ଚୀନ୍‌ରେ 1800 ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ : ସୋମବାର 98 ଜଣଙ୍କ ପ୍ରାଣହାନି

Published: Feb 18, 2020, 9:10 am IST

ବେଜିଂ : ଚୀନ୍‌ରେ ଏହାର ତାଣ୍ଡବ ମଚାଇଛି କୋରୋନା ଭାଇରସ୍‌ । ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇ ଚୀନ୍‌ରେ ଦୈନିକ ଶହ ଶହ ଲୋକ ପ୍ରାଣ ହରାଉଥିବା ବେଳେ ହଜାରରୁ ଅଧିକ ଆକ୍ରାନ୍ତ ହେଉଛନ୍ତି । ସୋମବାର ଦିନ ନୂତନ ଭାବରେ 1886 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 98 ଜଣଙ୍କ ପ୍ରାଣହାନି ଘଟିଛି । 98 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ତାହା ମଧ୍ୟରୁ 93 ଜଣ ହୁବେଇ ପ୍ରଦେଶର ରହିଛନ୍ତି । ହେନାନ୍‌ ପ୍ରଦେଶରୁ ତିନି ଜଣ ରହିଥିବା ବେଳେ ହେବେଇ ଏବଂ ହୁନାନ୍‌ରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ସେହିପରି ଜାପାନ୍‌ର ଡାଏମଣ୍ଡ ପ୍ରିନ୍ସେସ୍‌ କ୍ବାରାଣ୍ଟାଇନ୍‌ରେ ରହିଥିବର ଭାରତୀୟଙ୍କ ମଧ୍ୟରୁ ଦୁଇ ଜଣ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । (ଏଜେନ୍ସି)

Related posts