Categories
ଜୀବନ ଶୈଳୀ ବିଶେଷ ଖବର ବ୍ୟକ୍ତିତ୍ୱ ସଂସ୍କୃତି

ପରକୀୟା ପ୍ରୀତିରେ ପୁରୁଷଙ୍କୁ ପଛରେ ପକାଇଲେ ମହିଳା

ନୂଆଦିଲ୍ଲୀ: ଭାରତୀୟମାନେ ସେକ୍ସ ତଥା ଶାରିରୀକ ସମ୍ପର୍କକୁ ନେଇ ଏବେବି ବେଶ୍‌ ରକ୍ଷଣଶୀଳ। ବିଶେଷକରି ମହିଳାମାନେ ବିବାହ ପରେ ନିଜ ସ୍ବାମୀଙ୍କ ଛଡା ଅନ୍ୟ କାହା ପ୍ରତି ଶାରିରୀକ ସମ୍ପର୍କ ରଖି ନଥା’ନ୍ତି। ଭାରତରେ ଏହାକୁ ଏକ ପ୍ରକାରର ଅପରାଧ ବୋଲି ବିବେଚନା କରାଯାଏ। ସାମାଜିକ ଦୃଷ୍ଟିକୋଣରୁ ମଧ୍ୟ ଏହାକୁ ଖରାପ ନଜରରେ ଦେଖାଯାଇଥାଏ। କିନ୍ତୁ ମିଳିଥିବା ଏକ ରିପୋର୍ଟ ଅନୁସାରେ ଭାରତୀୟ ମହିଳାମାନେ ଭାରତୀୟ ପୁରୁଷଙ୍କଠାରୁ ଅଧିକ ପରକୀୟା ପ୍ରୀତି କରିଥା’ନ୍ତି ବୋଲି ଜଣାପଡିଛି। ଏକ୍ସଟ୍ରା ମ୍ୟାରେଟିଆଲ୍‌ ଡେଟିଂ ଆପ୍‌ର ଆସିଥିବା ଏକ ରିପୋର୍ଟ ଅନୁସାରେ ଭାରତୀୟମାନେ ଏବେ ଏହି ପ୍ରସଙ୍ଗକୁ ନେଇ ବେଶ୍‌ ବୋଲ୍ଡ ହୋଇଯାଇଛନ୍ତି।

ଏକ୍ସଟ୍ରା ମ୍ୟାରିଟିଆଲ୍‌ ଡେଟିଂ ଆପ୍‌ ଗ୍ଲୀଡେନ୍‌ର ସର୍ଭେ ଅନୁସାରେ ୫୩ ପ୍ରତିଶତ ଭାରତୀୟ ମହିଳା ପରକୀୟା ପ୍ରୀତିକୁ ସ୍ବୀକାର କରିଛନ୍ତି। ସେମାନେ ନିଜ ସ୍ବାମୀଙ୍କ ଛଡା ଅନ୍ୟ ପୁରୁଷ ସହ ଅନ୍ତରଙ୍ଗ ସମ୍ପର୍କରେ ରହିଥିବାର ଜଣାଇଛନ୍ତି । ସେହିପରି ବିବାହ ପରେ ଅନ୍ୟ ସ୍ତ୍ରୀ ସହିତ ସମ୍ପର୍କ ରଖୁଥିବା ପୁରୁଷଙ୍କ ସଂଖ୍ୟା ୪୩ ପ୍ରତିଶତ ବୋଲି ଜଣାପଡିଛି।

