ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଚତୁର୍ଥ ରାଉଣ୍ଡ ଗଣନା ସୁଦ୍ଧା ବି ଆପ୍ ଆଗୁଆ ରହିଛି । ଦିଲ୍ଲୀରେ ପୁଣିଥରେ ଆପ୍ ବହୁମତ ହାସଲ କରି ଶାସନ କରିବ । ମିଳିଥିବା ସୂଚନା ଅନୁସାରେ ଆପ୍ 50ଟି ଆସନରେ ଆଗୁଆ ରହିଥିବାବେଳେ ବିଜେପି 18ଟି ଆସନରେ ଆଗୁଆ ରହିଛି । ତେବେ ନିର୍ବାଚନ ପରେ ବିଜେପି ବିଜୟୀକୁ ନେଇ ବେଶ୍ ଦୃଢୋକ୍ତି ରହିଥିବାବେଳେ ଏହାର ରେଜଲ୍ଟ କିଛି ଅଲଗା ଦେଖାଯାଉଛି । ତେବେ ଦିଲ୍ଲୀ ନିର୍ବାଚନୀ ଫଳାଫଳକୁ ନେଇ ଦିଲ୍ଲୀ ବିଜେପି ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ବାରୀ କହିଛନ୍ତି ଯେ, ଦିଲ୍ଲୀରେ ଯାହା ବି ଫଳାଫଳ ହେବ, ତା’ର ଉତ୍ତରଦାୟୀ କେବଳ ସେ ହିଁ ରହିବେ । ତଥାପି ବି ବିଜେପି ଜିତିବା ନେଇ ଆଶାବାଦୀ ରହିଛନ୍ତି ମନୋଜ ତିଓ୍ବାରୀ । ସୂଚନାଯୋଗ୍ୟ ଯେ, ଦିଲ୍ଲୀ ନିର୍ବାଚନ ପରେ ଏକଜିଟ୍ ପୋଲ୍ ରେଜଲ୍ଟରେ ମଧ୍ୟ ଆପ୍କୁ ବହୁମତ ମିଳିଥିଲା । ଏହାକୁ ନେଇ ବିଜେପିର ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ବାରୀ ଏକଜିଟ୍ ପୋଲ୍ର ରେଜଲ୍ଟ ଓଲଟା ହେବ ବୋଲି ମନୋଜ ତିଓ୍ବାରୀ କହିଥିଲେ ।
Tags: