Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୀନାକ୍ଷୀ ମିଶ୍ର ଆତ୍ମହତ୍ୟା ଉଦ୍ୟମ ଘଟଣା: ଏସ୍‌ପିଙ୍କୁ ଭେଟିଲେ ମହିଳା ବିଜେଡ଼ି କର୍ମୀ
ଆଜିର ଖବର

ମୀନାକ୍ଷୀ ମିଶ୍ର ଆତ୍ମହତ୍ୟା ଉଦ୍ୟମ ଘଟଣା: ଏସ୍‌ପିଙ୍କୁ ଭେଟିଲେ ମହିଳା ବିଜେଡ଼ି କର୍ମୀ

February 14, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ରାଉଳ

ବ୍ରହ୍ମପୁର: ବ୍ରହ୍ମପୁର ଏସ୍‌ପି କାର୍ଯ୍ୟାଳୟ ମଧ୍ୟରେ ଜଣେ ଜଣାଶୁଣା ବିଜେଡ଼ି ନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ସହରରେ ପୋଲିସ୍ ବିଭାଗକୁ ଅଙ୍ଗୁଳି ଉଠିବା ସହ ପୋଲିସର ଗୋଇନ୍ଦା ବିଭାଗ ସଂପୂର୍ଣ୍ଣ ଫେଲ୍ ମାରିଥିବା ନେଇ ଚର୍ଚ୍ଚା ଚାଲିଛି। ଆତ୍ମହତ୍ୟା ଉଦ୍ୟମ ନେଇ ସହରରେ ଚର୍ଚ୍ଚା ହେଉଥିବାବେଳେ ଏହାକୁ ଅତି ହାଲ୍‌କା ଭାବେ ନେବାକୁ ସହରର ବୁଦ୍ଧିଜୀବୀ ସହଜରେ ହଜମ କରିପାରୁନାହାନ୍ତି। ସୂଚନାଥାଉକି ବିଜେଡ଼ି ନେତ୍ରୀ ମିନାକ୍ଷୀ ମିଶ୍ର ତାଙ୍କ ପୁଅର ଗିରଫ ପରେ ମାନସିକ ସ୍ତରରେ ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲେ। ପୋଲିସ୍ ସବୁଜାଣି ମଧ୍ୟ ତାଙ୍କ ପୁଅ ବିରୋଧରେ ମାତ୍ରାଧିକ ପଦକ୍ଷେପ ନେଉଥିବା ଯୋଗୁଁ ସେ ସମସ୍ତଙ୍କ ପାଖରେ କାକୁତି ମିନତି ହେଉଥିଲେ। ଏହି ପରିପ୍ରେକ୍ଷୀରେ ଗତ ୧୧ ତାରିଖ ଦିନ ଏକ ସାମ୍ବାଦିକ ସମ୍ମିଳନୀ ସେ କରିଥିଲେ ଏବଂ ସେ କହିଥିଲେ ଯେ ମୋତେ ଯଦି ନ୍ୟାୟ ନ ମିଳେ ତେବେ ଏସ୍‌ପିଙ୍କ ଅଫିସରରେ ଆତ୍ମହୁତି ଦେବି। ଏହି କଥାକୁ ଅତି ହାଲୁକା ଭାବରେ ସମସ୍ତେ ନେଇଥିଲେ। ଗତ ୧୨ ତାରିଖ ଦିନ ଗୋଟାଏ ବେଳେ ମିନାକ୍ଷୀ ମିଶ୍ର କିରୋସିନି ଧରି ଏସ୍‌ପିଙ୍କ ପାଖକୁ ଯାଇଥିଲେ। କିନ୍ତୁ ସେ ସମୟରେ ଏସ୍‌ପି ଉପସ୍ଥିିତ ନଥିଲେ। ଯାହାଫଳରେ ସେ ଅନ୍ୟ ଜଣେ ଅଫିସରଙ୍କ ସହିତ ସାକ୍ଷାତ କରିଥିଲେ। ସେଠାରେ କୌଣସି ପ୍ରକାର ସନ୍ତୋଷଜନକ ଉତ୍ତର ନ ପାଇ ମାନସିକ ସ୍ତରରେ ଭାଙ୍ଗିପଡ଼ି ନିଜ ଦେହରେ କିରୋସିନି ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏଠାରେ ପ୍ରଶ୍ନ ଉଠୁଛି ଯେ ୫-ଟି ଗଲା କୁଆଡ଼େ? ପୋଲିସ୍ ବିଭାଗର ଗୁଇନ୍ଦା ବିଭାଗ ମଧ୍ୟ ଏକରକମ ଫେଲ୍ ମାରିଛି କହିଲେ କିଛି ଭୁଲ୍ ହେବନି। କାରଣ ପୂର୍ବଦିନ ସେ ସାମ୍ବାଦିକ ସମ୍ମିଳନୀ କରିବା ସହ ବିଭିନ୍ନ ଲୋକଙ୍କୁ ଫୋନ୍ କରି କାନ୍ଦି କାନ୍ଦି କାକୁତି ମିନତି ହୋଇଥିବା ଅଡ଼ିଓ ସଂପୂର୍ଣ୍ଣ ବ୍ରହ୍ମପୁର ସହରରେ ଭାଇରାଲ୍ ହୋଇଥିଲା। ଅନ୍ୟଦିଗକୁ ଦେଖିଲେ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଯିବା ସମୟରେ ସେ କିରୋସିନି ଧରି ଗଲେ କିପରି? ଏଭଳିକି କିରୋସିନି ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରୁଥିବା କାର୍ଯ୍ୟରତ କର୍ମଚାରୀମାନେ ଦେଖିପାରିଲେ ନାହିଁ କିପରି ?

