ବସ୍‌ରେ ଲାଗିଲା 11 କେଭି କରେଣ୍ଟ, ଅଳ୍ପେକ ବର୍ତ୍ତିଲେ 70 ଯାତ୍ରୀ, ଜଣେ ଗୁରୁତର

Published: Feb 9, 2020, 1:39 pm IST

ଜଳେଶ୍ବର :  ବସ୍‌ରେ କରେଣ୍ଟ ଲାଗିଯାଇଥିବାବେଳେ ଦୁର୍ଘଟଣାର ଅଳ୍ପକେ ବର୍ତ୍ତିଯାଇଛନ୍ତି ବସ୍‌ ଯାତ୍ରୀମାନେ ।  ମିଳିଥିବା ସୂଚନା ଅନୁସାରେ ବାରିପଦାରୁ ବାଲିଆପାଳ ଡଗରା ସମୁଦ୍ରକୂଳ ଯାଉଥିଲା ତୀର୍ଥଯାତ୍ରୀ ବସ୍‌ । ସମୁଦ୍ରକୂଳର 1 କିମି ପୂର୍ବରୁ 11 କେଭି ତା’ର ସଂସ୍ପର୍ଶରେ ଆସିଥିଲା ବସ୍‌ । କରେଣ୍ଟ ଝଟ୍‌କା ଖାଇ ବସ୍‌କୁ ପଛକୁ ଆଣି ଯାତ୍ରୀଙ୍କ୍ ବଞ୍ଚାଇଲେ ଡ୍ରାଇଭର । ବସ୍‌ରେ 11 କେଭି କରେଣ୍ଟ ଲାଗିଥିବାବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି 70 ଯାତ୍ରୀ। ମାତ୍ର ବସ୍‌ରେ ଥିବା ଜଣେ ଯାତ୍ରୀ ଗୁରୁତର ହୋଇପଡିଥିବାବେଳେ ତାଙ୍କୁ ବାଲିଆପାଳ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଡ୍ରାଇଭର୍‌ ଜଣକ ବ୍ୟାକ୍‌ କଲାବେଳେ ପଛରେ ଥିବା ବାଇକ୍‌ ଚାଳକ ଚାପି ହୋଇଯାଇଛନ୍ତି । ତେବେ ବସ୍‌ ଚକା ତଳୁ ବାଇକ ଚାଳକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାବେଳେ ବାଇକ୍‌ ଭାଙ୍ଗିଯାଇଛି ।

Related posts