
ସମୀକ୍ଷା ବ୍ୟୁରୋ
ସୋରଣ: ସୋରଣର କିଛି ଆରଏସଏସ୍ କର୍ମୀଙ୍କୁ କିଛି ମୁସଲମାନ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ଏନେଇ କୁହୁଡି ଫାଣ୍ଡିରେ ଅଭିଯୋଗ ମଧ୍ୟ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ସୋରଣର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଜନୈକ କର୍ମୀ ସୁଶାନ୍ତ ବେହେରାଙ୍କୁ ମୁସଲମାନ ସାହିର କିଛି ପିଲା ଘରେ ପଶି ମରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗ କରିଛନ୍ତି। ତାଙ୍କ ବେକରେ ଧାରୁଆ ଅସ୍ତ୍ର ଲଗାଇ ତାଙ୍କୁ ଡରାଇ ଧମକାଇବା ସହିତ ତାଙ୍କ ବାପା, ଭାଇ, ମା’ ଓ ଭଉଣୀଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ବୋଲି ଲିଖିତ ଅଭିଯୋଗ କରିଛନ୍ତି ଅଭିଯୋଗକାରୀ। ପ୍ରାପ୍ତ ସୂଚନା ଅନୁଯାୟୀ, ଅଭିଯୋଗକାରୀଙ୍କ ବିରୋଧରେ ଫାଣ୍ଡିରେ ପାଲଟା ଅଭିଯୋଗ କରିଛନ୍ତି ଆକ୍ରମଣକାରୀ। ଆଜି ସନ୍ଧ୍ୟା ୫ଟାରେ ଉଭୟ ପକ୍ଷକୁ ଫାଣ୍ଡିକୁ ଡାକି ପୋଲିସ୍ ଏହାର ଫଇସଲା କରିବା ନେଇ ସୂଚନା ରହିଛି।
Tags: ଆକ୍ରମଣ, ଆରଏସ୍ଏସ୍କର୍ମୀ