Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଏଏ ନାଗରିକତା ଦେବ, ଛଡ଼ାଇବ ନାହିଁ : ଭୁବନେଶ୍ବରରେ କହିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ
ଆଜିର ଖବର

ସିଏଏ ନାଗରିକତା ଦେବ, ଛଡ଼ାଇବ ନାହିଁ : ଭୁବନେଶ୍ବରରେ କହିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ

February 8, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର : ନାଗରିକତା ସଂଶୋଧନ ଆଇନ (ସିଏଏ) ନାଗରିକତ୍ୱ ଛଡ଼ାଇବା ପାଇଁ ନୁହେଁ ବରଂ ପ୍ରଦାନ ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ । ଆଜି ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଏହା ନାଗରିକମାନଙ୍କ ସ୍ୱାର୍ଥ ପାଇଁ ହୋଇଥିଲେ ମଧ୍ୟ କଂଗ୍ରେସ ସମେତ ଅନ୍ୟ କେତେକ ବିରୋଧୀ ଦଳ ଲୋକମାନଙ୍କୁ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ କରିବା ଯୋଗୁ ଦେଶରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେଉଛି । ଏନଆରସି ବା ଜାତୀୟ ନାଗରିକ ପଞ୍ଜିକା କେବଳ ଆସାମ ପାଇଁ ଉଦ୍ଦିଷ୍ଟ, ଏଥିନେଇ କୌଣସି ଦ୍ୱିମତ ନାହିଁ ବୋଲି ସେ କହିଥିଲେ । ସାରା ଦେଶରେ ଏନଆରସି ଲାଗୁ କରିବାର କୌଣସି ନିଷ୍ପତି ସରକାର ନେଇ ନାହାନ୍ତି । ସେ ଆହୁରି କହିଥିଲେ ଯେ ସିଏଏ ଦ୍ୱାରା ମୁସଲମାନଙ୍କର କୌଣସି କ୍ଷତି ହେବ ନାହିଁ । ଯଦି କୌଣସି କ୍ଷତି ହୁଏ ତା’ହେଲେ ସେ ମୁସଲମାନଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଅଠାୱଲେ ପ୍ରକାଶ କରିଥିଲେ । ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗରେ କେବଳ ରାଜନୀତି କରୁଛନ୍ତି । କେନ୍ଦ୍ର ସରକାର ସର୍ବଦା ମୁସଲିମ ସମ୍ପ୍ରଦାୟଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିଆସିଛନ୍ତି । ତିନି ତଲାକ ପ୍ରଥାର ଉଚ୍ଛେଦ ଫଳରେ ମୁସଲିମ ମହିଳାମାନଙ୍କୁ ସେମାନଙ୍କ ଅଧିକାର ମିଳିପାରିଛି । ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ସବକା ସାଥ, ସବକା ବିକାଶ ଓ ସବକା ବିଶ୍ୱାସ ଭାବନା ନେଇ କାମ କରୁଛନ୍ତି । ତେଣୁ ମୁସଲିମମାନେ କେନ୍ଦ୍ର ସରକାରଙ୍କ ପ୍ରତି ବିଶ୍ୱାସ ରଖିବା ଦରକାର ବୋଲି ଅଠାୱଲେ କହିଥିଲେ ।

caa
Share. Facebook Twitter LinkedIn Email WhatsApp Copy Link

Related Posts

ବିହାର ପାଇଁ ୭ଟି ନୂତନ ଟ୍ରେନର ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

September 29, 2025

ଟ୍ରମ୍ଫ ଦେଲେ ଆଉ ଏକ ବଡ଼ ଝଟକା: ଏବେ ଏହି କ୍ଷେତ୍ର ପାଇଁ ଲଗାଇଲେ ୧୦୦% ଶୁଳ୍କ

September 29, 2025

“SKY ତ ଦେଖାଇଦେଲେ, ଏବେ ଆପଣ…”: ଆପ ନେତା ସୌରଭ ଭରଦ୍ୱାଜଙ୍କୁ ଚ୍ୟାଲେଞ୍ଜ କଲା ବିଜେପି

September 29, 2025

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଭାବେ ପ୍ରକାଶ ଜେନାଙ୍କୁ ନିଯୁକ୍ତ ପରେ ଆଜି କଲେ ଗର୍ଜ୍ଜନ

September 29, 2025
Latest News

ବିହାର ପାଇଁ ୭ଟି ନୂତନ ଟ୍ରେନର ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

September 29, 2025

ଟ୍ରମ୍ଫ ଦେଲେ ଆଉ ଏକ ବଡ଼ ଝଟକା: ଏବେ ଏହି କ୍ଷେତ୍ର ପାଇଁ ଲଗାଇଲେ ୧୦୦% ଶୁଳ୍କ

September 29, 2025

“SKY ତ ଦେଖାଇଦେଲେ, ଏବେ ଆପଣ…”: ଆପ ନେତା ସୌରଭ ଭରଦ୍ୱାଜଙ୍କୁ ଚ୍ୟାଲେଞ୍ଜ କଲା ବିଜେପି

September 29, 2025

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଭାବେ ପ୍ରକାଶ ଜେନାଙ୍କୁ ନିଯୁକ୍ତ ପରେ ଆଜି କଲେ ଗର୍ଜ୍ଜନ

September 29, 2025

ସୋଆ ଏସ୍‌ପିଏସ୍‌ର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ସ୍ୱତନ୍ତ୍ର ସେବା ଶିବିର ଆୟୋଜିତ

September 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.