Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୪ ଘଣ୍ଟିଆ ରକ୍ତ ଭଣ୍ଡାର ଚଳାଉଛନ୍ତି ଅସ୍ଥାୟୀ କର୍ମଚାରୀ, ମିଳୁ ନାହିଁ ସ୍ଥାୟୀ ନିଯୁକ୍ତି
ଆଜିର ଖବର

୨୪ ଘଣ୍ଟିଆ ରକ୍ତ ଭଣ୍ଡାର ଚଳାଉଛନ୍ତି ଅସ୍ଥାୟୀ କର୍ମଚାରୀ, ମିଳୁ ନାହିଁ ସ୍ଥାୟୀ ନିଯୁକ୍ତି

February 17, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର, ୧୭.୨: ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଚିଠି ନଂ ୨୪୭୨୧ ତା ୨୬.୯.୨୦୧୮ରିଖରେ ଯୁଗ୍ମ ସମ୍ପାଦକଙ୍କ ଦ୍ୱାରା ଘୋଷଣା କରାଯାଇଥିବା ରାଜ୍ୟର ୫୫ଟି ରକ୍ତଭଣ୍ଡାର ସରକାରୀ ମାନ୍ୟତା ପାଇଥିଲେ ମଧ୍ୟ ଏଥିରେ କାର୍ଯ୍ୟରତ ପ୍ରାୟ ୧୮୦ଜଣ ଅସ୍ଥାୟୀ କର୍ମଚାରୀ ସ୍ଥାୟୀ ନିଯୁକ୍ତି ନିମନ୍ତେ ବାରମ୍ବାର ଅନୁରୋଧ କରି ନିରାଶ ହୋଇଛନ୍ତି । ସ୍ୱାସ୍ଥ୍ୟସେବାରେ ରକ୍ତ ସଞ୍ଚାରଣ ଏକ ଅବିଚ୍ଛେଦ୍ୟ ଅଙ୍ଗ । ଅସ୍ତ୍ରୋପ୍ରଚାରଠାରୁ ଆରମ୍ଭ କରି ବିଭିନ୍ନ ଚିକିତ୍ସାରେ ରକ୍ତର ଆବଶ୍ୟକତା ପଡ଼ିଥାଏ । ରକ୍ତର କୌଣସି ବିକଳ୍ପ ନଥିବାରୁ ଏହା ଔଷଧ ଦୋକାନ କିମ୍ବା ଖୋଲା ବଜାରରୁ କିଣାଯାଇ ପାରେନାହିଁ ।

ରକ୍ତ ଭଣ୍ଡାରର କର୍ମଚାରୀମାନେ ବହୁ ଶ୍ରମ ସ୍ୱୀକାର କରି ବିଭିନ୍ନ ସ୍ଥାନକୁ ଯାଇ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମାଧ୍ୟମରେ ରକ୍ତ ସଂଗ୍ରହ କରିବା ସହିତ ତାହାକୁ ରକ୍ତ ଭଣ୍ଡାରରେ ସାଇତି ରଖି ଆବଶ୍ୟକସ୍ଥଳେ ରୋଗୀଙ୍କୁ ଯୋଗାଇ ସେମାନଙ୍କ ଅମୂଲ୍ୟ ଜୀବନ ରକ୍ଷା କରିଥାନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ରକ୍ତ ସଂଗ୍ରହ, ସଂରକ୍ଷଣ, ପରୀକ୍ଷା ଓ ବିତରଣ ଭଳି ଗୁରୁତ୍ୱପୂର୍ଣ୍ଣ ଜୀବନ ରକ୍ଷାକାରୀ କାର୍ଯ୍ୟରେ ନିୟୋଜିତ ରକ୍ତ ଭଣ୍ଡାରର କର୍ମଚାରୀମାନେ ସବୁଠାରୁ ଅବହେଳିତ ହୋଇ ରହିଛନ୍ତି ।

