Categories
ଆଜିର ଖବର ଜାତୀୟ ଖବର

ଭାରତର ଏହି ଗ୍ରାମରେ ଜଣେ ପୁରୁଷ ଦୁଇଥର ବିବାହ କରିବା ପାଇଁ ହୋଇଥାଏ ବାଧ୍ୟ, ଜାଣନ୍ତୁ କାରଣ କ’ଣ

ରାଜସ୍ଥାନ : ଭାରତର ଏପରି ଏକ ସ୍ଥାନ, ଯେଉଁଠାରେ ଜଣଙ୍କୁ ଦୁଇଟି ବିବାହ ପାଇଁ କରାଯାଇଥାଏ ବାଧ୍ୟ । ରାଜସ୍ଥାନର ଏକ ଗ୍ରାମରେ ଏଠାରେ ଜଣେ ପୁରୁଷ ଦୁଇ କନ୍ୟାଙ୍କୁ ବିବାହ କରିଥାଏ । ତେବେ ଏହା ଶୁଣିବାକୁ ଅଜବ ଲାଗୁଥିଲେ ବି ଏହି ଗ୍ରାମର ପରମ୍ପରା ଅନୁସାରେ ସମେସ୍ତ ଦୁଇଟି ବିବାହ କରିଥା’ନ୍ତି ।

ରାଜସ୍ଥାନର ବାଡମେର ସ୍ଥିତ ବେରାସଡ ଗ୍ରାମରେ ଏହି ଅଜବ ପରମ୍ପରା ଆଜି ବି ପ୍ରଚଳିତ ରହିଛି । ଏହି ଗ୍ରାମର ପୁରୁଷ ମାନେ ଦୁଇଥର ବିବାହ କରିଥା’ନ୍ତି ।

ପ୍ରଥମ ସ୍ତ୍ରୀଙ୍କଠାରୁ କୌଣସି ସନ୍ତାନ ସନ୍ତତି ନ ହେଉଥିବାରୁ ପୁରୁଷଙ୍କୁ ଦ୍ବିତୀୟ ବିବାହ କରିବାକୁ ପଡିଥାଏ । ତେବେ ଏହି ଗ୍ରାମରେ 70ଟି ଘର ଥିବାବେଳେ ଏଠାକାର ଅଧିବାସୀ ଅଧିକାଂଶ ସଂଖ୍ୟାଲଘୁ ସମ୍ପ୍ରଦାୟର । ଏହି ଗ୍ରାମରେ ଥିବା ସମସ୍ତ 70ଟି ପରିବାରର ପୁରୁଷଙ୍କ ପ୍ରଥମସ୍ତ୍ରୀଙ୍କଠାରୁ କୌଣସି ସନ୍ତାନ ହୋଇନାହିଁ । ସନ୍ତାନ ଆଶାରେ ଏହି ଗ୍ରାମର ପୁରୁଷମାନେ ଦ୍ବିତୀୟ ବିବାହ କରିବାକୁ ବାଧ୍ୟ ହୋଇଥା’ନ୍ତି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଶିଶୁ

ଭୁବନେଶ୍ବର: ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଜାରି ହୋଇଛି। ଜାରି ହୋଇଥିବା ଏହି ଯାତ୍ରା ବିବରଣୀରେ ରାଜ୍ୟର ୪୮ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଶିଶୁ ରହିଥିବାର ସୂଚନା ମିଳିଛି। ଆଜି ରାଜ୍ୟ ସରକାର କରୋନା ସଂକ୍ରମିତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ପ୍ରଦାନ କରିଛନ୍ତି। ଏଥରୁ କରୋନା ସଂକ୍ରମିତ ମଧ୍ୟରେ ୯ ଓ ୫ ବର୍ଷର ଦୁଇ ଶିଶୁ କନ୍ୟା ସଂକ୍ରମିତ ହୋଇଛନ୍ତି ବୋଲି ଜଣାପଡିଛି। ଏହି ଦୁଇ ଶିଶୁ ଝାରପଡାର ୪୨ ନମ୍ବର କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସମ୍ପର୍କୀୟ ବୋଲି ଜଣାପଡିଛନ୍ତି। ଏହି ଦୁଇଶିଶୁଙ୍କ ସମେତ ଜଣେ ୩୭ ବର୍ଷୀୟା ମହିଳା ମଧ୍ୟ ସଂକ୍ରମିତ ହୋଇଥିବାର ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରିଛନ୍ତି।