ଗ୍ଲୀଡେନ୍‌ର ମାର୍କେଟିଂ ଡାଇରେକ୍ଟରଙ୍କ ମତରେ ରୋମାନ୍ସ ଓ ଧୋକ୍କା ମାମଲାରେ ଭାରତୀୟ ମହିଳା ବେଶ୍‌ ଖୋଲା ଚିନ୍ତାଧାରା ରଖୁଛନ୍ତି । ମହିଳାମାନେ ନିଜ ପାର୍ଟନର୍‌ ସହ ସମ୍ପର୍କକୁ ପ୍ରଭାବିତ ନ କରିବା ପାଇଁ ସେହିପରି ପରିବେଶ ସୃଷ୍ଟି କରିଥା’ନ୍ତି ।  ମହିଳାମାନେ ନିଜ ପାର୍ଟନରଙ୍କୁ ହଇରାଣ ନ କରି ଅନ୍ୟ ଏକ ପ୍ରେମ ସମ୍ପର୍କକୁ ଆରାମରେ ଆରମ୍ଭ କରିପାରନ୍ତି ବୋଲି କହିଛନ୍ତି ଗ୍ଲୀଡେନ୍‌ର ମାର୍କେଟିଂ ଡାଇରେକ୍ଟର। ଏହି ସର୍ଭେରେ ଦିଲ୍ଳୀ, କୋଲକାତା, ମୁମ୍ବାଇ, ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦ, ପୁଣେ, ଅହମଦାବାଦ ପରି ବଡ ବଡ ସହରର ୧୫୦୦ ଲୋକଙ୍କୁ ନେଇ ଅନଲାଇନ୍‌ ଜରିଆରେ ସର୍ଭେ କରାଯାଇଥିଲା।

ସେହିପରି ପ୍ରତ୍ୟହ ନିଜ ସ୍ବାମୀଙ୍କ ବ୍ୟତୀତ ଅନ୍ୟ ପୁରୁଷଙ୍କ ସହିତ ଶାରିରୀକ ସମ୍ପର୍କ ରଖୁଥିବା ମହିଳାଙ୍କ ସଂଖ୍ୟା ୪୦ ପ୍ରତିଶତ ବୋଲି ପଡିଥିବାବେଳେ ପୁରୁଷଙ୍କ କ୍ଷେତ୍ରରେ ଏହା ୨୬ ପ୍ରତିଶତ ବୋଲି ଜଣାପଡିଛି।  ସେହିପରି ୪୭ ପ୍ରତିଶତ ବ୍ୟକ୍ତି ନିଜ ପାର୍ଟନର୍‌ଙ୍କ ଛଡା ଅନ୍ୟ ପ୍ରତି କାଜୁଆଲ ରିଲେସନ୍‌ସିପ୍‌ରେ ରହିଥିବାର ସ୍ବୀକାର କରିଥିବାବେଳେ ୪୬ ପ୍ରତିଶତ ଓ୍ବାନ୍‌ ନଇଟ୍‌ ଷ୍ଟାଣ୍ଟକୁ ସ୍ବୀକାର କରିଛନ୍ତି।

ସେହିପରି ୪୮ ପ୍ରତିଶତ ଭାରତୀୟଙ୍କ ମତରେ ଏକ ସମୟରେ ଦୁଇଜଣଙ୍କୁ ପ୍ରେମ କରିବା ସମ୍ଭବ ବୋଲି କହିଛନ୍ତି। ୪୬ ପ୍ରତିଶତ ଭାରତୀୟମାନେ ନିଜ ପାର୍ଟନର୍‌ଙ୍କୁ ଧୋକ୍କା ଦେବା ପରେ ବି ତାଙ୍କ ପ୍ରତି ପ୍ରେମ କମି ନଥିବାର କହିଛନ୍ତି । ସେହିପରି ୩୭ ପ୍ରତିଶତ ଲୋକେ ଧୋକ୍କା ମିଳିବାର ଜାଣିବା ପରେ ତାଙ୍କ ପାର୍ଟନର୍‌ଙ୍କୁ କ୍ଷମା କରିଦେଉଥିବାବେଳେ ୪୦ ପ୍ରତିଶତ ପରିସ୍ଥିତିକୁ ଦେଖି କ୍ଷମା କରାଯିବା ଉପରେ ମତ ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଶିଶୁ ଓ ମହିଳାଙ୍କ ବିରୁଦ୍ଧରେ ଅପରାଧ ରୋକିବା ପାଇଁ ସ୍ବତନ୍ତ୍ର ଶାଖା: ୬୨ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁର ପ୍ରଦାନ

ଭୁବନେଶ୍ବର: ଶିଶୁ ଓ ମହିଳା ମାନଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛନ୍ତି। ମହିଳା ଓ ଶିଶୁ ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ତଥା ସେ ସଂକ୍ରାନ୍ତୀୟ ଅପରାଧକୁ ଯେପରି ଫଳପ୍ରଦ ଭାବରେ ରୋକାଯାଇପାରିବ ଏବଂ ଅଭିଯୋଗର ଉଚିତ ଭାବରେ ତଦନ୍ତ କରାଯାଇପାରିବ, ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥି ନିମନ୍ତେ ରାଜ୍ୟ ପୋଲିସରେ ଏକ ସ୍ବତନ୍ତ୍ର ଶାଖା ଖୋଲିବା ପାଇଁ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀ ଆଜି ଏହି ସ୍ବତନ୍ତ୍ର ଶାଖା ପାଇଁ ୬୨ଟି ବିଭିନ୍ନ ପଦବୀ ମଂଜୁର କରିଛନ୍ତି। ଏଥିରେ ପୋଲିସ ବିଭାଗର ୬୦ଟି ପଦବୀ ସହିତ ସାଇବର ଫୋରେଂସିସ ଏବଂ ଆଇଟି ବିଶେଷଜ୍ଞ ପାଇଁ ୨ଟି ପଦବୀକୁ ମଧ୍ୟ ମଂଜୁର କରାଯାଇଛି। ଜଣେ ଆଇ.ଜି ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ଏହି ଶାଖା ପରିଚାଳିତ ହେବ। ଏଥିରେ ଦୁଇ ଜଣ ଅତିରିକ୍ତ ଏସ୍.ପି, ୧୦ ଜଣ ଡ଼ି.ଏସ୍.ପି, ୯ ଜଣ ଇନ୍ସପେକ୍ଟର, ୧୦ ଜଣ ସବ୍ ଇନ୍ସପେକ୍ଟର, ୮ ଜଣ ଏ.ଏସ୍.ଆଇ ଓ ୧୪ ଜଣ କନେଷ୍ଟବଳଙ୍କୁ ନିୟୋଜିତ କରାଯିବ। ଏହା ସହିତ ୫ଜଣ ମିନିଷ୍ଟେରିଆଲ ଷ୍ଟାଫ  ପଦବୀକୁ ମଧ୍ୟ ମଂଜୁର କରାଯାଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବିବାହ କରିବାକୁ ମନା କରିବା ପଡିଲା ମହଙ୍ଗା : ବିଧବା ମହିଳାଙ୍କ କାନ ଜିଭ କାଟିଲେ ଶାଶୁ ଘର ଲୋକେ

