Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚଳିତ ମାସ ୨୪-୨୫ରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌
ଆଜିର ଖବର

ଚଳିତ ମାସ ୨୪-୨୫ରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌

February 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ ଚଳିତ ମାସ ୨୪ ଓ ୨୫ ତାରିଖରେ ଭାରତ ଆସିବେ। ଏନେଇ ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ଗସ୍ତ ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ହେବ । ଟ୍ରମ୍ପ୍‌ଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଓ ସହଭାଗିତା ବୃଦ୍ଧିରେ ସହାୟକ ହେବ ବୋଲି ଜଣାପଡିଛି ।  ଗତ ସେପ୍ଟେମ୍ବରରେ ଟେକ୍ସାସରେ ହାଓଡ଼ି ମୋଦି ଇଭେଣ୍ଟରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପ୍‌ଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଆସିବା ଚର୍ଚ୍ଚା ସହିତ ଗୁଜୁରାଟ ମଧ୍ୟ ଯିବେ ବୋଲି ଚର୍ଚ୍ଚା ରହିଛି । ଟ୍ରମ୍ପ୍‌ ଏହି ଗସ୍ତ କାଳରେ ଅହମ୍ମଦାବାଦ ସ୍ଥିତ ମୋଟେରା ଇଲାକାରେ ପ୍ରସ୍ତୁତ ହେଉଥିବା ସର୍ଦ୍ଦାର ପଟେଲ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ର ଊଦ୍‌ଘାଟନ କରିବା ନେଇ ମଧ୍ୟ ସୂଚନା ରହିଛି । ଏହା ସହିତ ମୋଦିଙ୍କ ‘ହାଉଡୀ ମୋଦି’ କାର୍ଯ୍ୟକ୍ରମ ପରି ଟ୍ରମ୍ପ୍‌ଙ୍କ ‘କେମଛୋ ଟ୍ରମ୍ପ୍‌’ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ସୂଚନା ରହିଛି ।

donaldtrump narendramodi
Share. Facebook Twitter LinkedIn Email WhatsApp Copy Link

Related Posts

ଯାଜପୁର ପୋଲିସ୍ ପକ୍ଷରୁ ସରକାରୀ ଚାଟବୋଟ୍ “ଇ-ମିତ୍ର” ଲୋକାର୍ପିତ

April 1, 2026

ଆସନ୍ତା ୩ ଯାଏଁ ରାଜ୍ୟରେ କାଳବୈଶାଖୀର ସମ୍ଭାବନା 

April 1, 2026

“ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ସମସ୍ତଙ୍କୁ ଗଭୀର ବ୍ୟଥିତ କରିଛି”: ପୃଥ୍ବୀରାଜ ହରିଚନ୍ଦନ

April 1, 2026

ଆଜି ଓଡିଶା ଦିବସରୁ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ପାଳିତ ହେବ ‘ଓଡ଼ିଆ ପକ୍ଷ–୨୦୨୬’

April 1, 2026
Latest News

ଯାଜପୁର ପୋଲିସ୍ ପକ୍ଷରୁ ସରକାରୀ ଚାଟବୋଟ୍ “ଇ-ମିତ୍ର” ଲୋକାର୍ପିତ

April 1, 2026

ଆସନ୍ତା ୩ ଯାଏଁ ରାଜ୍ୟରେ କାଳବୈଶାଖୀର ସମ୍ଭାବନା 

April 1, 2026

“ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ସମସ୍ତଙ୍କୁ ଗଭୀର ବ୍ୟଥିତ କରିଛି”: ପୃଥ୍ବୀରାଜ ହରିଚନ୍ଦନ

April 1, 2026

ଆଜି ଓଡିଶା ଦିବସରୁ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ପାଳିତ ହେବ ‘ଓଡ଼ିଆ ପକ୍ଷ–୨୦୨୬’

April 1, 2026

ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ: ମୁଖ୍ୟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.