ବାରଙ୍ଗ: ବାରଙ୍ଗରେ ବୁଲିଲା ଖଣ୍ଡା । ପୂର୍ବ ଶତୃତାକୁ କେନ୍ଦ୍ର କରି ଦୁର୍ବୃତ୍ତମାନେ ଅସି କାହ୍ନୁ ଦଳାଇଙ୍କୁ ଗୋଡ଼େଇ ଗୋଡେଇ ଖଣ୍ଡାରେ ଆକ୍ରମଣ କରିଛନ୍ତି। ପ୍ରାଣ ବଞ୍ଚାଇବା ପାଇଁ କାହ୍ନୁ ଏଣେ ତେଣେ ଦୌଡ଼ଥିଲେ। ପ୍ରଥମେ ଦହିବରା ବାଲା ଚାରି ପାଖରେ ବୁଲି ଥିଲେ। ସେତିକି ବେଳେ ଖଣ୍ଡା ଚୋଟ ବହିବରା ଓ ଆଳୁଦମ ହାଣ୍ଡିରେ ବାଜିବା ସହ ବ୍ୟବସାୟୀ ରଞ୍ଜନ ରାଉତଙ୍କର ଡାହାଣ ହାତ ବାହୁରେ ବାଜି କଟି ଥିଲା। ଖଣ୍ଡା ଚୋଟରେ କାହ୍ନୁ ଦଳେଇଙ୍କ ପେଟରେ କ୍ଷତ ହୋଇ ରକ୍ତ ସ୍ରାବ ହୋଇଥିଲା।
ରାଜଧାନୀରେ ଏବେ ଅପରାଧର ମାତ୍ରା ବହୁ ପରିମାଣରେ ବଢି ଯାଇଛି । ନିକଟରେ ବାଲିଅନ୍ତା ଠାରେ ସଂଘବଦ୍ଧ ଆକ୍ରମଣ କରି ଜଣକୁ ମର୍ଡର କରିଦେଇଛନ୍ତି । ଏବେ ରାଜ୍ୟର ଆଇନ ତଥା ଅପରାଧକୁ ଦେଖିଲେ ପୋଲିସର ପରିବାରପଣିଆ ଉପରେ ପ୍ରଶ୍ନ ଉଠୁଛି ।