ଜୈସେଲମେର : ପଶ୍ଚିମ ରାଜସ୍ଥାନରେ ଭାରତ-ପାକିସ୍ତାନ ବର୍ଡରରେ ସ୍ଥିତ ଜୈସେଲମର୍‌ ଜିଲ୍ଲାରେ ଏକ ହୃଦୟ ବିଦାର ଘଟଣା ଘଯିଛି । ଏଠାରେ ଦ୍ବିତୀୟ ବିବାହ କରିବାକୁ ମନା କରିବାରୁ ଜଣେ ବିଧବା ମହିଳାଙ୍କ ନାକ ଏବଂ ଜିଭ କାଟି ଦିଆଯାଇଛି। ଗୁରୁତର ମହିଳାଙ୍କର ଜୋଧପୁରରେ ଚିକିତ୍ସା ଚାଲିଛି। ମାମଲା ସାମନାକୁ ଆସିବା ପରେ ପୋଲିସ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ୍ ଖୋଜୁଛି। ପୀଡ଼ିତ ମହିଳାଙ୍କ ଭାଇ ସାଙ୍କଡ଼ା ଥାନାରେ ଏନେଇ ମାମଲା ରୁଜୁ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଜଙ୍ଗୀରୋର ଢାଣୀଠାରେ ଏପରି ଏକ ଘଟଣା ଘଟିଛି । ଏଠାରେ ଜଣେ ବିଧବାଙ୍କୁ ତାଙ୍କ ଶାଶୁଘର ଲୋକେ ଅନ୍ୟତ୍ର ବିବାହ କରିବାକୁ ବାଧ୍ୟ କରୁଥିଲେ । ମାତ୍ର ମହିଳା ଜଣକ ରାଜି ହୋଇନଥିଲେ । ଏଥିରେ ମହିଳାଙ୍କ ଶାଶୁଘର ଲୋକେ ଉତ୍ତ୍ୟକ୍ତ ହୋଇ ମହିଳାଙ୍କ ଜିଭ ଓ ନାକକୁ କାଟଇ ଦେଇଥିଲେ । ଗୁରୁତର ଅବସ୍ଥାରେ ମହିଳା ଜଣକ ଯୋଧପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ପୋଲିସ୍ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଜାନୁ ଖାନକୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କ ଖୋଜା ଚାଲିଛି। ଏଯାଏଁ ତାଙ୍କ ବିଷୟରେ କୌଣସି ପତ୍ତା ମିଳିନାହିଁ। ମଙ୍ଗଳବାର ଦିନ ଦ୍ବିପ୍ରହର ଗୋଟାଏରେ ଦୁଲେ ଖାନ୍,ଇକବାଲ ଖାନ,ହାସମ ଖାନ,ଫାରୁକ ଖାନ,ଆମ୍ବେ ଖାନ,ଲାଡୁ ଖାନ,ମନୁ ଖାନ,ଅନଓ୍ବର ଖାନ୍,ସଲିମ ଖାନ,ଜାନୁ ଖାନ,ନେମତେ ଖାନ ଏବଂ ନେବେ ଖାନ୍ ବାଇକ୍ ଏବଂ ଟ୍ରାକ୍ଟରରେ ଆସିଥିଲେ। ସେମାନେ ଏକାଠି ପୀଡ଼ିତାଙ୍କ ଉପରେ ପ୍ରାଣଘାତୀ ଆକ୍ରମଣ କରିଥିଲେ। ଏହା ପରେ ଧାରୁଆ ଅସ୍ତ୍ରରେ ତାଙ୍କ ଭଉଣୀଙ୍କ ନାକ ଏବଂ ଜିଭ କାଟି ଦେଇଥିଲେ। ସେମାନେ ମହିଳାଙ୍କ ଡାହାଣ ହାତ ମଧ୍ୟ ଭାଙ୍ଗି ଦେଇଥିଲେ ବୋଲି କହିଛନ୍ତି ମହିଳାଙ୍କ ଭାଇ ।

ଛଅ ବର୍ଷ ତଳେ ମହିଳା ଜଣକ ବିବାହ କରିଥିବାର ସୂଚନା ଦେଇଛନ୍ତି ମହିଳାଙ୍କ ଭାଇ ।  ବିବାହର ଏକ ବର୍ଷ ପରେ ମହିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା । ଏହାପରଠାରୁ ଶାଶୁ ଘର  ଲୋକେ ତାଙ୍କ ଭଉଣୀ ଉପରେ ଅନ୍ୟତ୍ର ବିବାହ କରିବାପାଇଁ ଚାପ ପ୍ରୟୋଗ କରୁଥିବାର କହିଛନ୍ତି ମହିଳାଙ୍କ ଭାଇ ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସ୍ତ୍ରୀର ବେକ କାଟି ବଳି ଚଢାଇଲା ସ୍ବାମୀ

