Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଖୁବ ଶିଘ୍ର ବଜାରକୁ ଆସିବ କୋଭିଡ19 ନିରାକରଣ ଔଷଧ, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ବୋଲି କହିଲେ ଡୋନାଲଡ ଟ୍ରମ୍ପ

ୱାସିଂଟନ୍, ଏଣିକି କରୋନା ଭାଇରସକୁ ଭୟ କରିବାର କିଛି ନାହିଁ, ଖୁବ ଶିଘ୍ର ବଜାରକୁ ଆସିବ କୋଭିଡ-19 ନିରାକଣ ଔଷଧ। ଏହା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ରବିବାର ରାତିରେ ଟ୍ରମ୍ପ ହ୍ବାଇଟ ହାଉସରେ ସମ୍ବୋଧିତ କରି ଏହି ତଥ୍ୟ ପ୍ରଦାନ କରିଛନ୍ତି। ଏହି ରୋଗ ଆସିବା ପରେ ଆମେରିକା ତା ପଛରେ କାମ ଆରମ୍ଭ କରିଦେଇଛି। ତାହା ଶେଷ ପର୍ଯ୍ୟାୟରେ ପହଁଚିଛି।ଆଉ କିଛିଦିନ ଅପେକ୍ଷା ପରେ ଏହା ଉପଲବ୍ଧ ହେବ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ, କରୋନା ରୋଗୀଙ୍କୁ ମ୍ୟାଲେରିଆ ଔଷଧ ପ୍ରୟୋଗ କରିବା ପରେ ତାହା ବେଶ୍ ଫଳପ୍ରଦ ହୋଇ ପାରିଛି। ସେସବୁକୁ ଆଧାର କରି ବର୍ତ୍ତମାନ ସ୍ବତନ୍ତ୍ର ଭାବେ ଏହି କୋବିଡ-19 ନିରାକରଣ ଔଷଧ ପ୍ରସ୍ତୁତି ଚାଲିଛି। ଏହି ସମ୍ମିଳନୀରେ ଟ୍ରମ୍ପ ମଧ୍ୟ କହିଛନ୍ତି ଯେ, ୱାସିଂଟନରେ ପ୍ରାୟ ଏକ ହଜାର କରୋନା ରୋଗୀଙ୍କୁ ମ୍ୟାଲେରିଆ ପାଇଁ ଦିଆଯାଉଥିବା କ୍ଲୋରକ୍ୟୁଇନ ବଟିକା ପ୍ରଦାନ କରାଯାଇଥିଲା। ଆଶ୍ଚର୍ଯ୍ୟ ଭାବେ ସେମାନଙ୍କ ଦେହରେ ଫଳପ୍ରଦ ହୋଇପାରିଛି। ଏହାର ଦୁଇଦିନ ପରେ ୟୁଏଏସ ଫୁଡ ଆଣ୍ଡ ଡ୍ରଗ ପ୍ରଶାସନ ଏହି ଔଷଧକୁ ପ୍ରୟୋଗ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି।

ସେତିକି ନୁହେଁ ଖୁବ ଶିଘ୍ର ଆମେରିକା ସାନିଟାଇଜଡ୍ ମାସ୍କ ବଜାରକୁ ଆଣିବ। ଏହି ସ୍ବତନ୍ତ୍ର ଧରଣର ମାସ୍କ ବର୍ତ୍ତମାନ ସୁଦ୍ଧା କୈଣସି ଦେଶର ନିର୍ମାଣ କରାଯାଇ ନାହିଁ। ଏହାର ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ। ଏହି ଦୁଇଟି ଉପଲବ୍ଧ ହେବା ପରେ କରୋନା ଭାଇରସକୁ ସଂପୂର୍ଣ୍ଣ ନିପାତ କରିଦିଆଯିବ ବୋଲି ଟ୍ରମ୍ପ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଟ୍ରମ୍ପ-ମୋଦି ଦ୍ବିପାକ୍ଷିକ ବୈଠକ : 3 ବିଲିୟନ୍‌ ଡଲାରର ପ୍ରତିରକ୍ଷା ଚୁକ୍ତି

