିଥିବା ବିଶ୍ବାସ,ସାମର୍ଥ୍ୟ ଓ ପ୍ରଗତି ସହ ଭାରତର ଅଭିବୃଦ୍ଧି କାହାଣୀ ବଢିଚାଲିଛି: ପ୍ରଧାନମନ୍ତ୍ରୀ

January 18, 2026

ଯଦି BRICS ନିଜସ୍ୱ ମୁଦ୍ରା ଲଞ୍ଚ କରେ ତେବେ କ’ଣ ହେବ, କେତେ ଦୁର୍ବଳ ହେବ ଡଲାର?

January 18, 2026

କୋଲକାତାରୁ ଚେନ୍ନାଇ: ଆଉ ଏକ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

January 18, 2026
Latest News

ରଣପୁରରେ ମା ହାବୁଡ଼ାସିଂହୀ ପୀଠରେ ୨୯ତମ ଚଣ୍ଡୀ ମହାଯଜ୍ଞ ପୂର୍ଣ୍ଣାହୁତୀ ସମ୍ପନ୍ନ

January 18, 2026

ଆସାମର ବଢିଚାଲିଥିବା ବିଶ୍ବାସ,ସାମର୍ଥ୍ୟ ଓ ପ୍ରଗତି ସହ ଭାରତର ଅଭିବୃଦ୍ଧି କାହାଣୀ ବଢିଚାଲିଛି: ପ୍ରଧାନମନ୍ତ୍ରୀ

January 18, 2026

ଯଦି BRICS ନିଜସ୍ୱ ମୁଦ୍ରା ଲଞ୍ଚ କରେ ତେବେ କ’ଣ ହେବ, କେତେ ଦୁର୍ବଳ ହେବ ଡଲାର?

January 18, 2026

କୋଲକାତାରୁ ଚେନ୍ନାଇ: ଆଉ ଏକ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

January 18, 2026

ପାଖାପାଖି ୨୦୦୦୦ରେ ପହଞ୍ଚିଲା ରିଲାଏନ୍ସ ରିଟେଲ ଷ୍ଟୋର ସଂଖ୍ୟା, ୫୦ କୋଟିରୁ ଅଧିକ ସଂଖ୍ୟକ କାରବାର

January 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.