Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁଇ ନବଜାତ ଶିଶୁଙ୍କ ମୃତଦେହ ଉଦ୍ଧାର : ପରଦା ପଛର ବେଆଇନ ନର୍ସିଂହୋମ୍‌
ଆଜିର ଖବର

ଦୁଇ ନବଜାତ ଶିଶୁଙ୍କ ମୃତଦେହ ଉଦ୍ଧାର : ପରଦା ପଛର ବେଆଇନ ନର୍ସିଂହୋମ୍‌

February 15, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ଆଜି ବ୍ରହ୍ମପୁର ସହରରେ ଦୁଇଦୁଇଟି ଲଜ୍ଜା ଏବଂ ଅଶୋଭନୀୟ ଘଟଣା ଦେଖିବାକୁ ମିଳିଛି । ସହରର ଦୁଇ ଅଲଗା ଅଲଗା ସ୍ଥାନରେ ନବଜନ୍ମିତ ଶିଶୁଙ୍କୁ ଫୋପାଡ଼ି ଦିଆଯାଇଛି । ଯାହାକୁ ନେଇ ସହରରେ ଆଜି ବୁଦ୍ଧିଜୀବୀ ପ୍ରଶାସନକୁ ଆଙ୍ଗୁଠି ନିକ୍ଷେପ କରିଛନ୍ତି । ଦୀର୍ଘଦିନ ହେଲା ପ୍ରଶାସନ ନର୍ସିଂ ହୋମ୍ ଗୁଡିକ ଉପରେ ଚଢ଼ାଉ କରିବାରେ ପଛଘୁଞ୍ଚା ଦେଉଛି । ସହରରେ ମାଳ ମାଳ ଛତୁଫୁଟିଲା ଭଳି ନର୍ସିଂ ହୋମ୍ ଖୋଲାଯାଉଛି । ଯାହାକି ସରକାରୀ ନିୟମକୁ ଖୁଲମ୍‌ଖୁଲା ଉଲ୍ଲଂଘନ କରୁଛନ୍ତି । ଏହି ସମସ୍ତ ନର୍ସିଂହୋମ୍‌ରେ ବେଆଇନ ଭାବରେ ଲିଙ୍ଗ ନିରୂପଣ କରାଯାଉଛି ।

ବିଭିନ୍ନ ଗଣମାଧ୍ୟମରେ ଏହି ନର୍ସିଂହୋମ୍‌ମାନଙ୍କୁ ନେଇ ଖବର ପ୍ରକାଶିତ ହେଲେ ପ୍ରଶାସନ ପକ୍ଷରୁ ଲୋକଦେଖାଣିଆ ଭାବେ ଚଢ଼ାଉ କରାଯାଏ । ଏହାର ଫଳ ଏକରକମ ଶୂନ କହିଲେ ଅତ୍ୟୁକ୍ତି ହେବ ନାହିଁ । ମୁଖ୍ୟତଃ ଟଙ୍କା ଲୋଭରେ ଏହି ବେଆଇନ ନର୍ସିଂ ହୋମ୍‌ଗୁଡ଼ିକ ଭୃଣହତ୍ୟାଠାରୁ ଆରମ୍ଭ କରି ଭୃଣ ନିରୂପଣ ଏବଂ ସମୟ ପୂର୍ବରୁ ପ୍ରସବ କରାଇବା ଦେଖିବାକୁ ମିଳୁଛି । ଏହି କ୍ଷେତ୍ରରେ ନର୍ସିଂ ହୋମ୍‌ଗୁଡ଼ିକ ମୋଟା ଅଙ୍କର ଅର୍ଥ ରୋଜଗାର କରିଥାନ୍ତି । ଯାହାଫଳରେ ଏହିପରି ଭୃଣହତ୍ୟା ଏବଂ କୋମଳମତି ଶିଶୁକନ୍ୟାକୁ ରାସ୍ତାଘାଟରେ, ଡ଼୍ରେନ୍‌ରେ ଫୋପାଡ଼ୁଥିବା ହୃଦୟ ବିଦାରକ ଚିତ୍ର ଦେଖିବାକୁ ମିଳୁଛି । ଆଜି ବ୍ରହ୍ମପୁର ମେଡ଼ିକାଲ୍ ନିକଟବର୍ତ୍ତୀ ସିଦ୍ଧାର୍ଥ ନଗର ନାଳରେ ଏକ ଶିଶୁକନ୍ୟାକୁ ଫୋପାଡ଼ି ଦେଇଥିବା ଦେଖିବାକୁ ମିଳିଥିଲା । ସେହିପରି ବିନାୟକ ଆଚାର୍ଯ୍ୟ କଲେଜ ପାଖରେ ଡ଼ମ୍ପିଂୟାର୍ଡ଼ରେ ଶିଶୁକୁ ଫୋପାଡ଼ି ଦିଆଯାଇଥିବା ଦେଖିବାକୁ ମିଳିଥିଲା । ଏହି ଖବର ପାଇବା ପରେ ସ୍ଥାନୀୟ ପୋଲିସ୍ ଘଟଣାସ୍ଥଳକୁ ଯାଇ ଶିଶୁମାନଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏ ନେଇ ବୈଦ୍ୟନାଥପୁର ଥାନାରେ ୟୁଡ଼ି କେସ ନଂ 72/2020ରେ ଏକ ମାମଲା ରୁଜୁ ହୋଇଛି ।

child
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ: ଦୁଇ ଲୁଟେରା ଗିରଫ

February 28, 2026

ରାଜ୍ୟସଭା ନିର୍ବାଚନ ପାଇଁ ସିପିଆଇ (ଏମ୍) ର ବଡ ନିଷ୍ପତ୍ତି: ବିଜେପି ବିରୋଧରେ ଆସିବାକୁ ଦେଲା ଆହ୍ଵାନ

February 28, 2026

ପୂର୍ବତଟ ରେଳପଥ ରେଳ ସଦନରେ ଭୂମିକମ୍ପ ଏବଂ ଅଗ୍ନି ନିରାପତ୍ତା ମକ୍ ଡ୍ରିଲ୍

February 28, 2026

SIR ପରେ ପଶ୍ଚିମବଙ୍ଗରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲେ ୬୦ ଲକ୍ଷରୁ ଅଧିକ ଭୋଟର

February 28, 2026
Latest News

ଗୋଦାବରୀଶ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ ଉପଲକ୍ଷେ ସଭା

February 28, 2026

ବାଲୁଗାଁ: ଦୁଇ ଲୁଟେରା ଗିରଫ

February 28, 2026

ରାଜ୍ୟସଭା ନିର୍ବାଚନ ପାଇଁ ସିପିଆଇ (ଏମ୍) ର ବଡ ନିଷ୍ପତ୍ତି: ବିଜେପି ବିରୋଧରେ ଆସିବାକୁ ଦେଲା ଆହ୍ଵାନ

February 28, 2026

ପୂର୍ବତଟ ରେଳପଥ ରେଳ ସଦନରେ ଭୂମିକମ୍ପ ଏବଂ ଅଗ୍ନି ନିରାପତ୍ତା ମକ୍ ଡ୍ରିଲ୍

February 28, 2026

ରାଜସ୍ଥାନରେ ଏଚପିଭି ଟୀକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

February 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.