ଭୁବନେଶ୍ବରର ୪୬, ୪୭ ଓ ୪୮ ନମ୍ବର କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ମଧ୍ୟ ଜାରି କରାଯାଇଛି। ଏହି ଆକ୍ରାନ୍ତମାନେ ୨୨ ମାର୍ଚ୍ଚରୁ ଏପ୍ରିଲ୍‌ ତିନି ତାରିଖ ପର୍ଯ୍ୟନ୍ତ ଘରେ ରହିଥିଲେ। ଏହାପରେ ୪ ରୁ ୫ ଏପ୍ରିଲ୍‌ରେ ଭୁବନେଶ୍ବରସ୍ଥିତ ଏମସ୍‌ ହସ୍ପିଟାଲ୍‌ ଯାଇଥିଲେ। ପରେ ୬ରୁ ୯ ତାରିଖ ପର୍ଯ୍ୟନ୍ତ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଥିଲେ। ଏପ୍ରିଲ୍‌ ୮ ତାରିଖରେ ଏମାନଙ୍କର ନମୁନା ପରୀକ୍ଷଣ କରାଯାଇଥିଲା। ଏପ୍ରିଲ୍‌ ୯ ତାରିଖରେ ପଜିଟିଭ୍‌ ହୋଇଥିବାର ସୂଚନା ମିଳିଥିଲା। ଏହାପରେ ଏମାନଙ୍କୁ  କିମସ୍‌ କୋଭିଡ୍‌ -୧୯ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଦୁଇ ନବଜାତ ଶିଶୁଙ୍କ ମୃତଦେହ ଉଦ୍ଧାର : ପରଦା ପଛର ବେଆଇନ ନର୍ସିଂହୋମ୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : ଆଜି ବ୍ରହ୍ମପୁର ସହରରେ ଦୁଇଦୁଇଟି ଲଜ୍ଜା ଏବଂ ଅଶୋଭନୀୟ ଘଟଣା ଦେଖିବାକୁ ମିଳିଛି । ସହରର ଦୁଇ ଅଲଗା ଅଲଗା ସ୍ଥାନରେ ନବଜନ୍ମିତ ଶିଶୁଙ୍କୁ ଫୋପାଡ଼ି ଦିଆଯାଇଛି । ଯାହାକୁ ନେଇ ସହରରେ ଆଜି ବୁଦ୍ଧିଜୀବୀ ପ୍ରଶାସନକୁ ଆଙ୍ଗୁଠି ନିକ୍ଷେପ କରିଛନ୍ତି । ଦୀର୍ଘଦିନ ହେଲା ପ୍ରଶାସନ ନର୍ସିଂ ହୋମ୍ ଗୁଡିକ ଉପରେ ଚଢ଼ାଉ କରିବାରେ ପଛଘୁଞ୍ଚା ଦେଉଛି । ସହରରେ ମାଳ ମାଳ ଛତୁଫୁଟିଲା ଭଳି ନର୍ସିଂ ହୋମ୍ ଖୋଲାଯାଉଛି । ଯାହାକି ସରକାରୀ ନିୟମକୁ ଖୁଲମ୍‌ଖୁଲା ଉଲ୍ଲଂଘନ କରୁଛନ୍ତି । ଏହି ସମସ୍ତ ନର୍ସିଂହୋମ୍‌ରେ ବେଆଇନ ଭାବରେ ଲିଙ୍ଗ ନିରୂପଣ କରାଯାଉଛି ।

