ଲୋକସେବା ଭବନରେ ଚାଲିଛି ‘ବସ୍‌ ଟ୍ରାଜେଡି’ର କାରଣ ଖୋଜା

Published: Feb 10, 2020, 12:23 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଗତକାଲି ବ୍ରହ୍ମପୁରରେ 11 କେଭି ବିଦ୍ୟୁତ ତାର ଲାଗି ବସ୍‌ ଯାତ୍ରୀ ମୃତାହତ ଘଟଣାକୁ ନେଇ ଶକ୍ତି ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ଏହି ବସ୍‌ ଟ୍ରାଜେଡିା ତଦନ୍ତ ପାଇଁ ଏକ କମିଟି ଗଠନ ହୋଇଛି, କମିଟି ଏନେଇ ରିପୋର୍ଟ ଦେବ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ । ଶକ୍ତି ବିଭାଗର ସୁପରିଟେଣ୍ଡେଣ୍ଟ, ଯନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କୁ ନେଇ କମିଟି ଗଠିତ ହୋଇଛି । ଆଜି ଏନେଇ ଲୋକସଭା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ପରିବହନ, ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି । କିପରି ଓ କାହିଁକି ଦୁର୍ଘଟଣା ହେଲା ସେ ନେଇ ଆଲୋଚନା ହେବା ସହିତ ସେହିପରି ବିପଦସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ ତାର ଉପରେ ବି ଆଲୋଚନା କରାଯାଉଛି ।

Related posts