ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କଲେ ଅରବିନ୍ଦ କେଜରୀଓ୍ବାଲ

Published: Feb 16, 2020, 12:34 pm IST

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ଆଜି ରାମଲୀଲା ମୈଦାନଠାରେ ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି ଅରବିନ୍ଦ କେଜ୍‌ରୀଓ୍ବାଲ।  କେଜରୀଓ୍ବାଲଙ୍କୁ ପଦ ଓ ଗୋପନୀୟତାର ଶପଥ ଦେଇଛନ୍ତି ଦିଲ୍ଲୀର ଉପ ରାଜ୍ୟପାଳ ଅନିଲ୍‌ ବୈଜଲ୍‌ ।  ଶପଥ ଗ୍ରହଣ ସମାରୋହରେ ଦିଲ୍ଲୀର ଅନେକ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ରହିବା ସହିତ ସାଧାରଣ ଲୋକଙ୍କ ସମେତ ଆପ୍‌ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ତୃତୀୟ ଥର ପାଇଁ ଅରବିନ୍ଦ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେଉଛନ୍ତି । ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହ 6 ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । 2013ରେ ପ୍ରଥମ ଥର ପାଇଁ ଅରବିନ୍ଦ କେଜରୀଓ୍ବାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଚଳିତ  ନିର୍ବାଚନରେ 70ଟି  ବିଧାନସଭା ଆସନରୁ 62ଟି ଆସନରେ ବିଜୟୀ ହୋଇ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଛି ଆପ୍‌। 2015ରେ 70ଟି ବିଧାନସଭା ଆସନରୁ 67ଟି ଆସନରେ ଆପ୍‌ ବାଜିମାତ୍‌ ମାରିଥିଲା । (ଏଜେନ୍ସି)

Related posts