Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ଆକ୍ରମଣରେ ୭ ଆହତ, ୩ ଗୁରୁତର
ଆଜିର ଖବର

ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ଆକ୍ରମଣରେ ୭ ଆହତ, ୩ ଗୁରୁତର

August 29, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭଦ୍ରକ: ଭଦ୍ରକ ଚରମ୍ପା ରେଳ ଓଭରବ୍ରିଜ୍‌ ନିକଟରେ ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନର ବିବାଦକୁ ନେଇ ଶୁକ୍ରବାର ଉତ୍ତେଜନା ପ୍ରକାଶ ପାଇଛି। ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ମାରପିଟ ହେବାରୁ ଜଣେ ଗୋଷ୍ଠୀର ୭ ଜଣ କିନ୍ନର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ଆହତ ସମସ୍ତଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ଚରମ୍ପା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

ଆହତ କିନ୍ନର ଶ୍ରାବଣୀଙ୍କ ଅଭିଯୋଗ ଅନୁସାରେ, ସଞ୍ଜନା କିନ୍ନର ଗୋଷ୍ଠୀର ସଦସ୍ୟମାନେ ବିଭିନ୍ନ ମରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣରେ ତାଙ୍କ ଗୋଷ୍ଠୀର ୭ ଜଣ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଭଦ୍ରକ ଚରମ୍ପା ଅଞ୍ଚଳରେ ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ କିଛି ବର୍ଷ ହେବ ବିବାଦ ଲାଗିରହିଛି। ଏହି ବିବାଦକୁ ନେଇ ପୂର୍ବରୁ ମଧ୍ୟ ଭଦ୍ରକ ଏସ୍‌ପିଙ୍କ ନିକଟରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି।

ଆକ୍ରମଣ ସମ୍ପର୍କରେ ଖବର ପାଇବା ପରେ ଗ୍ରାମାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାର କାରଣ ଓ ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ, ଆକ୍ରମଣରେ ଦୋଷୀଙ୍କ ବିରୋଧରେ ଦୃଢ଼ ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ପ୍ରଦାନ କରିବାକୁ ଆହତ କିନ୍ନରମାନେ ଦାବି କରିଛନ୍ତି। ତେବେ ଦୀର୍ଘଦିନର ଏହି ବିବାଦର ସ୍ଥାୟୀ ସମାଧାନ ପାଇଁ ପୁଲିସ କି ପଦକ୍ଷେପ ନେଉଛି, ତାହା ଉପରେ ଏବେ ନଜର ରହିଛି।

ଆକ୍ରମଣ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ
Share. Facebook Twitter LinkedIn Email WhatsApp Copy Link

Related Posts

ଶକ୍ତିପୀଠରେ ଗହ୍ମା ପର୍ବ: ମା’ ଭଗବତୀଙ୍କ ‘ଗହ୍ମାଡ଼ିଆଁ’ ନୀତି ନିଆରା ପରମ୍ପରା

August 29, 2026

LIC କନ୍ୟାଦାନ ପଲିସି କ’ଣ?: ଝିଅର ଭବିଷ୍ୟତ ପାଇଁ ଏକ ଭଲ ଯୋଜନା

August 29, 2026

ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ୬ଟି ଏମଓୟୁ ସ୍ୱାକ୍ଷରିତ

August 29, 2026

ଶିକ୍ଷକ ସମାଜର ସମସ୍ୟା ସମାଧାନ ଦିଗରେ ଅହେତୁକ ବିଳମ୍ବ ବେଦନାଦାୟକ: ସମନ୍ୱୟ ସମିତି

August 29, 2026
Latest News

ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ଆକ୍ରମଣରେ ୭ ଆହତ, ୩ ଗୁରୁତର

August 29, 2026

ଶକ୍ତିପୀଠରେ ଗହ୍ମା ପର୍ବ: ମା’ ଭଗବତୀଙ୍କ ‘ଗହ୍ମାଡ଼ିଆଁ’ ନୀତି ନିଆରା ପରମ୍ପରା

August 29, 2026

LIC କନ୍ୟାଦାନ ପଲିସି କ’ଣ?: ଝିଅର ଭବିଷ୍ୟତ ପାଇଁ ଏକ ଭଲ ଯୋଜନା

August 29, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ଉଜବେକିସ୍ତାନ ଏବଂ କିର୍ଗିଜ୍ ଗଣରାଜ୍ୟ ଗସ୍ତ

August 29, 2026

ପ୍ରାୟ ୨୦% କମିଲା ମିଲ୍‌ ଚିନି ଦର: କମୁଛି ଖୁଚୁରା ମୂଲ୍ୟ

August 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.