ବିଭିନ୍ନ ଗଣମାଧ୍ୟମରେ ଏହି ନର୍ସିଂହୋମ୍‌ମାନଙ୍କୁ ନେଇ ଖବର ପ୍ରକାଶିତ ହେଲେ ପ୍ରଶାସନ ପକ୍ଷରୁ ଲୋକଦେଖାଣିଆ ଭାବେ ଚଢ଼ାଉ କରାଯାଏ । ଏହାର ଫଳ ଏକରକମ ଶୂନ କହିଲେ ଅତ୍ୟୁକ୍ତି ହେବ ନାହିଁ । ମୁଖ୍ୟତଃ ଟଙ୍କା ଲୋଭରେ ଏହି ବେଆଇନ ନର୍ସିଂ ହୋମ୍‌ଗୁଡ଼ିକ ଭୃଣହତ୍ୟାଠାରୁ ଆରମ୍ଭ କରି ଭୃଣ ନିରୂପଣ ଏବଂ ସମୟ ପୂର୍ବରୁ ପ୍ରସବ କରାଇବା ଦେଖିବାକୁ ମିଳୁଛି । ଏହି କ୍ଷେତ୍ରରେ ନର୍ସିଂ ହୋମ୍‌ଗୁଡ଼ିକ ମୋଟା ଅଙ୍କର ଅର୍ଥ ରୋଜଗାର କରିଥାନ୍ତି । ଯାହାଫଳରେ ଏହିପରି ଭୃଣହତ୍ୟା ଏବଂ କୋମଳମତି ଶିଶୁକନ୍ୟାକୁ ରାସ୍ତାଘାଟରେ, ଡ଼୍ରେନ୍‌ରେ ଫୋପାଡ଼ୁଥିବା ହୃଦୟ ବିଦାରକ ଚିତ୍ର ଦେଖିବାକୁ ମିଳୁଛି । ଆଜି ବ୍ରହ୍ମପୁର ମେଡ଼ିକାଲ୍ ନିକଟବର୍ତ୍ତୀ ସିଦ୍ଧାର୍ଥ ନଗର ନାଳରେ ଏକ ଶିଶୁକନ୍ୟାକୁ ଫୋପାଡ଼ି ଦେଇଥିବା ଦେଖିବାକୁ ମିଳିଥିଲା । ସେହିପରି ବିନାୟକ ଆଚାର୍ଯ୍ୟ କଲେଜ ପାଖରେ ଡ଼ମ୍ପିଂୟାର୍ଡ଼ରେ ଶିଶୁକୁ ଫୋପାଡ଼ି ଦିଆଯାଇଥିବା ଦେଖିବାକୁ ମିଳିଥିଲା । ଏହି ଖବର ପାଇବା ପରେ ସ୍ଥାନୀୟ ପୋଲିସ୍ ଘଟଣାସ୍ଥଳକୁ ଯାଇ ଶିଶୁମାନଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏ ନେଇ ବୈଦ୍ୟନାଥପୁର ଥାନାରେ ୟୁଡ଼ି କେସ ନଂ 72/2020ରେ ଏକ ମାମଲା ରୁଜୁ ହୋଇଛି ।

Categories
ଆଜିର ଖବର

ବିହାରରେ ମସ୍ତିଷ୍କ ଜ୍ବର ମୃତ୍ୟୁ ସଂଖ୍ୟା ୧୪୦କୁ ବୃଦ୍ଧି: ନୀତିଶ କୁମାରଙ୍କ ଇସ୍ତଫା ଦାବି

ବିହାରର ମୁଜାଫରପୁରରେ ଶିଶୁ ମୃତ୍ୟୁ ଦିନକୁ ଦିନ ଗମ୍ଭୀର ରୂପ ନେବାରେ ଲାଗିଛି। ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୪୦ରେ ପହଞ୍ଚିଛି। ଏହା ସହିତ ନୂତନ ଭାବରେ ୨୦ ଜଣ ଶିଶୁ ମସ୍ତିଷ୍କ ଜ୍ବରରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ବ୍ୟାପିବା ପରେ ବୈଶାଳୀ ଏବଂ ହରିବଂଶପୁରରେ ଲୋକ ନିଜର ଘର ଖାଲି କରି ଅନ୍ୟ ସ୍ଥାନକୁ ପଳାଉଥିବା ଜଣା ପଡିଛି। ମସ୍ତିଷ୍କ ଜ୍ବର ବ୍ୟାପିବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ମଙ୍ଗଲ ପାଣ୍ଡେଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ଦଳ। ବିହାର ଭବନ ସାମ୍ନାରେ ବିରୋଧ ପ୍ରଦର୍ଶନ କରାଯିବା ସହିତ ଇସ୍ତଫା ଦାବି କରାଯାଇଥିଲା। ପ୍ରତ୍ୟକ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଥିଲା। ଏହା ସହିତ ସ୍ଥାନୀୟ କୋର୍ଟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ, ଅଶ୍ବିନୀ ଚୌବେ ଏବଂ ବିହାର ସ୍ବାସ୍ଥ୍ୟ ମନ୍ତ୍ରୀ ମଙ୍ଗଲ ପାଣ୍ଡେଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ଆସନ୍ତା ମଙ୍ଗଳବାର ଏହି ମାମଲାର ବିଚାର ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି।

