
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ବିଜେଡିର ପୂର୍ବତନ ବିଧାୟକ ତଥା ପଣ୍ୟାଗାର ନିଗମ ଅଧ୍ୟକ୍ଷ ରହିଥିବା ଅନୁପ ସାଏଙ୍କୁ ବିଜୁ ଜନତା ଦଳ (ବିଜେଡି)ରୁ ବହିଷ୍କାର କରାଯାଇଛି । ଏକ ହତ୍ୟା ମାମଲାରେ ଛତିଶଗଡ ପୋଲିସ୍ ଦ୍ବାରା ଗିରଫ ହେବା ପରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । କେବଳ ବିଜେଡିରୁ ନୁହେଁ ଅନୁପଙ୍କୁ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦରୁ ମଧ୍ୟ ହଟାଇଛନ୍ତି ମୁଖ୍ୟମନ୍ତ୍ରୀ । ଉଲ୍ଲେଖଯୋଗ୍ୟ ଯେ, 2016 ମସିହାରେ ଡବଲ ମର୍ଡର ଅଭିଯୋଗରେ ସାଏଙ୍କୁ ଛତିଶଗଡଗର ଚକ୍ରଧରପୁର ପୋଲିସ୍ ଗିରଫ କରିଛି ।
Tags: anupsai, chhatishgarh