Categories
ଅପରାଧ ଆଞ୍ଚଳିକ ରାଜ୍ୟ ଖବର

ସୁନା ଦୋକାନୀକୁ ଆକ୍ରମଣ କରି ଅଳଙ୍କାର ଲୁଟ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବାଲିଗୁଡ଼ା ନେହେରୁ ଛକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ନେହେରୁ ଛକରେ ଅବସ୍ଥିତ ମାଁ ପାଟଖଣ୍ଡା ଜୁଏଲାରୀ ଦୋକାନର ମାଲିକ ସୁବାସ ଚନ୍ଦ୍ର ଆଚାରୀଙ୍କୁ ଆକ୍ରମଣ କରି ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଲୁଟିନେଇଛନ୍ତି।

ଆଜି ଦୋକାନ ଖୋଲିବା ସମୟରେ ଅଚାନକ କିଛି ଯୁବକ ମୋଟରସାଇକେଲରେ ଆସି ଦୋକାନୀ ସୁବାସଙ୍କ ହାତକୁ ହାଣି ଦେଇଥିଲେ ଓ ପରେ ଗୁଳିମାଡ଼ କରି ଦୋକାନରୁ କିଛି ସୁନା ଅଳଙ୍କାର ଲୁଟ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ପାଖରେ ଥିବା ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ସୁବାସଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଗୁରୁତର ଆହତ ସୁବାସଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୁଣି ସନ୍ଦେହରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଆକ୍ରମଣ, ଉଦ୍ଧାର କଲା ପୋଲିସ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୁଣି ସନ୍ଦେହରେ ସହଦେବ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଗ୍ରାମର କିଛି ଲୋକ ଖୁଣ୍ଟରେ ବାନ୍ଧି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ ପହଞ୍ଚି ସହଦେବଙ୍କୁ ସେଠାରୁ ଉଦ୍ଧାର କରିଛି। ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ପଞ୍ଚାୟତ କଲେଞ୍ଜିପଲୀ ଗ୍ରାମରେ ଏଭଳି ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ସହଦେବ ପ୍ରଧାନ ନାମକଙ୍କୁ ଉକ୍ତ ଗ୍ରାମର କିଛି ଲୋକ ଖୁଣ୍ଟରେ ବାନ୍ଧି ଆକ୍ରମଣ କରୁଥିଲେ। ପରିବାର ଲୋକଙ୍କ ଠାରୁ ଖବର ପାଇ ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସହଦେବଙ୍କୁ ଉଦ୍ଧାର କରିବା ସହ ସେହି ଗ୍ରାମର ମଦନ ପ୍ରଧାନ, ନନ୍ଦି ପ୍ରଧାନ, ବିଦେଶୀ ପ୍ରଧାନ, ନାରାୟଣ ପ୍ରଧାନ, ଅମିନ ପ୍ରଧାନ, ଟୁକୁନା ପ୍ରଧାନ ଓ ମୋହନ ପ୍ରଧାନ ପ୍ରମୁଖ ୭ ଜଣ ଅଭିଯୁକ୍ତଙ୍କୁ ସହଦେବଙ୍କ ଏତଲାକୁ ଭିତ୍ତି କରି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଘଟଣାରୁ ପ୍ରକାଶ ଯେ, ବିଦେଶୀ ପ୍ରଧାନଙ୍କ ପୁତ୍ର ଶୁକମୁନି ପ୍ରଧାନ କିଛି ଦିନ ତଳେ ଜ୍ୱର ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ଏହି ଭଳି ପରିସ୍ଥିତିରେ ସହଦେବ ପ୍ରତ୍ୟେକ ଦିନ ଗ୍ରାମର ରାଘବ ଦାସ ମଠକୁ ଯିବା ଆସିବା ଦେଖି ସେ ହିଁ ତା ପୁଅକୁ ଗୁଣି କରି ମାରିଛି ବୋଲି ତାଙ୍କ ଉପରେ ସନ୍ଦେହ କରିଥିଲେ। ସହଦେବ ମନ୍ଦିରଙ୍କୁ ଯିବା ବେଳେ ଉକ୍ତ ସମସ୍ତ ଅଭିଯୁକ୍ତଙ୍କ ସହଯୋଗରେ ତାକୁ ଖୁଣ୍ଟରେ ବାନ୍ଧି ଆକ୍ରମଣ କରିଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବିଜେପି ନେତା ବିନାୟକ ଆମ୍ବେଦକରଙ୍କୁ ଏନସିପି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ

