ବିବାହ କରିବାକୁ ମନା କରିବା ପଡିଲା ମହଙ୍ଗା : ବିଧବା ମହିଳାଙ୍କ କାନ ଜିଭ କାଟିଲେ ଶାଶୁ ଘର ଲୋକେ

Published: Nov 18, 2020, 12:19 pm IST

ଜୈସେଲମେର : ପଶ୍ଚିମ ରାଜସ୍ଥାନରେ ଭାରତ-ପାକିସ୍ତାନ ବର୍ଡରରେ ସ୍ଥିତ ଜୈସେଲମର୍‌ ଜିଲ୍ଲାରେ ଏକ ହୃଦୟ ବିଦାର ଘଟଣା ଘଯିଛି । ଏଠାରେ ଦ୍ବିତୀୟ ବିବାହ କରିବାକୁ ମନା କରିବାରୁ ଜଣେ ବିଧବା ମହିଳାଙ୍କ ନାକ ଏବଂ ଜିଭ କାଟି ଦିଆଯାଇଛି। ଗୁରୁତର ମହିଳାଙ୍କର ଜୋଧପୁରରେ ଚିକିତ୍ସା ଚାଲିଛି। ମାମଲା ସାମନାକୁ ଆସିବା ପରେ ପୋଲିସ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ୍ ଖୋଜୁଛି। ପୀଡ଼ିତ ମହିଳାଙ୍କ ଭାଇ ସାଙ୍କଡ଼ା ଥାନାରେ ଏନେଇ ମାମଲା ରୁଜୁ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଜଙ୍ଗୀରୋର ଢାଣୀଠାରେ ଏପରି ଏକ ଘଟଣା ଘଟିଛି । ଏଠାରେ ଜଣେ ବିଧବାଙ୍କୁ ତାଙ୍କ ଶାଶୁଘର ଲୋକେ ଅନ୍ୟତ୍ର ବିବାହ କରିବାକୁ ବାଧ୍ୟ କରୁଥିଲେ । ମାତ୍ର ମହିଳା ଜଣକ ରାଜି ହୋଇନଥିଲେ । ଏଥିରେ ମହିଳାଙ୍କ ଶାଶୁଘର ଲୋକେ ଉତ୍ତ୍ୟକ୍ତ ହୋଇ ମହିଳାଙ୍କ ଜିଭ ଓ ନାକକୁ କାଟଇ ଦେଇଥିଲେ । ଗୁରୁତର ଅବସ୍ଥାରେ ମହିଳା ଜଣକ ଯୋଧପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ପୋଲିସ୍ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଜାନୁ ଖାନକୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କ ଖୋଜା ଚାଲିଛି। ଏଯାଏଁ ତାଙ୍କ ବିଷୟରେ କୌଣସି ପତ୍ତା ମିଳିନାହିଁ। ମଙ୍ଗଳବାର ଦିନ ଦ୍ବିପ୍ରହର ଗୋଟାଏରେ ଦୁଲେ ଖାନ୍,ଇକବାଲ ଖାନ,ହାସମ ଖାନ,ଫାରୁକ ଖାନ,ଆମ୍ବେ ଖାନ,ଲାଡୁ ଖାନ,ମନୁ ଖାନ,ଅନଓ୍ବର ଖାନ୍,ସଲିମ ଖାନ,ଜାନୁ ଖାନ,ନେମତେ ଖାନ ଏବଂ ନେବେ ଖାନ୍ ବାଇକ୍ ଏବଂ ଟ୍ରାକ୍ଟରରେ ଆସିଥିଲେ। ସେମାନେ ଏକାଠି ପୀଡ଼ିତାଙ୍କ ଉପରେ ପ୍ରାଣଘାତୀ ଆକ୍ରମଣ କରିଥିଲେ। ଏହା ପରେ ଧାରୁଆ ଅସ୍ତ୍ରରେ ତାଙ୍କ ଭଉଣୀଙ୍କ ନାକ ଏବଂ ଜିଭ କାଟି ଦେଇଥିଲେ। ସେମାନେ ମହିଳାଙ୍କ ଡାହାଣ ହାତ ମଧ୍ୟ ଭାଙ୍ଗି ଦେଇଥିଲେ ବୋଲି କହିଛନ୍ତି ମହିଳାଙ୍କ ଭାଇ ।

ଛଅ ବର୍ଷ ତଳେ ମହିଳା ଜଣକ ବିବାହ କରିଥିବାର ସୂଚନା ଦେଇଛନ୍ତି ମହିଳାଙ୍କ ଭାଇ ।  ବିବାହର ଏକ ବର୍ଷ ପରେ ମହିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା । ଏହାପରଠାରୁ ଶାଶୁ ଘର  ଲୋକେ ତାଙ୍କ ଭଉଣୀ ଉପରେ ଅନ୍ୟତ୍ର ବିବାହ କରିବାପାଇଁ ଚାପ ପ୍ରୟୋଗ କରୁଥିବାର କହିଛନ୍ତି ମହିଳାଙ୍କ ଭାଇ ।

Related posts