ଏହାକୁ ନେଇ ଆଜି ଜିଲ୍ଲା ବିଜେଡ଼ି ମହିଳା କର୍ମୀମାନେ ଏସ୍‌ପିଙ୍କୁ ଭେଟିବା ସହ ଅନେକଗୁଡ଼ିଏ ପ୍ରଶ୍ନ ଉଠାଇଥିଲେ। ଯାହାକି ଅତି ସ୍ୱାଭାବିକ ଥିଲେ ମଧ୍ୟ ଏହା ଅନୁସନ୍ଧାନ ସାପେକ୍ଷ କହିଲେ ଭୁଲ ହେବ ନାହିଁ। ଆତ୍ମହତ୍ୟା ଉଦ୍ୟମରେ ତାଙ୍କ ଶରୀରର ୮୦ ଭାଗ ପୋଡ଼ିଯାଇଛି। ପ୍ରଥମେ ଏମ୍‌କେସିଜି ମେଡ଼ିକାଲ୍ ନେଲା ପରେ ଏଠାରେ ବର୍ଣ୍ଣିଂ ୟୁନିଟ୍ ନଥିବାରୁ ତାଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତରିତ କରାଯାଇଥିଲା। ସେ ବର୍ତ୍ତମାନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଆଜି ତାଙ୍କ ପୁଅ ରାଜାକୁ ଯିଏକି ଜେଲ୍‌ରେ ଥିଲେ ତାଙ୍କୁ ମା’ଙ୍କୁ ଦେଖିବା ପାଇଁ ଅନ୍ତରିଣ ଜାମିନ ମିଳିଥିବା ତାଙ୍କ ଓକିଲ ବରିଷ୍ଠ ଆଇନଜୀବୀ ଦୀପକ ପଟ୍ଟନାୟକ କହିଛନ୍ତି। ସୂଚନାଥାଉକି ଫେବୃୟାରୀ ୨୮ ତାରିଖରେ ପଣ୍ଡା କଲୋନୀରେ ଜନୈକ ବିଜେଡ଼ି ନେତ୍ରୀଙ୍କୁ ଆକ୍ରମଣ ଏବଂ ତାଙ୍କ ପୁଅ କରିଥିବା ପ୍ରତି ଆକ୍ରମଣ ଘଟଣାରେ ବୈଦ୍ୟନାଥପୁର ପୋଲିସ୍ ଉଭୟ ପକ୍ଷରୁ ୫ ଜଣକୁ ଗିରଫ କରିଥିଲା। ବିଜେଡ଼ି ନେତ୍ରୀ ମିନାକ୍ଷୀ ମିଶ୍ର ଏବଂ ତାଙ୍କ ପୁଅ ରାଜା ମିଶ୍ରଙ୍କୁ ଆକ୍ରମଣ ମାମଲାରେ ଥାନା କେସ ନଂ ୧୯/୨୦ରେ ବଡ଼ବଜାର ଥାନା ଅଂଚଳର ଆଶିଷ ମହାରଣା (୨୩), ପିଣ୍ଟୁ ବେହେରା (୨୫), ସୁନିଲ ମହାରଣା (୩୨) ଏବଂ କାଳିଆ ସାହୁ (୨୩)କୁ ଗିରଫ କରିଥିବାବେଳେ ସୁନିଲ ମହାରଣାଙ୍କୁ ଆକ୍ରମଣ ମାମଲାରେ ଥାନା କେସ ନଂ ୨୭/୨୦ରେ ବୈଦ୍ୟନାଥପୁର ଥାନା ପଣ୍ଡାକଲୋନୀର ମିନାକ୍ଷୀ ମିଶ୍ରଙ୍କ ପୁଅ, ରାଜା ଓରଫ୍ କୃତିବାସ ମିଶ୍ର (୨୨)ଙ୍କୁ ମଧ୍ୟ ଗିରଫ କରି କୋର୍ଟଚାଲଣ କରିଥିଲା। ଫେବୃୟାରୀ ୨୮ ତାରିଖରେ ପଣ୍ଡା କଲୋନୀରେ ରହୁଥିବା ବିଜେଡ଼ି ନେତ୍ରୀ ମିନାକ୍ଷୀ ମିଶ୍ର (ମିଲି ନନ୍ଦ)ଙ୍କ ଘର ନିକଟରେ ଏକ ଭୋଜି ଚାଲିଥିବାବେଳେ କିଛି ଯୁବକ ସେଠାରେ ବ୍ୟାଣ୍ଡପାର୍ଟିରେ ଆସି ପାଟିତୁଣ୍ଡ କରିବା ସହ କୌଣସି କଥାକୁ ନେଇ ମିନାକ୍ଷୀ ଏବଂ ତାଙ୍କ ପୁଅଙ୍କ ସହ ଯୁକ୍ତିତର୍କ କରିଥିଲ। ପରେ ଯୁବକମାନେ ଉତ୍ତ୍ୟକ୍ତ ହୋଇ ମିନାକ୍ଷୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ତାଙ୍କର ହାତକଟି ପ୍ରବଳ ରକ୍ତସ୍ରାବ ହୋଇଥିଲା। ଯୁବକମାନେ ତାଙ୍କ ପୁଅ ରାଜାଙ୍କ ମୁଣ୍ଡଙ୍କୁ ମଧ୍ୟ ଆକ୍ରମଣ କରିଥିବାରୁ ତାଙ୍କର ମୁଣ୍ଡ ଫାଠିଯାଇଥିଲା। ସେପଟେ ମିନାକ୍ଷୀ ମିଶ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକରୁ ଭୁବନେଶ୍ୱର ସୋମ୍ ହସ୍‌ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଆଜି ବିଜେଡ଼ିର କିଛି ମହିଳା ନେତ୍ରୀ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ଭୁବନେଶ୍ୱର ଯାଇଛନ୍ତି।