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଏକ ଦ୍ବିପାକ୍ଷିକ ଅନୁଷ୍ଠିତ ହୋଇଛି । ଏହି ବୈଠକ ପରେ ଉଭୟ ନେତାଙ୍କ ପକ୍ଷରୁ ଏକ ମିଳିତ ବକ୍ତବ୍ୟ ଜାରି କରାଯାଇଛି । ଏହି ଦ୍ବିପାକ୍ଷିକ ଆଲୋଚନାରେ 3 ବିଲିୟନ୍‌ ଡଲାରର ଚୁକ୍ତି ହୋଇଥିବା ଜଣାପଡିଛି । ମିଳିତ ବକ୍ତବ୍ୟରେ ଟ୍ରମ୍ପ ଭାରତ ଏବଂ ମୋଦିଙ୍କୁ ପ୍ରଶଂସା କରିଛନ୍ତି । ଭାରତକୁ ଆସିବା ପରେ ମୋଦି ଏବଂ ସାଧାରଣ ଜନତାଙ୍କ ପକ୍ଷରୁ ମିଳିଥିବା ଉଚ୍ଛ୍ବସିତ ସମ୍ବର୍ଦ୍ଧନାକୁ ଟ୍ରମ୍ପ ପ୍ରଶଂସା କରିଛନ୍ତି । ସେହିପରି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନିଜ ବ୍ୟସ୍ତ ସୂଚୀ ମଧ୍ୟରୁ ସମୟ ବାହାର କରି ଟ୍ରମ୍ପ ଭାରତ ଗସ୍ତରେ ଆସିଥିବାରୁ ମୋଦି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଭିନ୍ନ ପ୍ରତିରକ୍ଷା ଉପକରଣ ଯେପରିକି ଆପାଚେ ହେଲିକପ୍ଟର ଏବଂ ଏମ୍‌ଏଚ୍‌ 60 ରୋମିଓ ହେଲିକପ୍ଟର ଆମେରିକା ଠାରୁ କିଣିବ ବୋଲି ଜଣାପଡିଛି । ଏହି ଦ୍ବିପାକ୍ଷିକ ଆଲୋଚନାର ଅନ୍ୟ ଚୁକ୍ତି ଗୁଡିକ ସମ୍ପର୍କରେ ସୂଚନା ମିଳିନଥିଲେ ମଧ୍ୟ ମହିଳା ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ନିଯୁକ୍ତିକୁ ନେଇ ବିଭିନ୍ନ ଚୁକ୍ତି ସ୍ବାକ୍ଷରିତ ହୋଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଭାରତରେ ପହଞ୍ଚିବା ପୂର୍ବରୁ ହିନ୍ଦୀରେ ଟୁଇଟ୍‌ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌

ଅହମଦାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଜି ଦୁଇଦିବସୀୟ ଭାରତ ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ସ୍ବାଗତ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭାରତରେ ପହଞ୍ଚିବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କର ଏକ ହିନ୍ଦୀ ଟୁଇଟ୍‌କୁ ନେଇ ବେଶ୍‌ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଆମେରିକା ରାଷ୍ଟ୍ରପତି ଆଜି ନିଜ ପୂରା ପରିବାର ସହିତ ଭାରତ ଗସ୍ତ କରୁଥିବାବେଳେ ଭାରତରେ ପହଞ୍ଚିବା ପୂର୍ବରୁ ହିନ୍ଦୀରେ ଏକ ଟୁଇଟ୍‌ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଟୁଇଟ୍‌ କରିଛନ୍ତି ଯେ, ଆମେ ଭାରତ ଆସିବା ପାଇଁ ତତ୍ପର ରହିଛୁ । ରାସ୍ତାରେ ଅଛୁ । କିଛି ଘଣ୍ଟା ମଧ୍ୟରେ ଆମ ସମସ୍ତଙ୍କର ସାକ୍ଷାତ ହେବ ।’

ଆଜି ସକାଳ 11.40 ମିନିଟ୍‌ରେ ଆମେରିକା ରାଷ୍ଟ୍ରପତି ତାଙ୍କ ପତ୍ନୀ ମେଲାନିଆ ଓ ପରିବାର ସହିତ ଗୁଜୁରାଟର ଅହମଦାବାଦରେ ପହଞ୍ଚିବେ। ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବିମାନ ବନ୍ଦରେ ସ୍ବାଗତ ଜଣାଇବେ। ଆଜି ଏହି ଦୁଇ ନେତା ଅହମଦାବାଦସ୍ଥିତ ନମେସ୍ତ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଭାଗ ନେବେ।