ପୁଣେ: ଭାରତୀୟ ଜନତା ପାର୍ଟିର ନେତା ବିନାୟକ ଆମ୍ବେକରଙ୍କୁ ପୁଣେରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ପୁଣେ ପୋଲିସ ନିକଟରେବିନାୟକ ଅଭିଯୋଗ କରିଛନ୍ତି। ବିନାୟକଙ୍କ ଅଭିଯୋଗ ଅନୁଯାୟୀ, କେହି ତାଙ୍କୁ ଫୋନ କରି କହିଥିଲେ ଯେ ତାଙ୍କୁ ଟିକସ ସମ୍ବନ୍ଧରେ କିଛି ପରାମର୍ଶ ନେବାରେ ଅଛି। ତା’ପରେ ଏହି କଲ୍ କରୁଥିବା ବ୍ୟକ୍ତି ୨୦ ଜଣଙ୍କ ସହିତ ଅଫିସରେ ପହଞ୍ଚି ତାଙ୍କୁ ଚାପୁଡ଼ା ମାରିଥିଲେ, ଯେଉଁଥିରେ ତାଙ୍କ ଚଷମା ଭାଙ୍ଗି ଯାଇଥିଲା।

ଅପରପକ୍ଷେ ବିଜେପି ନେତା ବିନାୟକଙ୍କ ବିରୋଧରେ ମଧ୍ୟ ପୋଲିସ ନିକଟରେ ଅଭିଯୋଗ ହୋଇଛି। ବିଶ୍ରାମବାଗ ପୋଲିସ ଷ୍ଟେସନରେ ଆମ୍ବେକରଙ୍କ ବିରୋଧରେ ଜଣେ ଏନସିପି କର୍ମୀ ଅଭିଯୋଗ କରିଛନ୍ତି। ଶରଦ ପାୱାରଙ୍କ ବିରୋଧରେ ଆମ୍ବେଦକର ଏକ ପୋଷ୍ଟ ଲେଖିଥିବା ସେ ଅଭିଯୋଗ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଚିନ୍ତା ବଢାଇଲା ଋଷ-ୟୁକ୍ରେନ ଯୁଦ୍ଧ, ତାଇୱାନର ରାଜଧାନୀ ଉପରେ ଚୀନ୍‌ର ‘ଆକ୍ରମଣ’!

ନୂଆଦିଲ୍ଲୀ: ବର୍ତ୍ତମାନ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଚୀନ୍‌ର ଏକ କାର୍ଯ୍ୟ ପୁଣିଥରେ ବିଶ୍ୱର ଉତ୍ତେଜନାକୁ ବଢାଇ ଦେଇଛି। ବାସ୍ତବରେ ଋଷର ୟୁକ୍ରେନ ଉପରେ ଆକ୍ରମଣ ପରଠାରୁ ଚୀନ୍ ଏବଂ ତାଇୱାନ ମଧ୍ୟରେ ମୁହାଁମୁହିଁ ହେବାର ଖବର ଆସୁଥିଲା। ଚୀନ୍ ତାଇୱାନ ଉପରେ ଆକ୍ରମଣ କରି ଏହାକୁ କାବୁ କରିପାରିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଆସୁଥିଲେ। ଭବିଷ୍ୟତରେ ଏଭଳି ବିପଦର ମୁକାବିଲା ପାଇଁ ତାଇୱାନ ମଧ୍ୟ ନିଜକୁ ପ୍ରସ୍ତୁତ କରିବାକୁ ଚାହୁଁଛି। ଏହି ପର୍ଯ୍ୟାୟରେ, ତାଇୱାନ ଏକ ଯୁଦ୍ଧ ଅଭ୍ୟାସ କରିଥିଲା। ଏହି ସମୟରେ ଚାଇନାର ଯୁଦ୍ଧ ବିମାନ ତାଇୱାନର ରାଜଧାନୀ ଉପରେ ଆକ୍ରମଣ କରିଥିଲା।