ସରକାରଙ୍କ ତଥ୍ୟ ଅନୁଯାୟୀ ଓଡ଼ିଶାରେ ୫୫ଟି ସରକାରୀ ରକ୍ତ ଭଣ୍ଡାର ଥିବାର ଦର୍ଶାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ୫୫ଟି ରକ୍ତ ଭଣ୍ଡାରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା କରାଯାଉ ନାହିଁ । ଏମାନେ ନାମକୁ ମାତ୍ର ପାରିଶ୍ରମିକରେ ୧୦ ବର୍ଷ ଧରି ଏକ ପ୍ରକାର ଗୋତିଶ୍ରମିକ ଭାବେ ଖଟୁଛନ୍ତି । ଅତ୍ୟନ୍ତ ବିପଦପୂର୍ଣ୍ଣ ବାତାବରଣରେ ସେମାନେ ଏଡ୍‌ସ ସମେତ ବିଭିନ୍ନ ପରୀକ୍ଷା କରିବା ଓ ସଂଗ୍ରହ କରୁଥିବା ରକ୍ତରୁ ସେମାନଙ୍କୁ ବିଭିନ୍ନ ରୋଗ ସଂକ୍ରମଣ କରିବାର ଆଶଙ୍କା ରହିଥିଲେ ମଧ୍ୟ ଏହି କର୍ମଚାରୀମାନଙ୍କୁ ସୁରକ୍ଷା ଓ ନିୟମିତ କର୍ମଚାରୀଙ୍କ ଭଳି ବେତନ ମିଳୁନାହିଁ ।

ଏମାନେ ଦିନରାତି ୨୪ ଘଣ୍ଟା ଯେକୌଣସି ପରିସ୍ଥିତିରେ ରକ୍ତ ଯୋଗାଣ କାର୍ଯ୍ୟ କରୁଥିବା ବେଳେ ଡ଼ାକ୍ତରଖାନା ପରିସରରେ ସେମାନଙ୍କୁ ସରକାରୀ ବାସଗୃହ ଯୋଗାଇ ଦିଆଯାଉନାହିଁ । ପଶ୍ଚିମବଙ୍ଗ, ଗୁଜୁରାଟ, ମହାରାଷ୍ଟ୍ର, ରାଜସ୍ଥାନ ସମେତ ଦେଶର ପ୍ରାୟ ସବୁ ରାଜ୍ୟରେ ସରକାରୀ ନାକ୍ତରଖାନା ପରିସରରେ ଥିବା ରକ୍ତ ଭଣ୍ଡାରଗୁଡ଼ିକ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଓ ଏହାର ସମସ୍ତ କର୍ମଚାରୀ ମଧ୍ୟ ସରକାରୀ କର୍ମଚାରୀ ହୋଇଥିବା ସ୍ଥଳେ ଓଡ଼ିଶାରେ କିନ୍ତୁ ରକ୍ତ ଭଣ୍ଡାର କର୍ମଚାରୀଙ୍କୁ ଏଯାବତ୍ ନିୟମିତ ସରକାରୀ କର୍ମଚାରୀ କରାଯାଉନାହିଁ । ଅଥଚ ବିଭିନ୍ନ ସରକାରୀ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଯଥା ଜନନୀ ଶିଶୁ ସୁରକ୍ଷା ଯୋଜନା, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା, ବିଜୁ କୃଷକ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀ ଓ ସରକାରୀ ନୀତି ଅନୁଯାୟୀ ଥାଲାସେମିଆ ରୋଗୀମାନଙ୍କୁ ମାଗଣାରେ ରକ୍ତ ଯୋଗାଇବା ଭଳି ଗୁରୁ ଦାୟିତ୍ୱ ଏହି ରକ୍ତ ଭଣ୍ଡାରର କର୍ମଚାରୀମାନେ ସମ୍ପାଦନ କରୁଛନ୍ତି ।

