ସ୍ତ୍ରୀର ବେକ କାଟି ବଳି ଚଢାଇଲା ସ୍ବାମୀ

Published: Oct 21, 2020, 10:52 am IST

ମଧ୍ୟପ୍ରଦେଶ : ଅନ୍ଧବିଶ୍ବାସର କୁପରିଣତି ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶଠାରେ ଅନ୍ଧବିଶ୍ବାସ ଯୋଗୁଁ ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କ ବେକ କାଟି କୁଳଦେବତାଙ୍କଠାରେ ଚଢାଇ ଦେଇଛନ୍ତି । ତେବେ ଏହି ଘଟଣାକୁ ଯେତେବେଳେ ତାଙ୍କ ପୁଅ ନିଜ ଆଖିରେ ଦେଖିଦେଇଥିଲେ, ସେତେବେଳେ ତାଙ୍କ ପୁଅକୁ ଧମକାଇବା ସହିତ ସେହି ଜାଗାର ବାହାର କରିଦେଇଥିଲେ ।

ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶର ସିଙ୍ଗରୌଲୀର ବସୌଡା ଗ୍ରାମରେ ଅନ୍ଧବିଶ୍ବାସ ଯୋଗୁଁ ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କରିଛନ୍ତି । ଅଭିଯୁକ୍ତ ସ୍ବାମୀ ଜଣକ ବୃଜେଶ୍‌ କେବଟ୍‌ ନିଜ କୁଳ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ନିଜ ସ୍ତ୍ରୀଙ୍କ ବେକ କାଟିଥିବାର ଜଣାପଡିଛି । ତେବେ ସେ ଏହି ଘଟଣାକୁ କରିବାବେଳେ ତାଙ୍କ ପୁଅ ଏହି ସମସ୍ତ କାଣ୍ଡ ଦେଖିଦେଇଥିଲେ । ଏହା ପରେ ସେ ନିଜ ପୁଅକୁ ସେଠାରୁ ପଳାଇବାକୁ କହିବା ସହ ଯଦି ସେ ଏଠାରୁ ନ ଯିବେ, ତେବେ ତାଙ୍କୁ ମଧ୍ୟ ବଳି ଦେଇଦେବେ ବୋଲି ଧମକ ଦେଇଥିଲେ ।

ପୁଅର କହିବାନୁସାରେ ତା’ ମା’-ବାପା ଘରେ କୁଳଦେବତାଙ୍କ ପୂଜା କରୁଥିଲେ । ଏହା ସମୟରେ ସମେସ୍ତ ଶୋଇପଡିଥିଲେ । କିନ୍ତୁ ବିଳମ୍ବିତ ରାତ୍ରିରେ ଘରେ ପାଟିତୁଣ୍ଡ ଶୁଭିବାର ସେ ଉଠିପଡି ଦେଖିଲେ ଯେ, ତାଙ୍କ ମା’-ବାପା ଘରେ ଝଗଡା ଲାଗିଛନ୍ତି । ଝଗଡା ସମାଧାନ କରିବାକୁ ପୁଅଯାଇଥିବାବେଳେ ପୁଅକୁ ବାପା ଧମକ ଦେଇଥିଲେ । ତାଙ୍କ ଘରେ ଛେଳିର ବଳି ଦିଆଯାଇଥାଏ । କିନ୍ତୁ ପୁଅ ଯେତେବଳେ ଘରୁ ବାହାରି ଆସିଥଲେ ସେତେବେଳେ ତାଙ୍କ ବାପା କବାଟ ବନ୍ଦ କରି ଦେଇଥିଲେ ।ତାଙ୍କ ବାପା ମା’ଙ୍କ ହତ୍ୟା କରିବା ପରେ ତାଙ୍କ ମା’ଙ୍କ ଶବକୁ ମାଟି ତଳେ ପୋତି ଦେଇଥିଲେ । ପୁଅ ଏସବୁ ଘଟଣା ଦେଖି କାନ୍ଦିବା ପରେ ପାଖପଡୋଶୀ ଆସିଥିଲେ । ଏହି ସମ୍ପର୍କରେ ପୋଲିସ୍‌କୁ ଜଣାଇଥିଲେ । ପୋଲିସ୍‌ ପହଞ୍ଚି ଏହି ଘଟଣାର ତଦନ୍ତ ଜାରି ରଖିଛି । ଅନ୍ଧବିଶ୍‌ବାସ କାରଣରୁ ଏକ ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବାର ପୋଲିସ୍‌ ସୂଚନା ଦେଇଛି । (ଏଜେନ୍ସି)

Related posts