ରିପୋର୍ଟ ଅନୁଯାୟୀ, ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏପ୍ରିଲ ୧୨ ତାରିଖରେ ରାଜଧାନୀ ତାଇପେଇ ଏବଂ ଏହାର ଆଖପାଖ ଅଞ୍ଚଳରେ ସାମରିକ ଅଭ୍ୟାସ ‘ଲିଆନ୍ ସିଆଙ୍ଗ୍’ ଆୟୋଜନ କରିଥିଲା। ଭବିଷ୍ୟତରେ ଚାଇନାର ଆକ୍ରମଣର ଧମକକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସକାଳେ ଡ୍ରିଲ୍ ଅପରେସନ୍ ସମୟରେ ଶହ ଶହ ସ୍ଥାନୀୟ ଲୋକ ସାମରିକ ଜେଟର ଗର୍ଜନ ଶୁଣିଥିଲେ।

ସାଉଥ ଚାଇନା ମର୍ନିଂ ପୋଷ୍ଟ ରିପୋର୍ଟ କରିଛି ଯେ, ଯୁଦ୍ଧାଭ୍ୟାସ ସମୟରେ ତାଇୱାନର ରାଜଧାନୀ ତାଇପେଇର ଲୋକମାନେ ସକାଳ ୫ ଟାରୁ ୭ ଟା ପର୍ଯ୍ୟନ୍ତ ଚେତାବନୀ ନ ଦେଇ ଅନେକ ଯୁଦ୍ଧ ବିମାନକୁ ଗୋଟିଏ ପରେ ଗୋଟିଏ ଗୁଳି ଚଳାଇଥଲେ। ଲୋକମାନେ ଭାବୁଥିଲେ ଯେ, ଶତ୍ରୁ ଆକ୍ରମଣ କରିଛି। ପରେ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ସନ୍ ଲି-ଫାଙ୍ଗ ଗଣମାଧ୍ୟମକୁ କହିଥିଲେ ଯେ, ଏହା ଦେଶର ସୁରକ୍ଷା ପାଇଁ ଏକ ପରୀକ୍ଷଣ ଥିଲା।

Categories
ବିଶେଷ ଖବର

ୟୁକ୍ରେନରେ ପ୍ରବେଶ କଲା ଋଷର ଟ୍ୟାଙ୍କ, ରାଜଧାନୀ କିଭରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣ

ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ତିକ୍ତତା ମଧ୍ୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୁଟିନ କହିଛନ୍ତି ଯେ ୟୁକ୍ରେନ ସୈନ୍ୟବାହିନୀ ଅସ୍ତ୍ର ଛାଡିବା ଉଚିତ୍। ଏହା ପରେ, ୟୁକ୍ରେନର ବିଭିନ୍ନ ସହରରୁ ବିସ୍ଫୋରଣର ନିରନ୍ତର ଖବର ରହିଛି। ସୂଚନା ଅନୁଯାୟୀ ପୁଟିନ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଋଷ ଏହାକୁ ଦଖଲ କରିବାର ଉଦ୍ଦେଶ୍ୟ ନାହିଁ। କିନ୍ତୁ ଯଦି କୌଣସି ବାହ୍ୟ ବିପଦ ଥାଏ, ତେବେ ତୁରନ୍ତ ଏହାର ଜବାବ ଦିଆଯିବ। ଏହା ସହିତ ଋଷ ୟୁକ୍ରେନ ସୀମା ନିକଟରେ ପ୍ରାୟ ୨ ଲକ୍ଷ ସୈନିକ ନିୟୋଜିତ କରିଛି। ଏଠାରେ, ୟୁକ୍ରେନର ରାଜଧାନୀ କିଭରେ ବିସ୍ଫୋରଣର ଅନେକ ଶବ୍ଦ ଶୁଣାଯାଉଛି। ୟୁକ୍ରେନର ତୃତୀୟ ବୃହତ୍ତମ ସହର କ୍ରେମଟୋରସ୍କ ଏବଂ ଓଡେସାରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳୁଛି।