Categories
ଆଜିର ଖବର ଜାତୀୟ ଖବର

ଚଳିତ ମାସ ୨୪-୨୫ରେ ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପତ୍ନୀ ମେଲାନିଆ ଚଳିତ ମାସ ୨୪ ଓ ୨୫ ତାରିଖରେ ଭାରତ ଆସିବେ। ଏନେଇ ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ଗସ୍ତ ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ହେବ । ଟ୍ରମ୍ପ୍‌ଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଓ ସହଭାଗିତା ବୃଦ୍ଧିରେ ସହାୟକ ହେବ ବୋଲି ଜଣାପଡିଛି ।  ଗତ ସେପ୍ଟେମ୍ବରରେ ଟେକ୍ସାସରେ ହାଓଡ଼ି ମୋଦି ଇଭେଣ୍ଟରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପ୍‌ଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଆସିବା ଚର୍ଚ୍ଚା ସହିତ ଗୁଜୁରାଟ ମଧ୍ୟ ଯିବେ ବୋଲି ଚର୍ଚ୍ଚା ରହିଛି । ଟ୍ରମ୍ପ୍‌ ଏହି ଗସ୍ତ କାଳରେ ଅହମ୍ମଦାବାଦ ସ୍ଥିତ ମୋଟେରା ଇଲାକାରେ ପ୍ରସ୍ତୁତ ହେଉଥିବା ସର୍ଦ୍ଦାର ପଟେଲ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ର ଊଦ୍‌ଘାଟନ କରିବା ନେଇ ମଧ୍ୟ ସୂଚନା ରହିଛି । ଏହା ସହିତ ମୋଦିଙ୍କ ‘ହାଉଡୀ ମୋଦି’ କାର୍ଯ୍ୟକ୍ରମ ପରି ଟ୍ରମ୍ପ୍‌ଙ୍କ ‘କେମଛୋ ଟ୍ରମ୍ପ୍‌’ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ସୂଚନା ରହିଛି ।

Categories
ଆଜିର ଖବର

ଇରାନ୍‌କୁ ଚେତାବନୀ ଦେଲେ ଟ୍ରମ୍ପ୍‌, କଡ଼ା ଜବାବ ଦେବ ଆମେରିକା

ଆମେରିକା, 5/1:

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଇରାନ୍‌କୁ ଚେତାବନୀ ଦେଇଛନ୍ତି । ଯଦି ଇରାନ୍ ଆମେରିକାକୁ ଟାର୍ଗେଟ କରିବ ତା’ହେଲେ ଆମେରିକା ଇରାନର ୫୨ଟି  ସ୍ଥାନକୁ ଟାର୍ଗେଟ କରିବ। ଇରାନର  ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ଆମେରିକା ଏୟାର ଷ୍ଟ୍ରାଇକରେ ମାରିବା ପରେ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିଛି। ଅନ୍ୟପଟେ ଇରାନ୍ ମଧ୍ୟ ଗତକାଲି ଇରାକରେ ଥିବା ଆମେରିକା ଦୂତାବାସ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣ ପରେ ଫ୍ଲୋରିଡାଠାରେ ଛୁଟି ମନାଉଥିବା ଟ୍ରମ୍ପ୍‌ ଧମକଭରା ସନ୍ଦେଶ ଇରାନ୍‌ ସମେତ ସମସ୍ତ ଦୁନିଆକୁ ଦେଇଛନ୍ତି । ଟ୍ରମ୍ପ୍‌ ଆହୁରି ମଧ୍ୟ କହିଛନ୍ତି ଯେ,ସୁଲେମାନୀକୁ ମାରିବା ପରେ ଆମେରିକା ବିଶ୍ୱର ଜଣେ ଆତଙ୍କବାଦୀ ନେତାକୁ ସବୁଦିନ ପାଇଁ ଶେଷ କରିଛି। ଆମେରିକା ସମେତ ଅନେକ ଲୋକଙ୍କୁ ସୁଲେମାନୀ ମାରିଥିଲା। । ଟ୍ରମ୍ପ୍‌ ଇରାନ୍‌କୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଇରାନ୍‌ କେୌଣସି ଆମେରିକୀୟ ବା ଆମେରିକା ସମ୍ପତ୍ତି ଉପରେ ଆକ୍ରମଣ କରିବ, ତେବେ ଆମେ ଇରାନର ୫୨ଟି ଠିକଣା ଚିହ୍ନିତ କରିସାରିଛୁ । ଏହି ସମସ୍ତ ସ୍ଥାନ ଇରାନର ପ୍ରାଚୀନ ସଂସ୍କୃତି।  ଇରାନ୍‌ ତରଫରୁ ଯଦି କିଛି ଟାର୍ଗେଟ୍‌ କରାଯାଏ, ତେବେ ଆମେରିକା ଏହାର କଡା ଜବାବ ଦେବ ବୋଲି ଟ୍ରମ୍ପ୍‌ କହିଛନ୍ତି । ସୂଚନାଯୋଗ୍ୟ, ଶନିବାର ରାତିରେ ଇରାକର ରାଜଧାନୀ ବାଗଦାଦରେ ଥିବା ଆମେରିକାର ଦୂତବାସ ଏବଂ ବଲାଦ ଏୟାର ବେସ ଉପରେ ଇରାନ ଆକାଶମାର୍ଗରୁ ଆକ୍ରମଣ କରିଛି। ଏଥିର କିନ୍ତୁ କେହି ମୃତାହତ ହୋଇ ନଥିବାର ସୂଚନା ରହିଛି । (ଏଜେନ୍ସି)