ମଧ୍ୟପ୍ରଦେଶ : ଅନ୍ଧବିଶ୍ବାସର କୁପରିଣତି ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶଠାରେ ଅନ୍ଧବିଶ୍ବାସ ଯୋଗୁଁ ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କ ବେକ କାଟି କୁଳଦେବତାଙ୍କଠାରେ ଚଢାଇ ଦେଇଛନ୍ତି । ତେବେ ଏହି ଘଟଣାକୁ ଯେତେବେଳେ ତାଙ୍କ ପୁଅ ନିଜ ଆଖିରେ ଦେଖିଦେଇଥିଲେ, ସେତେବେଳେ ତାଙ୍କ ପୁଅକୁ ଧମକାଇବା ସହିତ ସେହି ଜାଗାର ବାହାର କରିଦେଇଥିଲେ ।

ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶର ସିଙ୍ଗରୌଲୀର ବସୌଡା ଗ୍ରାମରେ ଅନ୍ଧବିଶ୍ବାସ ଯୋଗୁଁ ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କରିଛନ୍ତି । ଅଭିଯୁକ୍ତ ସ୍ବାମୀ ଜଣକ ବୃଜେଶ୍‌ କେବଟ୍‌ ନିଜ କୁଳ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ନିଜ ସ୍ତ୍ରୀଙ୍କ ବେକ କାଟିଥିବାର ଜଣାପଡିଛି । ତେବେ ସେ ଏହି ଘଟଣାକୁ କରିବାବେଳେ ତାଙ୍କ ପୁଅ ଏହି ସମସ୍ତ କାଣ୍ଡ ଦେଖିଦେଇଥିଲେ । ଏହା ପରେ ସେ ନିଜ ପୁଅକୁ ସେଠାରୁ ପଳାଇବାକୁ କହିବା ସହ ଯଦି ସେ ଏଠାରୁ ନ ଯିବେ, ତେବେ ତାଙ୍କୁ ମଧ୍ୟ ବଳି ଦେଇଦେବେ ବୋଲି ଧମକ ଦେଇଥିଲେ ।

ପୁଅର କହିବାନୁସାରେ ତା’ ମା’-ବାପା ଘରେ କୁଳଦେବତାଙ୍କ ପୂଜା କରୁଥିଲେ । ଏହା ସମୟରେ ସମେସ୍ତ ଶୋଇପଡିଥିଲେ । କିନ୍ତୁ ବିଳମ୍ବିତ ରାତ୍ରିରେ ଘରେ ପାଟିତୁଣ୍ଡ ଶୁଭିବାର ସେ ଉଠିପଡି ଦେଖିଲେ ଯେ, ତାଙ୍କ ମା’-ବାପା ଘରେ ଝଗଡା ଲାଗିଛନ୍ତି । ଝଗଡା ସମାଧାନ କରିବାକୁ ପୁଅଯାଇଥିବାବେଳେ ପୁଅକୁ ବାପା ଧମକ ଦେଇଥିଲେ । ତାଙ୍କ ଘରେ ଛେଳିର ବଳି ଦିଆଯାଇଥାଏ । କିନ୍ତୁ ପୁଅ ଯେତେବଳେ ଘରୁ ବାହାରି ଆସିଥଲେ ସେତେବେଳେ ତାଙ୍କ ବାପା କବାଟ ବନ୍ଦ କରି ଦେଇଥିଲେ ।ତାଙ୍କ ବାପା ମା’ଙ୍କ ହତ୍ୟା କରିବା ପରେ ତାଙ୍କ ମା’ଙ୍କ ଶବକୁ ମାଟି ତଳେ ପୋତି ଦେଇଥିଲେ । ପୁଅ ଏସବୁ ଘଟଣା ଦେଖି କାନ୍ଦିବା ପରେ ପାଖପଡୋଶୀ ଆସିଥିଲେ । ଏହି ସମ୍ପର୍କରେ ପୋଲିସ୍‌କୁ ଜଣାଇଥିଲେ । ପୋଲିସ୍‌ ପହଞ୍ଚି ଏହି ଘଟଣାର ତଦନ୍ତ ଜାରି ରଖିଛି । ଅନ୍ଧବିଶ୍‌ବାସ କାରଣରୁ ଏକ ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବାର ପୋଲିସ୍‌ ସୂଚନା ଦେଇଛି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଗ୍ୟାଙ୍ଗଷ୍ଟର ଦୁବେର ଚେର ବହୁତ ଲମ୍ବା, ସହଯୋଗୀଙ୍କ ଫଟୋ ଜାରି କଲା କାନପୁର ପୋଲିସ

