ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ସଂଜୀବ ପାଣିଗ୍ରାହୀ

Published: Feb 10, 2020, 2:10 pm IST

ସମୀକ୍ଷା ବ୍ୟୁରୋ

କଟକ : ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ସଂଜୀବ ପାଣିଗ୍ରାହୀ । ଶପଥ ପାଠ କରାଇଲେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ସଂଜୁ ପଣ୍ଡା । ସଂଜୀବଙ୍କ ଶପଥ ଗ୍ରହଣ ପରେ ହାଇକୋର୍ଟ ବିଚାରପତି ସଂଖ୍ୟା 14କୁ ବୃଦ୍ଧି ପାଇଲା । ସଂଜୀବ ପାଣିଗ୍ରାହୀଙ୍କ ଜନ୍ମ ବଲାଙ୍ଗୀରରେ ଓ ସେ ଦୀର୍ଘ ବର୍ଷ ଧରି ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଓକିଲାତି କରିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶା ହାଇକୋର୍ଟର ମଞ୍ଜୁରୀପ୍ରାପ୍ତ ବିଚାରପତି ସଂଖ୍ୟା ୨୭ ହୋଇଥିବା ବେଳେ ଏବେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ସମେତ 13 ଜଣ ବିଚାରପତି ରହିଛନ୍ତି।

Related posts