 

Share. Facebook Twitter LinkedIn Email WhatsApp Copy Link

Related Posts

ହର୍ମୁଜ୍ ପ୍ରଣାଳୀ ଖୋଲିବା ପରେ ପାକିସ୍ତାନର ବଡ଼ ପଦକ୍ଷେପ: ଭାରତକୁ କ୍ଷତି ପହଞ୍ଚାଇବା ପାଇଁ ପ୍ରୟାସ

June 23, 2026

ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ଟି-୨୦ ସିରିଜରୁ ବାଦ ପଡ଼ିଲେ ନୀତିଶ ରେଡ୍ଡି: ଜାଣନ୍ତୁ କାହାକୁ ମିଳିଲା ସୁଯୋଗ?

June 23, 2026

ପ୍ରଶାନ୍ତ ମହାସାଗରରେ ବିପଜ୍ଜନକ ଏଲ ନିନୋ ସକ୍ରିୟ: ଭାରତ ପାଇଁ ସୃଷ୍ଟି କରୁଛି ବଡ଼ ବିପଦ

June 23, 2026

ଏବେ ବିଶ୍ୱକୁ ମୁକ୍ତ ଭାବରେ ତେଲ ବିକ୍ରୟ କରିବ ଇରାନ: ଭାରତ ହେବ ଲାଭବାନ!

June 23, 2026
Latest News

ହର୍ମୁଜ୍ ପ୍ରଣାଳୀ ଖୋଲିବା ପରେ ପାକିସ୍ତାନର ବଡ଼ ପଦକ୍ଷେପ: ଭାରତକୁ କ୍ଷତି ପହଞ୍ଚାଇବା ପାଇଁ ପ୍ରୟାସ

June 23, 2026

ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ଟି-୨୦ ସିରିଜରୁ ବାଦ ପଡ଼ିଲେ ନୀତିଶ ରେଡ୍ଡି: ଜାଣନ୍ତୁ କାହାକୁ ମିଳିଲା ସୁଯୋଗ?

June 23, 2026

ଆଦିତ୍ୟ ବିର୍ଲା ଗ୍ରୁପ୍‌ ର ନୂଆ ପଦକ୍ଷେପ, ଶୁଭାରମ୍ଭ କଲା ଆଇଏନ୍‌ଟି ଆଦିତ୍ୟ ବିର୍ଲା ପରଫର୍‌ମିଂ ଆର୍ଟସ୍‌ ଏକାଡେମୀ 

June 23, 2026

ପ୍ରଶାନ୍ତ ମହାସାଗରରେ ବିପଜ୍ଜନକ ଏଲ ନିନୋ ସକ୍ରିୟ: ଭାରତ ପାଇଁ ସୃଷ୍ଟି କରୁଛି ବଡ଼ ବିପଦ

June 23, 2026

ଏବେ ବିଶ୍ୱକୁ ମୁକ୍ତ ଭାବରେ ତେଲ ବିକ୍ରୟ କରିବ ଇରାନ: ଭାରତ ହେବ ଲାଭବାନ!

June 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.