ବାଙ୍କୀରେ ଡବଲ୍‌ ମର୍ଡର : ଦିନ ଦ୍ବିପ୍ରହରରେ ଗୋଡେଇ ଗୋଡେଇ ହାଣିଲେ

Published: Feb 15, 2020, 6:13 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ବାଙ୍କୀରେ ଡବଲ ମର୍ଡର ହୋଇଛି । ଜନୈକ ସରପଞ୍ଚଙ୍କ ସ୍ବାମୀ ଏବଂ ତାଙ୍କର ସହଯୋଗୀଙ୍କୁ କିଛି ଦୂର୍ବୁର୍ତ୍ତ ଗୋଡାଇ ଗୋଡାଇ ହତ୍ୟା କରିଛନ୍ତି । ସରପଞ୍ଚଙ୍କ ସ୍ବାମୀ ଏବଂ ସହଯୋଗୀ ବାଇକ୍‌ରେ ଆସୁଥିବା ବେଳେ କିଛି ଦୂର୍ବୁର୍ତ୍ତ ଖଣ୍ଡା ଓ ଟାଙ୍ଗିଆରେ ଗୋଡେଇ ଗୋଡେଇ ହାଣିଲେ । ସହଯୋଗୀ ଜଣକ ବାଙ୍କୀ ଡାକ୍ତରଖାନାରେ ପ୍ରାଣ ହରାଇଥିବା ବେଳେ ଗୁରୁତର ଅବସ୍ଥାରେ ସରପଞ୍ଚଙ୍କ ସ୍ବାମୀଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା । ସରପଞ୍ଚଙ୍କ ସ୍ବାମୀ ଏସ୍‌ସିବିରେ ପ୍ରାଣ ହରାଇଥିଲେ । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Related posts