ବିହାରର ଗାନ୍ଧୀ ମୈଦାନରେ ବିସ୍ଫୋରଣ : 6 ଆହତ

Published: Feb 10, 2020, 1:31 pm IST

ପାଟନା : ବିହାରର ଗାନ୍ଧୀ ମୈଦାନରେ ଏକ ବିସ୍ଫୋରଣ ଘଟି 6 ଜଣ ଆହତ ହୋଇଛନ୍ତି । ଏହି ବିସ୍ଫୋରଣରେ ଆହତଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ଦୁଇ ଜଣ ଶିଶୁ ରହିଥିବା ଜଣାପଡିଛି । ବିହାରର ରାଜଧାନୀ ପାଟନାସ୍ଥିତ ଗାନ୍ଧୀ ମୈଦାନରେ ସୋମବାର ଏହି ବିସ୍ଫୋରଣ ଘଟିଥିଲା । ସମସ୍ତ ଆହତଙ୍କୁ ପାଟନା ସ୍ଥିତ ମେଡିକାଲ୍‌ କଲେଜ୍‌ ଏବଂ ହସ୍ପିଟାଲ୍‌ରେ ସମସ୍ତ 6 ଜଣ ଆହତଙ୍କୁ ଭର୍ତ୍ତି କରାଯାଇଛି । ଏହି ବିସ୍ଫୋରଣର ପ୍ରଭାବ ଏତେ ଭୟଙ୍କର ରହିଥିଲା ଯେ ମୈଦାନ ନିକଟସ୍ଥ ଦୁଇଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ତଦନ୍ତ ଜାରି ରହିଛି । (ଏଜେନ୍ସି)

Related posts