ଗ୍ୟାଙ୍ଗଷ୍ଟର ଦୁବେର ଚେର ବହୁତ ଲମ୍ବା, ସହଯୋଗୀଙ୍କ ଫଟୋ ଜାରି କଲା କାନପୁର ପୋଲିସ

Published: Jul 7, 2020, 4:19 pm IST

କାନପୁର, ଗତ ଶୁକ୍ରବାର ଦିନ କାନପୁର ଜିଲ୍ଲାର ବିକୃ ଗାଁରେ ପୋଲିସ ପାଟ୍ରୋଲିଂ ଦଳ ଉପରେ ଆକ୍ରମଣ କରି 8 ଜଣଙ୍କୁ ହତ୍ୟା କରିଥିବା ଘଟଣାରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ସାହାଯ୍ୟ କରିଥିବା ତାର ସହଯୋଗୀଙ୍କୁ ଧରିବା ଲାଗି ପୋଲିସ ଫଟୋ ଜାରି କରିଛି। ଇତିମଧ୍ୟରେ ପୋଲିସ ବିଭିନ୍ନ ଦଳରେ ବିଭକ୍ତ ହୋଇ ଦୁବେ ଓ ତାର ସହଯୋଗୀଙ୍କୁ ଧରିବା ଲାଗି ରାଜ୍ୟ ସାରା ତନାଘନା ଚଳାଇଛି।

ସମସ୍ତ ଅପରାଧୀ ଏବେ ଫେରାର ଅଛନ୍ତି। ଆକ୍ରମଣକାରୀ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଦୟା ଶଙ୍କର ଅଗ୍ନିହୋତ୍ରୀ ଗତ ରବିବାର ଦିନ ପୋଲିସ ସହିତ ଏକ ଏନକାଉଣ୍ଟର ବେଳେ ଧରା ପଡିଥିଲା। ସାଧାରଣ ଲୋକେ ଅପରାଧୀମାନଙ୍କ ସମ୍ପର୍କରେ ଲୋକଙ୍କଠାରୁ ଖବର ଜାଣିବା ସକାଳେ ପୋଲିସ ସେମାନଙ୍କ ଫଟୋ ଜାରି କରିଛି। ଏବେ ସୋସିଆଲ ମିଡିଆରେ ବିକାଶ ଦୁବେ ଓ ତାର ସହଯୋଗୀଙ୍କ ଫଟୋ ଘୁରି ବୁଲୁଛି।

ବିକାଶ ଦୁବେକୁ ତତ୍କାଳୀନ ଏସଏସପି ଅନନ୍ତ ଦେଓ ତିୱାରି, କାନପୁରର ଜଣେ ବ୍ୟବସାୟୀ ଜୟ ବାଜପେୟୀ ନିୟମିତ ଟଙ୍କା ଯୋଗାଇ ଆସୁଥିବା ଖବର ମଧ୍ୟ ପ୍ରସାରିତ ହେଉଛି। ଜୟ ବାଜପେୟୀଙ୍କୁ ଅଟକ ରଖାଯାଇ ଜେରା କରୁଛି ପୋଲିସ। ଦୁବେ ବ୍ୟବହାର କରୁଥିବା ତିନିଟି ସୌଖିନ କାରର ମାଲିକ ଜୟ ବାଜପେୟୀ ଥିବା ଜଣାପଡିଛି। ଏହି ତିନିଟି ଯାକ କାର ବିନା ନମ୍ବର ପ୍ଲେଟରେ ଚାଲିଥିଲା। ଗ୍ୟାଙ୍ଗଷ୍ଟର ଦୁବେ ସହିତ ଅନ୍ୟ କିଛି ପ୍ରଭାବଶାଳୀ ଲୋକଙ୍କର ସମ୍ପର୍କ ଥିବା ମଧ୍ୟ ଚର୍ଚ୍ଚା ହେଉଛି। (ଏଜେନସି)

Related posts