ପୁଟିନ କହିଛନ୍ତି ଯେ, ଯିଏ ଆମ ସହିତ ହସ୍ତକ୍ଷେପ କରିବାକୁ କିମ୍ବା ଆମ ଲୋକଙ୍କ ପ୍ରତି ବିପଦ ସୃଷ୍ଟି କରିବାକୁ ଚେଷ୍ଟା କରେ ସେ ଜାଣିବା ଉଚିତ ଯେ ଋଷର ପ୍ରତିକ୍ରିୟା ତୁରନ୍ତ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ୟୁକ୍ରେନ ଅଞ୍ଚଳ ଦଖଲ କରିବା ଆମର ଯୋଜନା ନାହିଁ। ପୁଟିନ ଏକ ଟେଲିଭିଜନ ଅଭିଭାଷଣରେ କହିଛନ୍ତି ଯେ, ୟୁକ୍ରେନ ଦ୍ୱାରା ଦିଆଯାଇଥିବା ଧମକକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି ରକ୍ତପାତ ପାଇଁ ୟୁକ୍ରେନର “ସରକାର” ଦାୟୀ ବୋଲି ସେ କହିଛନ୍ତି। ପୁଟିନ ଅନ୍ୟ ଦେଶମାନଙ୍କୁ ଚେତାବନୀ ଦେଇଛନ୍ତି ଯେ, ଋଷର କାର୍ଯ୍ୟରେ ହସ୍ତକ୍ଷେପ କରିବାକୁ ପ୍ରୟାସ କଲେ ପରିଣାମ ଭୋଗିବାକୁ ପଡିବ, ଯାହା ସେମାନେ ପୂର୍ବରୁ ଦେଖି ନଥିବେ।

ଋଷର ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଏଠାରେ ୟୁକ୍ରେନର ବୈଦେଶିକ ମନ୍ତ୍ରୀଙ୍କ ବିବୃତ୍ତି ଆସିଛି। ସେ କହିଛନ୍ତି ଯେ ଋଷ ଆମ ଉପରେ ଆକ୍ରମଣ କରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ୟୁକ୍ରେନର ଶାନ୍ତିପୂର୍ଣ୍ଣ ସହରରେ ଆକ୍ରମଣ କରାଯାଉଛି। ଏହା ଯୁଦ୍ଧ ଆଡକୁ ଏକ ପଦକ୍ଷେପ। ୟୁକ୍ରେନ ଏଥିରୁ ନିଜକୁ ରକ୍ଷା କରିବ ଏବଂ ଜିତିବ। ଏହା ସହିତ ସେ ଆହୁରି କହିଛନ୍ତି ଯେ, ବିଶ୍ୱ ସମୁଦାୟ ଆଗକୁ ଆସି ପୁଟିନଙ୍କୁ ବନ୍ଦ କରିବା ଉଚିତ୍। ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ କରିବାର ସମୟ ଆସିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଉପରକୁ ଆକ୍ରମଣ ଅଭିଯୋଗ: ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ପରେ ପଶ୍ଚିମବଙ୍ଗରେ ହିଂସା କମିବାର ନାଁ ଧରୁନି। ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ଭି. ମୁରଲୀଧରନଙ୍କ ଉପରକୁ ମେଦିନୀପୁରରେ ଆକ୍ରମଣ ହୋଇଥିବା ଖବର ମିଳିଛି। ଏହି ଆକ୍ରମଣରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣର ଏକ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି।

ତେବେ ଆକ୍ରମଣର ଏକ ଭିଡିଓକୁ ନିଜେ କେନ୍ଦ୍ର ମନ୍ତ୍ରୀ ମୁରଲୀଧରନ ଟ୍ବିଟରରେ ସେୟାର କରିଛନ୍ତି। ଟିଏମସି କର୍ମୀ ଏହି ଆକ୍ରମଣ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ ମତଦାନ: ବିଜେପି ମହିଳା ଏଜେଣ୍ଟଙ୍କୁ ଆକ୍ରମଣ, ପୋଲିସ ମାମଲା ରୁଜ୍ଜୁ କରିନଥିବା ଅଭିଯୋଗ

