Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲଗାତାର ୩ ବର୍ଷ ଧରି ନକ୍ସଲ ହିଂସା ହ୍ରାସ, ୨୦୧୭ରେ ୯୦୮ ରୁ ହ୍ରାସ ପାଇ ୨୦୧୯ରେ ୬୭୦ରେ ପହଂଚିଲା
ଆଜିର ଖବର

ଲଗାତାର ୩ ବର୍ଷ ଧରି ନକ୍ସଲ ହିଂସା ହ୍ରାସ, ୨୦୧୭ରେ ୯୦୮ ରୁ ହ୍ରାସ ପାଇ ୨୦୧୯ରେ ୬୭୦ରେ ପହଂଚିଲା

February 11, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ,୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ତିନି ବର୍ଷ ଧରି ଦେଶରେ କ୍ରମାଗତ ଭାବେ ନକ୍ସଲ ହିଂସା ଘଟଣା ହ୍ରାସ ପାଇଛି । ଆଜି ଲୋକସଭାରେ ନକ୍ସଲ ହିଂସା ସକ୍ରାନ୍ତ ଏକ ପ୍ରଶ୍ନର ଲିଖିତ ଉତର ଦେଇ ଏହା କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ । କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ ଯେ ବ୍ୟାପକ ଭାବେ ବାମପନ୍ଥୀ ଉଗ୍ରବାଦର ମୁକାବିଲା ଲାଗି ଭାରତ ସରକାର ଜାତୀୟ ନୀତି ଓ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି । ଏଥିରେ ବହୁମୁଖୀ ଆଭିମୁଖ୍ୟ ଗ୍ରହଣ କରାଯାଇଛି ଯେପରିକି ସୁରକ୍ଷା କଡ଼ାକଡ଼ି କରିବା, ସ୍ଥାନୀୟ ସମୁଦାୟଙ୍କ ବିକାଶ ଓ ସେମାନଙ୍କ ଅଧିକାର ଓ ସୁବିଧା ସୁଯୋଗକୁ ସୁରକ୍ଷିତ ରଖିବା ଆଦି ରହିଛି ।

ଏପରି ନୀତି ଗ୍ରହଣ କରାଯିବା ଫଳରେ ବାମପନ୍ଥୀ ଉଗ୍ରବାଦ ଘଟଣା ଏବଂ ନକ୍ସଲ ହିଂସା ପ୍ରବଣ କ୍ଷେତ୍ର ମଧ୍ୟ ନିୟମିତ ଭାବେ କମିବାରେ ଲାଗିଛି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୦୧୭ରେ ୯୦୮ଟି ନକ୍ସଲ ହିଂସା ଘଟଣା ଘଟିଥିଲା । ଏଥିରେ ୧୮୮ ଜଣ ସାଧାରଣ ନାଗରିକ ଓ ୭୫ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଥିବା ବେଳେ ୧୩୬ ଜଣ ନକ୍ସଲ ନିହତ ହେବା ସହିତ ୧୮୮୮ ଜଣ ନକ୍ସଲଙ୍କୁ ଗିରଫ କରାଯାଇଥିଲା ।

୨୦୧୮ରେ ପୂର୍ବ ବର୍ଷ ଅପେକ୍ଷା କମ ଅର୍ଥାତ ୮୩୩ଟି ନକ୍ସଲ ହିଂସା ଘଟଣା ଘଟିଥିବା ବେଳେ ୧୭୩ ଜଣ ସାଧାରଣ ନାଗରିକ ଓ ୬୭ ଜଣ ସୁରକ୍ଷାକର୍ମୀଙ୍କ ପ୍ରାଣହାନି ଘଟିଥିଲା । ଏହି ବର୍ଷ ୨୨୫ ଜଣ ନକ୍ସଲ ନିହତ ହେବା ସହିତ ୧୯୩୩ ଜଣ ଗିରଫ ହୋଇଥିଲେ । ୨୦୧୯ରେ ଘଟିଥିବା ୬୭୦ଟି ନକ୍ସଲ ହିଂସା ଘଟଣାରେ ୧୫୦ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ୫୨ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ । ଏହି ବର୍ଷ ୧୪୫ ଜଣ ନକ୍ସଲ ନିହତ ହେବା ସହ ୧୨୭୬ ଜଣ ଗିରଫ ହୋଇଥିଲେ ।

ନକ୍ସଲ ହିଂସା ଲୋକସଭା
Share. Facebook Twitter LinkedIn Email WhatsApp Copy Link

Related Posts

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସ: ପୁସ୍ତକପ୍ରେମୀଙ୍କ ଭରପୁର ଉତ୍ସାହ

April 27, 2026

କଣ ଗରମ ଯୋଗୁଁ ଆପଣଙ୍କ ପେଟ ବାରମ୍ବାର ଖରାପ ହେଉଛି କି ? ଜାଣନ୍ତୁ କାରଣ କଣ ?

April 27, 2026
Latest News

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସ: ପୁସ୍ତକପ୍ରେମୀଙ୍କ ଭରପୁର ଉତ୍ସାହ

April 27, 2026

କିସ୍ ରେ ରାଜ୍ୟସ୍ତରୀୟ ଆଦିବାସୀ ସ୍ୱେଚ୍ଛାସେବୀ ସଶକ୍ତିକରଣ କାର୍ଯ୍ୟକ୍ରମ ଉଦଯାପିତ

April 27, 2026

କଣ ଗରମ ଯୋଗୁଁ ଆପଣଙ୍କ ପେଟ ବାରମ୍ବାର ଖରାପ ହେଉଛି କି ? ଜାଣନ୍ତୁ କାରଣ କଣ ?

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.