Categories
ଆଜିର ଖବର

ଶିଶୁ ମୃତ୍ୟୁକୁ ନେଇ ନୀତିଶ୍‌ଙ୍କ ଉପରେ ବର୍ଷିଲେ ରାବ୍ରୀ ଦେବୀ

ବିହାରରେ ମସ୍ତିଷ୍କ ଜ୍ବରରେ ଶିଶୁ ମୃତ ସଂଖ୍ୟା ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ ୧୨୯ଜଣ ଶିଶୁ ପ୍ରାଣ ହରାଇ ସାରିଲେଣି। ଆଜି ମୁଖ୍ୟମନ୍ତ୍ରୀ ନିତୀଶ୍‌ କୁମାର୍‌ ମୁଜାଫର୍‌ପୁର ଗସ୍ତ କରିଛନ୍ତି। ତେବେ ତାଙ୍କ ଗସ୍ତକୁ ନେଇ ଶିଶୁଙ୍କ ସମ୍ପର୍କୀୟମାନେ ଆକ୍ରୋଶ ପ୍ରକଟ କରିବା ପୂର୍ବକ ତାଙ୍କୁ ବିରୋଧ କରିଛନ୍ତି। ଏହି ଶିଶୁ ମୃତ୍ୟୁକୁ ନେଇ ରାବ୍ରୀ ଦେବୀ ନୀତିଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି  ପ୍ରତିବର୍ଷ ହଜାର ହଜାର ଶିଶୁ ମୃତ୍ୟୁବରଣ କରୁଥିବାବେଳେ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଔଷଧ ଓ ଚିକିତ୍ସା ଅଭାବରୁ ଗରିବ ଶିଶୁ ମୃତ୍ୟୁମୁଖରେ ପଡୁଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ପିକ୍‌ନିକ୍‌ କରୁଛନ୍ତି, ସରକାରଙ୍କ ସମ୍ବେଦନା ନାହିଁ। ଶିଶୁ ମୃତ୍ୟୁକୁ ନେଇ ଏନଡିଏ୍‌କୁ କଟାକ୍ଷ କରି ଏହା ଏନ୍‌ଡିଏର ଦାୟିତ୍ବହୀନତା ବୋଲି କହିଛନ୍ତି ରାବ୍ରୀ ଦେବୀ। ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବେପୁରଆ ମନେଭାବ ଓ ଦାୟିତ୍ବହୀନତା ପାଇଁ ୧୦୦ରୁ ଅଧିକ ନିଷ୍ପାପ ଶିଶୁଙ୍କ ମସ୍ତିଷ୍କ ଜ୍ବର ବାହାନାରେ ହତ୍ୟା କରାଯାଉଛି। ପ୍ରତିବର୍ଷ ହଜାର ହଜାର ଶିଶୁ ମୃତ୍ୟୁମୁଖରେ ପଡୁଥିବାବେଳେ ଏହାକୁ ରୋକିବା ପାଇଁ କୌଣସି ପଦେକ୍ଷପ ନିଆଯାଉନାହିଁ। ବିହାରର ସ୍ବାସ୍ଥ୍ୟବିଭାଗ ଆଇସିୟୁରେ ରହିଛି। ଏହା ସହିତ ରାବ୍ରୀ ଦେଇ ଆହୁରି ମଧ୍ୟ କହିଛନ୍ତି ଯେ, ବିହାରରେ ଡବଲ୍‌ ଇଂଜିନ୍‌ର ସରକାରରହିଛି, ତଥାପି ଶିଶୁ ବଳି ଦିଆଯାଉଛି।