ରକ୍ତ ଭଣ୍ଡାର ରକ୍ତ ସଂଗ୍ରହ ସଂରକ୍ଷର, ପରୀକ୍ଷା ନିରୀକ୍ଷା ସହିତ ଦୂରଦୂରାନ୍ତରେ ଅନୁଷ୍ଠିତ ରକ୍ତଦାନ ଶିବିର ଗୁଡ଼ିକୁ ଯାଇ ଏମାନେ ବି ରକ୍ତ ସଂଗ୍ରହ କରିଥାନ୍ତି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ସଫଳତା ଲାଗି ଖରା, ବର୍ଷା, ଶୀତ ଓ କାକରରେ ଶହ ଶହ କିଲୋମିଟର ଦୂରକୁ ଯାଇ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ରକ୍ତ ଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହ କରିବା ଫଳରେ ଏହି କାର୍ଯ୍ୟକ୍ରମରେ ରେକର୍ଡ଼ ପରିମାଣର ରକ୍ତ ସଂଗୃହିତ ହୋଇଛି । ରକ୍ତ ଭଣ୍ଡାରର କର୍ମଚାରୀମାନଙ୍କୁ ସରକାରୀ ଚାକିରୀରେ ନିୟମିତ କରି ସ୍ଥାୟୀ ନିଯୁକ୍ତ ଦେବା ସହିତ ସରକାରୀ କର୍ମଚାରୀମାନେ ପାଉଥିବା ଅନ୍ୟାନ୍ୟ ସୁବିଧା ସୁଯୋଗ ସେମାନଙ୍କୁ ଦିଆଯିବା ସରକାରୀ ଘର ଯୋଗାଇବା ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ସଂଘ ପକ୍ଷରୁ ସରକାରଙ୍କୁ ବାରମ୍ବାର ଅବଗତ କରାଯାଇଛି । ଏମିତି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ବି ରକ୍ତଭଣ୍ଡାରର ସମସ୍ୟା ଉଠିଛି । ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ମଧ୍ୟ ରକ୍ତ ଭଣ୍ଡାରର କର୍ମଚାରୀମାନଙ୍କ ଯୁକ୍ତିଯୁକ୍ତ ଦାବି ସମ୍ପର୍କରେ ଅବଗତ ଅଛନ୍ତି ।

bloodbank
Share. Facebook Twitter LinkedIn Email WhatsApp Copy Link

Related Posts

ରେଳ ଯାତ୍ରୀଙ୍କ ପାଇଁ ସହଜ ହେବ ଯାତ୍ରା: ଗୋଟିଏ ଆପ୍ ରେ ପାଇବେ ସବୁ ପ୍ରକାର ସୁବିଧା

July 31, 2026

CJP ପ୍ରତିବାଦ ସମୟରେ ହିଂସା ମାମଲା: ଦୁଃଖ ବଖାଣିଲେ ଆହତ ପୋଲିସ ଅଧିକାରୀଙ୍କ ପରିବାର

July 31, 2026

CWG 2026: ଆଜି ସେମିଫାଇନାଲରେ ଖେଳିବେ ୧୦ ଭାରତୀୟ ବକ୍ସର, ଜାଣନ୍ତୁ କାର୍ଯ୍ୟସୂଚୀ

July 31, 2026

ବିଜେପିରୁ ଇସ୍ତଫା ଦେଲେ ଶହଜାଦ ପୁନାୱାଲା?: ପରିବର୍ତ୍ତନ କଲେ ‘X’ ଆକାଉଣ୍ଟ

July 31, 2026
Latest News

Odisha CM Meets Amit Shah: ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

July 31, 2026

ରେଳ ଯାତ୍ରୀଙ୍କ ପାଇଁ ସହଜ ହେବ ଯାତ୍ରା: ଗୋଟିଏ ଆପ୍ ରେ ପାଇବେ ସବୁ ପ୍ରକାର ସୁବିଧା

July 31, 2026

SCO ଶିଖର ସମ୍ମିଳନୀ ପାଇଁ ପାକିସ୍ତାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି?: ଇସଲାମାବାଦ କରୁଛି ପ୍ରସ୍ତୁତି!

July 31, 2026

CJP ପ୍ରତିବାଦ ସମୟରେ ହିଂସା ମାମଲା: ଦୁଃଖ ବଖାଣିଲେ ଆହତ ପୋଲିସ ଅଧିକାରୀଙ୍କ ପରିବାର

July 31, 2026

CWG 2026: ଆଜି ସେମିଫାଇନାଲରେ ଖେଳିବେ ୧୦ ଭାରତୀୟ ବକ୍ସର, ଜାଣନ୍ତୁ କାର୍ଯ୍ୟସୂଚୀ

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.