କଲିକତା: ପଶ୍ଚିମବଙ୍ଗ ଏବଂ ଆସାମରେ ଦ୍ଵିତୀୟ ପର୍ଯ୍ୟାୟର ମତଦାନ ଜାରି ରହିଛି। ପଶ୍ଚିମବଙ୍ଗର ୩୦ ଟି ଆସନ ଏବଂ ଆସାମର ୩୯ ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି। ଆଜି ସକାଳୁ ସକାଳୁ କେତେକ ବୁଥରେ ଇଭିଏମ ସମସ୍ୟାକୁ ନେଇ ମାରପିଟ ଖବର ଆସିଛି। ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ପରସ୍ପର ଉପରେ ଭୋଟରଙ୍କୁ ଧମକ ଦେଉଥିବା ଅଭିଯୋଗ ଆଣିଛନ୍ତି।

ଏହା ଭିତରେ ପଶ୍ଚିମ ମିଦନାପୁରରେ ବିଜେପିର ତନ୍ମୟ ଘୋଷଙ୍କ କାର ଉପରକୁ ଟିଏମସି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ବିଜେପିର ଏକ ମହିଳା ଏଜେଣ୍ଟ ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି। ଏହି ଘଟଣା ଉପରେ ପୋଲିସକୁ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ ମାମଲା ରୁଜ୍ଜୁ କରିନଥିବା ବିଜେପି କର୍ମୀ ଅଭିଯୋଗ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ: ପୂର୍ବତନ କ୍ରିକେଟ ଖେଳାଳି ତଥା ବିଜେପି ପ୍ରାର୍ଥୀ ଅଶୋକ ଦିଣ୍ଡାଙ୍କ ଉପରକୁ ଆକ୍ରମଣ

କଲିକତା: ପଶ୍ଚିମବଙ୍ଗର ଦ୍ଵିତୀୟ ପର୍ଯ୍ୟାୟର ମତଦାନ ପାଇଁ ଆଜି ନିର୍ବାଚନ ପ୍ରଚାର ବନ୍ଦ ହୋଇଛି। କିନ୍ତୁ ଏହା ଭିତରେ କ୍ରିକେଟ ଖେଳାଳିରୁ ନେତା ହୋଇଥିବା ଅଶୋକ ଦିଣ୍ଡାଙ୍କ ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଅଶୋକ ଦିଣ୍ଡା ବିଜେପି ଟିକେଟରୁ ନିର୍ବାଚନ ଲଢୁଛନ୍ତି।

ତାଙ୍କର ଅଭିଯୋଗ ଅନୁଯାୟୀ, ଯେତେବେଳେ ସେ ପ୍ରଚାର କରୁଥିଲେ, ସେତେବେଳ ତାଙ୍କ କାର ଉପରକୁ ଆକ୍ରମଣ ହୋଇଥିଲା। ଯେଉଁଥିରେ ତାଙ୍କ କାର କ୍ଷତିଗ୍ରସ୍ତ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଆଜି ସନ୍ଧ୍ୟା ୪ ଟା ସମୟରେ ତୃଣମୂଳ କଂଗ୍ରେସର କର୍ମୀମାନେ ବିଡିଓ କାର୍ଯ୍ଯାଳୟ ନିକଟରେ ଆକ୍ରମଣ କରିଥିବା ସେ ଟ୍ବିଟ ମାଧ୍ୟମରେ ଉଲ୍ଲେଖ କରିଛନ୍ତି

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଫ୍ରାନ୍ସର ଏୟାର ଷ୍ଟ୍ରାଇକରେ ଟଳିଲେ ୫୦ ରୁ ଉର୍ଦ୍ଧ୍ଵ ଆତଙ୍କବାଦୀ

