Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡାକ୍ତରଙ୍କ କାନ ଛିଣ୍ଡାଇଲେ ରୋଗୀଙ୍କ ସମ୍ପର୍କୀୟ
ଆଜିର ଖବର

ଡାକ୍ତରଙ୍କ କାନ ଛିଣ୍ଡାଇଲେ ରୋଗୀଙ୍କ ସମ୍ପର୍କୀୟ

May 10, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୁରୀ ଏସପିଙ୍କ ନିର୍ଦ୍ଧେଶରେ ୮୦ କିମିର ଗ୍ରୀନ କରିଡର: ବଞ୍ଚିଲା ଶିଶୁର ଜୀବନ
ପୁରୀ ଏସପିଙ୍କ ନିର୍ଦ୍ଧେଶରେ ୮୦ କିମିର ଗ୍ରୀନ କରିଡର: ବଞ୍ଚିଲା ଶିଶୁର ଜୀବନ

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର  :  ଆଜି ଏମ୍‌କେସିଜିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ଏମ୍‌କେସିଜିରେ ପ୍ରସୂତି ବିଭାଗ ଡାକ୍ତରଙ୍କୁ ରୋଗଙ୍କ ସମ୍ପର୍କୀୟ ଆକ୍ରମଣ କରିଛନ୍ତି। ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କ କାନ ଛିଣ୍ଡାଇଥିବାର ସୂଚନା ରହିଛି । ରାଗରେ ଡାକ୍ତରଙ୍କ କାନକୁ କାମୁଡିକୁ ଛିଣ୍ଡାଇଦେଇଛନ୍ତି ରୋଗୀଙ୍କ ସମ୍ପର୍କୀୟ। ଲେବର ରୁମ୍‌ ଭିତରକୁ ପ୍ରବେଶ ଅନୁମତି ନ ମିଳିବାରୁ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି। ଡାକ୍ତରଙ୍କୁ ଆକ୍ରମଣ ନେଇ ଏମ୍‌କେସିଜିରେ ମେଡ଼ିକାଲ ପରିସରରେ ଉତ୍ତେଜନା ଲାଗି ରହିଛି।

ମିଳିଥିବା ସୂଚନା ଅନୁସାରେ ପ୍ରସୂତି ରୁମ୍‌କୁ ନେଇ ଗଣ୍ଡଗୋଳ ଘଟି ଜଣେ ରୋଗୀଙ୍କ ସମ୍ପର୍କୀୟ ଏପରି କାଣ୍ଡ ଘଟାଇଛନ୍ତି। ଏପରି ଅମାନୁଷିକ କାଣ୍ଡ ଘଟାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ତାରିଣୀ ମହାପାତ୍ର। ଡାକ୍ତର ଶଖିଲ ଖାନ ଏମକେସିଜି ମେଡିକାଲର ଲେବର ରୁମରେ କାର୍ଯ୍ୟରତ ଥିବା ବେଳେ ଜୋର ଜବରଦସ୍ତ କିଛି ଲୋକ ରୁମ ଭିତରକୁ ପ୍ରବେଶ କରୁଥିଲେ ଏହାକୁ ନେଇ ପ୍ରଥମେ ବଚସା ହୋଇଥିଲା। ପରେ ପ୍ରସୂତି ରୁମ୍‌ରେ ଥିବା ମହିଳା ମାନେ ମଧ୍ୟ ପ୍ରତିବାଦ କରିଥିଲେ।

ଏହାପରେ ଅଭିଯୁକ୍ତ ଜଣକ ରାଗରେ ଡାକ୍ତରଙ୍କୁ ଗାଳିଗୁଲଜ କରିବା ସହିତ ଡାକ୍ତରଙ୍କ କାନକୁ କାମୁଡି ଛିଣ୍ଡାଇ ଦେଇଥିବାର ସୂଚନା ରହିଛି। ଏ ନେଇ ଡାକ୍ତର ସ୍ଥାନୀୟ ବୈଦ୍ୟନାଥ ପୁର ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖିଛି।

ଆକ୍ରମଣ ଏମକେସିଜି ଡାକ୍ତର
Share. Facebook Twitter LinkedIn Email WhatsApp Copy Link

Related Posts

ବରଫ ତଳେ ବିପଦର ବିସ୍ଫୋରଣ: GLOF ନେଇ ବଢୁଛି ଚିନ୍ତା

August 27, 2026

ଆଜି ‘ଖେଲୋ ଇଣ୍ଡିଆ ଡାଏଲଗ୍’ରେ ଯୁବବର୍ଗଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 27, 2026

ଦୁର୍ଘଟଣାରେ ଜୀବନ ହାରିଲେ ପୂର୍ବତନ ସରପଞ୍ଚ ତଥା ପିଇଓ ମୁନେସ ପ୍ରଧାନ

August 27, 2026

ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ବିୟୋଗରେ ବାଚସ୍ପତିଙ୍କ ଗଭୀର ଶୋକବ୍ୟକ୍ତ

August 27, 2026
Latest News

ବରଫ ତଳେ ବିପଦର ବିସ୍ଫୋରଣ: GLOF ନେଇ ବଢୁଛି ଚିନ୍ତା

August 27, 2026

ଆଜି ‘ଖେଲୋ ଇଣ୍ଡିଆ ଡାଏଲଗ୍’ରେ ଯୁବବର୍ଗଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 27, 2026

ପର୍ଯ୍ୟାପ୍ତ ପିଆଜ ଉପଲବ୍ଧତା ଏବଂ ଋତୁକାଳୀନ ଦରବୃଦ୍ଧି ନିୟନ୍ତ୍ରଣ ଲାଗି ସରକାରଙ୍କ ସକ୍ରିୟ ପଦକ୍ଷେପ

August 27, 2026

ନେପାଳରେ ଆକସ୍ମିକ ବନ୍ୟା ପରିସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 27, 2026

ଦୁର୍ଘଟଣାରେ ଜୀବନ ହାରିଲେ ପୂର୍ବତନ ସରପଞ୍ଚ ତଥା ପିଇଓ ମୁନେସ ପ୍ରଧାନ

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.