 

Categories
ଆଜିର ଖବର

ପାକିସ୍ତାନକୁ ପୁଣି ଥରେ ଚେତାବନୀ ଦେଲା ଆମେରିକା : ଭାରତରେ ଆଉ ଥରେ ଆକ୍ରମଣ ହେଲେ, ପରିସ୍ଥିତି ଭୟାନକ ହେବ

ପୁଲ୍‌ଓ୍ବାମା ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନକୁ ଆତଙ୍କୀ କାର୍ଯ୍ୟକଳାପ ପାଇଁ କଠୋର ନିନ୍ଦା କରାଯାଉଛି। ପାକିସ୍ତାନକୁ ଆମେରିକା ପୁଣି ଥରେ ଚେତାବନୀ ଦେଇଛି। ନିଜ ଦେଶରେ ଥିବା ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ପାକିସ୍ତାନକୁ ଆମେରିକା ତାଗିଦ୍‌ ମଧ୍ୟ କରିବା ସହିତ ଭାରତରେ ଯଦି ଆଉ କୌଣସି ଆତଙ୍କୀ କାର୍ଯ୍ୟକଳାପ ହୁଏ, ତେବେ ପାକିସ୍ତାନ ପାଇଁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହେବ ବୋଲି ଆମେରିକା କଡ଼ା ଚେତାବନୀ ଦେଇଛି। ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି ଯେ, ଭାରତ ଉପରେ ପାକିସ୍ତାନରେ ରହୁଥିବା ଆତଙ୍କବାଦୀଙ୍କ ପକ୍ଷରୁ ପୁଣି ଥରେ ଆକ୍ରମଣ କଲେ ଏଥର ପାକିସ୍ତାନର ଅବସ୍ଥା ଗୁରୁତର ହେବ।  ତେଣୁ ପାକିସ୍ତାନ ଆତଙ୍କବାଦୀ ସଂଗଠନଗୁଡ଼ିକର ଆତଙ୍କୀ କାର୍ଯ୍ୟକ୍ରମରେ ଅଙ୍କୁଶ ଲଗାଇବାର ଆବଶ୍ୟକତା ରହିଛି। ବିଶ୍ୱଶାନ୍ତି ବ୍ୟାହତ ହେବାଭଳି କାର୍ଯ୍ୟଠାରୁ ପାକିସ୍ତାନ ଦୂରେଇ ରହିବା ସହ ଜୈସ୍‌-ଏ- ମହମ୍ମଦ ଓ ଲଶ୍କର-ଏ – ତୋଏବା ପରି ଆତଙ୍କୀ ସଂଗଠନ ପ୍ରତି ନିରନ୍ତର କାର୍ଯ୍ୟାନୁଷ୍ଠାନ କରିବାର ଆବଶ୍ୟକତା ରହିଛି। ଦୁଇ ଦେଶ ମଧ୍ୟରେ ଜଟିଳ ପରିସ୍ଥିତି ସୃଷ୍ଟି ନହେବ, ସେଥିପ୍ରତି ଧ୍ୟାନ ଦେବା ଉଚିତ୍‌ ବୋଲି ଆମେରିକା କହିଛି ।