ନାଇଜର: ଫ୍ରାନ୍ସ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ଆରମ୍ଭ କରିଛି। ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଫ୍ରାନ୍ସ ଏୟାର ଷ୍ଟ୍ରାଇକ୍ ଦ୍ୱାରା ୫୦ ଅଲ-କାଏଦା ଆତଙ୍କିଙ୍କୁ ହତ୍ୟା କରିଥିବା ସୂଚନା ରହିଛି। ବୁର୍କିନା ଫାସୋ ଏବଂ ନାଇଜର ସୀମା ନିକଟରେ ଶୁକ୍ରବାର ଦିନ ଏହି ଏୟାର ଷ୍ଟ୍ରାଇକ୍ କରାଯାଇଥିଲା। ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଫ୍ରାନ୍ସ ସରକାର ଏବେ ଆତଙ୍କବାଦୀଙ୍କୁ ସଫା କରିବା ପାଇଁ ଅପରେସନ ଆରମ୍ଭ କରିଛି।

ଅକ୍ଟୋବର ୩୦ତାରିଖରେ ଆତଙ୍କବାଦୀଙ୍କ ଉପରେ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଯେଉଁଥିରେ ୫୦ରୁ ଉର୍ଦ୍ଧ୍ଵ ଆତଙ୍କବାଦୀ ନିହତ ହେବା ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ୩୦ଟି ମୋଟରସାଇକେଲ ସହିତ କେତେଜଣ ଆତଙ୍କିଙ୍କୁ ଗିରଫ ମଧ୍ୟ କରାଯାଇଛି। ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲ କହିଛନ୍ତି ଯେ ଯେତେବେଳେ ଡ୍ରୋନ୍ ମାଧ୍ୟମରେ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଏକ ବଡ଼ ଗୋଷ୍ଠିକୁ ଠାବ କରାଯାଇଥିଲା ସେତେବେଳେ ତୁରନ୍ତ ଏହି ଅପରେସନ୍ ଆରମ୍ଭ କରାଯାଇଥିଲା। ପାରଲେ କହିଛନ୍ତି ଯେ ଡ୍ରୋନରୁ ରକ୍ଷା ପାଇବା ପାଇଁ ଜିହାଦୀମାନେ ଗଛ ମୂଳରେ ଲୁଚି ରହିବାକୁ ଚେଷ୍ଟା କରୁଥିବାବେଳେ ଫ୍ରାନ୍ସ ସେନା ଦୁଇଟି ମିରାଜ ଯୁଦ୍ଧ ବିମାନ ଏବଂ ଡ୍ରୋନ ପଠାଇ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଯାହାଫଳରେ ସେଠାରେ ୫୦ ରୁ ଉର୍ଦ୍ଧ୍ଵ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। (ଏଜେନ୍ସି)