କାନପୁର, ଗତ ଶୁକ୍ରବାର ଦିନ କାନପୁର ଜିଲ୍ଲାର ବିକୃ ଗାଁରେ ପୋଲିସ ପାଟ୍ରୋଲିଂ ଦଳ ଉପରେ ଆକ୍ରମଣ କରି 8 ଜଣଙ୍କୁ ହତ୍ୟା କରିଥିବା ଘଟଣାରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ସାହାଯ୍ୟ କରିଥିବା ତାର ସହଯୋଗୀଙ୍କୁ ଧରିବା ଲାଗି ପୋଲିସ ଫଟୋ ଜାରି କରିଛି। ଇତିମଧ୍ୟରେ ପୋଲିସ ବିଭିନ୍ନ ଦଳରେ ବିଭକ୍ତ ହୋଇ ଦୁବେ ଓ ତାର ସହଯୋଗୀଙ୍କୁ ଧରିବା ଲାଗି ରାଜ୍ୟ ସାରା ତନାଘନା ଚଳାଇଛି।

ସମସ୍ତ ଅପରାଧୀ ଏବେ ଫେରାର ଅଛନ୍ତି। ଆକ୍ରମଣକାରୀ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଦୟା ଶଙ୍କର ଅଗ୍ନିହୋତ୍ରୀ ଗତ ରବିବାର ଦିନ ପୋଲିସ ସହିତ ଏକ ଏନକାଉଣ୍ଟର ବେଳେ ଧରା ପଡିଥିଲା। ସାଧାରଣ ଲୋକେ ଅପରାଧୀମାନଙ୍କ ସମ୍ପର୍କରେ ଲୋକଙ୍କଠାରୁ ଖବର ଜାଣିବା ସକାଳେ ପୋଲିସ ସେମାନଙ୍କ ଫଟୋ ଜାରି କରିଛି। ଏବେ ସୋସିଆଲ ମିଡିଆରେ ବିକାଶ ଦୁବେ ଓ ତାର ସହଯୋଗୀଙ୍କ ଫଟୋ ଘୁରି ବୁଲୁଛି।

ବିକାଶ ଦୁବେକୁ ତତ୍କାଳୀନ ଏସଏସପି ଅନନ୍ତ ଦେଓ ତିୱାରି, କାନପୁରର ଜଣେ ବ୍ୟବସାୟୀ ଜୟ ବାଜପେୟୀ ନିୟମିତ ଟଙ୍କା ଯୋଗାଇ ଆସୁଥିବା ଖବର ମଧ୍ୟ ପ୍ରସାରିତ ହେଉଛି। ଜୟ ବାଜପେୟୀଙ୍କୁ ଅଟକ ରଖାଯାଇ ଜେରା କରୁଛି ପୋଲିସ। ଦୁବେ ବ୍ୟବହାର କରୁଥିବା ତିନିଟି ସୌଖିନ କାରର ମାଲିକ ଜୟ ବାଜପେୟୀ ଥିବା ଜଣାପଡିଛି। ଏହି ତିନିଟି ଯାକ କାର ବିନା ନମ୍ବର ପ୍ଲେଟରେ ଚାଲିଥିଲା। ଗ୍ୟାଙ୍ଗଷ୍ଟର ଦୁବେ ସହିତ ଅନ୍ୟ କିଛି ପ୍ରଭାବଶାଳୀ ଲୋକଙ୍କର ସମ୍ପର୍କ ଥିବା ମଧ୍ୟ ଚର୍ଚ୍ଚା ହେଉଛି। (ଏଜେନସି)