ଦିଲ୍ଲୀ ନିର୍ବାଚନୀ ପରିଣାମକୁ ନେଇ ‘ସାମ୍ନା’ରେ ବିଜେପିକୁ କଟାକ୍ଷ କଲେ ସଞ୍ଜୟ ରାଉତ୍‌

Published: Feb 16, 2020, 12:09 pm IST

ମୁମ୍ବାଇ : ଦିଲ୍ଲୀ ନିର୍ବାଚନ ପରିଣାମ ପରେ ଅରବିନ୍ଦ କେଜରୀଓ୍ବାଲ ସରକାର ଗଢିବାକୁ ଯାଉଛନ୍ତି । ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବେ କେଜରୀଓ୍ବାଲ । ଏହାମଧ୍ୟରେ ଶିବସେନାର ମୁଖପତ୍ର ‘ସାମ୍‌ନା’ରେ ବିଜେକୁ ନେଇ କଟାକ୍ଷ କରାଯାଇଛି । ସାମ୍ନାରେ ସଂଜୟ ରାଉତ୍‌ କହିଛନ୍ତି ଯେ, ବାପ୍‌ ରେ ! ପୂରା ଦିଲ୍ଲୀ ଦେଶଦ୍ରୋହୀ !। ଦିଲ୍ଲୀ ବିଧାନସଭା ନିର୍ବାଚନ ପରିଣାମରୁ ଏହା ସ୍ପଷ୍ଟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଅଜେୟ ନୁହଁନ୍ତି । ଏବଂ ଏହି ନିର୍ବାଚନ ପରିଣାମ ଏହା ମଧ୍ୟ ଦର୍ଶାଇଲା ଯେ, ମତଦାତା ବେଇମାନୀ ମଧ୍ୟ ନୁହଁନ୍ତି । ଧର୍ମକୁ ନେଇ ସୃଷ୍ଟି କରାଯାଇଥିବା ଚକ୍ରବ୍ୟୁହରେ କେହି ଫଶି ନାହାନ୍ତି । ରାମ ଶ୍ରଦ୍ଧାଳୁଙ୍କର ଜିତ୍‌ ହୋଇଛି କିନ୍ତୁ ବିଜୟ ବି ହନୁମାନ ବି ଦେଇଛନ୍ତି ।  ଲୋକସଭା ନିର୍ବାଚନରେ ଚଟାଣ ପରି ଠିଆ ହୋଇଥିବା ବିଜେପି ବିଧାନସଭା ନିର୍ବାଚନରେ ତାସ୍‌ର ପତ୍ତା ପରି ଧାରାଶାୟୀ ହୋଇଛି । ଦିଲ୍ଲୀ ନିର୍ବାଚନ ଏହା ସ୍ପଷ୍ଟ କରିଛି ଯେ, ଭାରତୀୟ ଜନତା ପାର୍ଟି ଅଜେୟ ନୁହେଁ, ମୋଦି ଶାହାଙ୍କ କାରଣରୁ ନିର୍ବାଚନ ଜିତାଯାଇପାରିବ, ଏହି ଦନ୍ତକଥାରୁ ଏବେ ଲୋକେ ବାହାରକୁ ଆସିବା ଦରକାର । ସେହିପରି ଶାହୀନ୍‌ବାଗ୍‌ରେ ସିଏଏ ବିରୋଧର ଚାଲିଥିବା ପ୍ରଦର୍ଶନକୁ ନେଇ ଟିପ୍ପଣୀ କରିଛନ୍ତି ସଞ୍ଜୟ । ବିଜେପି ହିନ୍ଦୁ ବହୁଳ ନିର୍ବାଚନୀ କ୍ଷେତ୍ରରେ ଦୟନୀୟ ଭାବେ ହାରିଛି, ଅପରପକ୍ଷରେ କେଜ୍‌ରୀଓ୍ବାଲଙ୍କୁ ହିନ୍ଦୁ-ମୁସଲମାନ୍‌, ଈଶାଇ, ଦଳିତ, ଶିଖ୍‌ ସମସ୍ତେ ଭୋଟ ଦେଇଛନ୍ତି ।

Related posts