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୂର୍ବତନ ବ୍ଲକ ବିଜେଡି ସଭାପତିଙ୍କ ଭାଇଙ୍କୁ ଆକ୍ରମଣ ଘଟଣାରେ 4 ଗିରଫ : କାହା ଛତ୍ରଛାୟାରେ ମୁଖ୍ୟ ଅଭିଯୁକ୍ତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : କୁକୁଡାଖଣ୍ଡି ସଦର ଥାନା ଅନ୍ତର୍ଗତ ରୋହିଗାଁରେ ପୂର୍ବତନ ବ୍ଲକ ବିଜେଡି ସଭାପତିଙ୍କ ଭାଇଙ୍କୁ ଆକ୍ରମଣ ଘଟଣାରେ 4 ଜଣଙ୍କୁ ଗିରଫ କରାଯାଇଛି । ଗତ ଶନିବାର ରାତ୍ର ପ୍ରାୟ 7.00 ଟା ସମୟରେ ପୂର୍ବତନ ବ୍ଲକ ବିଜେଡି ସଭାପତି ସନ୍ୟାସୀ ଜେନାଙ୍କ ସାନଭାଇ ପୂର୍ଣ୍ଣ ଜେନାଙ୍କ ଉପରକୁ ଆକ୍ରମଣ କରାଯାଇଥିଲା । ସେହି ଗ୍ରାମର କିଛି ଯୁବକ ଆକ୍ରମଣ କରିଥିବା ନେଇ ସ୍ଥାନୀୟ ସଦର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ୍‌ ଟୁନା ସେଠି (23), ଟୁଲୁ ଜେନା (25), ଭିକାରି ଜେନା (25), ଏବଂ ପ୍ରଭାକର ଜେନା(24)କୁ ପୋଲିସ୍‌ ଗିରଫ କରିଛି । ତେବେ ଏହି ଘଟଣାରେ ପୋଲିସ୍‌ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରୁନଥିବାରୁ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ବଶିଷ୍ଠ ଜେନାଙ୍କୁ ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି କକୁହାଯାଇଥିଲେ ମଧ୍ୟ ପୋଲିସର ନୀରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିସ୍‌ ଅନୁଯାୟୀ ଆକ୍ରମଣ ଦିନ ବଶିଷ୍ଠଙ୍କ ମୋବାଇଲ୍‌ର ଲୋକେସନ୍‌ ଅନ୍ୟ ଏକ ଜାଗାରେ ରହିଥିଲଶ ତେଣୁ ବଶିଷ୍ଠଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେବେ ମୋବଇଲ ଲୋକେସନ ଉପଯୁକ୍ତ ପ୍ରମାଣ ନୁହେଁ ଏବଂ ଉପଯୁକ୍ତ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟାନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୂର୍ଣ୍ଣ ଜେନା ଦାବି କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, 5 ବର୍ଷ ପୂର୍ବେ ପୂର୍ଣ୍ଣ ଜେନାଙ୍କ ଉପରକୁ ଏହି ଦୂର୍ବୁର୍ତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିବା ବେଳେ 2017ରେ ଜାମିନରେ ଆସିବା ପରେ ତାଙ୍କ ମଝିଆଁ ଭାଇ ଅଶୋକ ଜେନାଙ୍କୁ ହତ୍ୟା କରିଥିଲେ । ଉକ୍ତ ହତ୍ୟା ମାମଲା ବିଚାରାଧୀନ ରହିଥିବା ବେଳେ ଏହି ଅଭିଯୁକ୍ତ ମାନେ ପୁନର୍ବାର ଜାମିନରେ ଆସି ପୂର୍ଣ୍ଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ପୂର୍ଣ୍ଣ ବର୍ତ୍ତମାନ ଗୁରୁତର ଅବସ୍ଥାରେ ବ୍ରହ୍ମପୁରର ଏମ୍‌କେସିଜିରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ନେଇ ପୂର୍ଣ୍ଣଙ୍କ ପରିବାର ଭୀତତ୍ରସ୍ତ ଅବସ୍ଥାରେ ରହିଥିବା ବେଳେ ପୋଲିସ୍‌ ପକ୍ଷରୁ କେସ୍‌ ନମ୍ବର 131/2020ରେ ମାମଲା ରୁଜୁ କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଡାକ୍ତରଙ୍କ କାନ ଛିଣ୍ଡାଇଲେ ରୋଗୀଙ୍କ ସମ୍ପର୍କୀୟ

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର  :  ଆଜି ଏମ୍‌କେସିଜିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ଏମ୍‌କେସିଜିରେ ପ୍ରସୂତି ବିଭାଗ ଡାକ୍ତରଙ୍କୁ ରୋଗଙ୍କ ସମ୍ପର୍କୀୟ ଆକ୍ରମଣ କରିଛନ୍ତି। ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କ କାନ ଛିଣ୍ଡାଇଥିବାର ସୂଚନା ରହିଛି । ରାଗରେ ଡାକ୍ତରଙ୍କ କାନକୁ କାମୁଡିକୁ ଛିଣ୍ଡାଇଦେଇଛନ୍ତି ରୋଗୀଙ୍କ ସମ୍ପର୍କୀୟ। ଲେବର ରୁମ୍‌ ଭିତରକୁ ପ୍ରବେଶ ଅନୁମତି ନ ମିଳିବାରୁ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି। ଡାକ୍ତରଙ୍କୁ ଆକ୍ରମଣ ନେଇ ଏମ୍‌କେସିଜିରେ ମେଡ଼ିକାଲ ପରିସରରେ ଉତ୍ତେଜନା ଲାଗି ରହିଛି।

