ଫ୍ରାନ୍ସର ଏୟାର ଷ୍ଟ୍ରାଇକରେ ଟଳିଲେ ୫୦ ରୁ ଉର୍ଦ୍ଧ୍ଵ ଆତଙ୍କବାଦୀ

Published: Nov 3, 2020, 1:45 pm IST

ନାଇଜର: ଫ୍ରାନ୍ସ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ଆରମ୍ଭ କରିଛି। ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଫ୍ରାନ୍ସ ଏୟାର ଷ୍ଟ୍ରାଇକ୍ ଦ୍ୱାରା ୫୦ ଅଲ-କାଏଦା ଆତଙ୍କିଙ୍କୁ ହତ୍ୟା କରିଥିବା ସୂଚନା ରହିଛି। ବୁର୍କିନା ଫାସୋ ଏବଂ ନାଇଜର ସୀମା ନିକଟରେ ଶୁକ୍ରବାର ଦିନ ଏହି ଏୟାର ଷ୍ଟ୍ରାଇକ୍ କରାଯାଇଥିଲା। ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲେ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଫ୍ରାନ୍ସ ସରକାର ଏବେ ଆତଙ୍କବାଦୀଙ୍କୁ ସଫା କରିବା ପାଇଁ ଅପରେସନ ଆରମ୍ଭ କରିଛି।

ଅକ୍ଟୋବର ୩୦ତାରିଖରେ ଆତଙ୍କବାଦୀଙ୍କ ଉପରେ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଯେଉଁଥିରେ ୫୦ରୁ ଉର୍ଦ୍ଧ୍ଵ ଆତଙ୍କବାଦୀ ନିହତ ହେବା ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ୩୦ଟି ମୋଟରସାଇକେଲ ସହିତ କେତେଜଣ ଆତଙ୍କିଙ୍କୁ ଗିରଫ ମଧ୍ୟ କରାଯାଇଛି। ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲ କହିଛନ୍ତି ଯେ ଯେତେବେଳେ ଡ୍ରୋନ୍ ମାଧ୍ୟମରେ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଏକ ବଡ଼ ଗୋଷ୍ଠିକୁ ଠାବ କରାଯାଇଥିଲା ସେତେବେଳେ ତୁରନ୍ତ ଏହି ଅପରେସନ୍ ଆରମ୍ଭ କରାଯାଇଥିଲା। ପାରଲେ କହିଛନ୍ତି ଯେ ଡ୍ରୋନରୁ ରକ୍ଷା ପାଇବା ପାଇଁ ଜିହାଦୀମାନେ ଗଛ ମୂଳରେ ଲୁଚି ରହିବାକୁ ଚେଷ୍ଟା କରୁଥିବାବେଳେ ଫ୍ରାନ୍ସ ସେନା ଦୁଇଟି ମିରାଜ ଯୁଦ୍ଧ ବିମାନ ଏବଂ ଡ୍ରୋନ ପଠାଇ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଯାହାଫଳରେ ସେଠାରେ ୫୦ ରୁ ଉର୍ଦ୍ଧ୍ଵ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। (ଏଜେନ୍ସି)

Related posts