Categories
ଆଜିର ଖବର

ମସ୍ତିଷ୍କ ଜ୍ବରରେ ମୃତ୍ୟ ସଂଖ୍ୟା ୮୪ରେ ପହଞ୍ଚିଲା, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସ୍ଥିତି ସମୀକ୍ଷା

ବିହାରର ମୁଜାଫରପୁରରେ ଆକ୍ୟୁଟ୍‌ ଏନ୍‌ସେଫାଲାଇଟିସ୍‌ ସିଣ୍ଡ୍ରୋମ୍‌ ଏବଂ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ରୋଗରେ ଆକ୍ରାନ୍ତ ହୋଇ ମୃତଶିଶୁଙ୍କ ସଂଖ୍ୟା ୮୪ ହୋଇଛି । ରବିବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଦନ ସ୍ଥିତିର ସମୀକ୍ଷା କରିବା ସହିତ  ବିହାରର ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେ ଓ ବିଭାଗୀୟ ସଚିବଙ୍କ ସହିତ ଆଲୋଚନା କରିଛନ୍ତି ।  ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଆଖି ସାମ୍ନାରେ ୫ ବର୍ଷର ଶିଶୁ ଏହି ଜ୍ବରରେ ମୃତ୍ୟୁ ବରଣ କରିଛି । ଜୁନ୍‌ ୧ରୁ ୧୭୮ ଶିଶୁ ଏସ୍‌କେଏମ୍‌ସିଏଚ୍‌ରେ ଏବଂ ୭୨ ଶିଶୁ କେଜ୍‌ରିଓ୍ବାଲ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି। ଶିଶୁଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକଟ କରିବା ସହିତ ମୃତକଙ୍କ ପରିବାରକୁ ପ୍ରତ୍ୟେକ ୪.୪ ଲକ୍ଷଟଙ୍କା ଅନୁକମ୍ପାରାଶିର ଘୋଷଣା କରିଛନ୍ତି ।

Categories
ଆଜିର ଖବର

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, ଯୁବକଙ୍କୁ ଗାଁ ଲୋକଙ୍କ ନିସ୍ତୁକ ମାଡ

ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ମୁଣ୍ଡିଆସାହିର ଗୋପବନ୍ଧୁନଗରରେ ଜଣେ ନାବାଳିକା(୬)ଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ପରେ ଗାଁ ଲୋକେ ଜଣେ ଯୁବକଙ୍କୁ ଧରି ନିସ୍ତୁକ ମାଡ଼ ମାରିବା ସହ ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି ଅନୁପ୍‌ ସାହୁ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା। ଘଟଣାସ୍ଥଳରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଡିସିପି କହିଛନ୍ତି ଯେ,ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ଉକ୍ତ ଘଟଣାର ତଦନ୍ତ କରାଯିବ। ପୀଡ଼ିତାଙ୍କ ବାପାଙ୍କୁ ଥାନା ଭିତରେ ମାଡ଼ମରା ଘଟଣାର ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିସିପି। ଅଭିଯୋଗ ଅନୁସାରେ ଗତକାଲି ରାତିରେ ନାବାଳିକା ଜଣକ ଘର ବାହାରେ ଖେଳୁଥିଲା ବେଳେ କୁଆଡ଼େ ଗାଏବ ହୋଇଯାଇଥିଲା। ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ହେଲେ ଝିଅକୁ ପାଇ ନଥିଲେ। ପରେ ପରିବାର ଲୋକେ ସମ୍ପୃକ୍ତ ଯୁବକଙ୍କୁ ଘରକୁ ପଚାରିବାକୁ ଯାଇଥିଲେ। ହେଲେ ସେ କବାଟ ଖୋଲି ନଥିଲେ। ପରେ ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକେ ଯୁବକଙ୍କ ଘରେ ପଶିଥିଲେ। ସେଠାରେ ଝିଅର ମୃତଦେହ ପଡ଼ିଥିବା ଦେଖିଥିଲେ। ଯୁବକ ଜଣଙ୍କ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ଡାକିନେଇ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।