ମିଳିଥିବା ସୂଚନା ଅନୁସାରେ ପ୍ରସୂତି ରୁମ୍‌କୁ ନେଇ ଗଣ୍ଡଗୋଳ ଘଟି ଜଣେ ରୋଗୀଙ୍କ ସମ୍ପର୍କୀୟ ଏପରି କାଣ୍ଡ ଘଟାଇଛନ୍ତି। ଏପରି ଅମାନୁଷିକ କାଣ୍ଡ ଘଟାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ତାରିଣୀ ମହାପାତ୍ର। ଡାକ୍ତର ଶଖିଲ ଖାନ ଏମକେସିଜି ମେଡିକାଲର ଲେବର ରୁମରେ କାର୍ଯ୍ୟରତ ଥିବା ବେଳେ ଜୋର ଜବରଦସ୍ତ କିଛି ଲୋକ ରୁମ ଭିତରକୁ ପ୍ରବେଶ କରୁଥିଲେ ଏହାକୁ ନେଇ ପ୍ରଥମେ ବଚସା ହୋଇଥିଲା। ପରେ ପ୍ରସୂତି ରୁମ୍‌ରେ ଥିବା ମହିଳା ମାନେ ମଧ୍ୟ ପ୍ରତିବାଦ କରିଥିଲେ।

ଏହାପରେ ଅଭିଯୁକ୍ତ ଜଣକ ରାଗରେ ଡାକ୍ତରଙ୍କୁ ଗାଳିଗୁଲଜ କରିବା ସହିତ ଡାକ୍ତରଙ୍କ କାନକୁ କାମୁଡି ଛିଣ୍ଡାଇ ଦେଇଥିବାର ସୂଚନା ରହିଛି। ଏ ନେଇ ଡାକ୍ତର ସ୍ଥାନୀୟ ବୈଦ୍ୟନାଥ ପୁର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖିଛି।

Categories
ଆଜିର ଖବର ଆଞ୍ଚଳିକ

ସୋରଣଠାରେ ଆରଏସ୍‌ଏସ୍‌ କର୍ମୀଙ୍କୁ ଆକ୍ରମଣ ଅଭିଯୋଗ

ସମୀକ୍ଷା ବ୍ୟୁରୋ

ସୋରଣ: ସୋରଣର କିଛି ଆରଏସଏସ୍‌ କର୍ମୀଙ୍କୁ କିଛି ମୁସଲମାନ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ଏନେଇ କୁହୁଡି ଫାଣ୍ଡିରେ ଅଭିଯୋଗ ମଧ୍ୟ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ସୋରଣର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଜନୈକ କର୍ମୀ ସୁଶାନ୍ତ ବେହେରାଙ୍କୁ ମୁସଲମାନ ସାହିର କିଛି ପିଲା ଘରେ ପଶି ମରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗ କରିଛନ୍ତି। ତାଙ୍କ ବେକରେ ଧାରୁଆ ଅସ୍ତ୍ର ଲଗାଇ ତାଙ୍କୁ ଡରାଇ ଧମକାଇବା ସହିତ ତାଙ୍କ ବାପା, ଭାଇ, ମା’ ଓ ଭଉଣୀଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ବୋଲି ଲିଖିତ ଅଭିଯୋଗ କରିଛନ୍ତି ଅଭିଯୋଗକାରୀ। ପ୍ରାପ୍ତ ସୂଚନା ଅନୁଯାୟୀ, ଅଭିଯୋଗକାରୀଙ୍କ ବିରୋଧରେ ଫାଣ୍ଡିରେ ପାଲଟା ଅଭିଯୋଗ କରିଛନ୍ତି ଆକ୍ରମଣକାରୀ। ଆଜି ସନ୍ଧ୍ୟା ୫ଟାରେ ଉଭୟ ପକ୍ଷକୁ ଫାଣ୍ଡିକୁ ଡାକି ପୋଲିସ୍‌ ଏହାର ଫଇସଲା କରିବା ନେଇ ସୂଚନା ରହିଛି।