ଶେଷରେ ରାଜଧାନୀରେ ଧରାପଡିଲା ବାଘ

Published: Feb 20, 2019, 2:21 pm IST

ଭୁବନେଶ୍ୱର ପଳାସପଲ୍ଲୀ ଅଂଚଳରେ ଗତ ଦୁଇ ଦିନ ଧରି ଆତଙ୍କ ସୃଷ୍ଟି କରିଥିବା ବାଘ ଶେଷରେ ଧରାପଡିଲା । ଗତକାଲି ବିଳମ୍ବିତ ରାତିରେ ବନବିଭାଗର ଉଦ୍ୟମରେ ତାଙ୍କୁ ଧରାଯାଇଥିଲା । ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଯନ୍ତା ଭିତରେ କୁକୁଡା ରଖାଯାଇଥିଲା । ବାଘଟି କୁକୁଡା ଖାଇବାକୁ ଆସିଥିବା ବେଳେ ବିମାନବନ୍ଦର କାର୍ଗୋ ନିକଟରୁ ତାକୁ କାବୁ କରାଯାଇଥିଲା । ବାଘଟିକୁ ନନ୍ଦନକାନନକୁ ସ୍ଥାନାନ୍ତର କରାଯାଇଛି । ଦୁଇ ଦିନ ହେଲା ବାଘ ପଳାସପଲ୍ଲୀ ଅଂଚଳରେ ବୁଲାବୁଲି କରୁଥିବା ବେଳେ ଲୋକେ ଆତଙ୍କିତ ଅବସ୍ଥାରେ ଥିଲେ ।

Related posts