Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉପସ୍ଥାପିତ ହେଲା ଯୋଗୀ ସରକାରଙ୍କ ଚତୁର୍ଥ ବଜେଟ୍‌
ଆଜିର ଖବର

ଉପସ୍ଥାପିତ ହେଲା ଯୋଗୀ ସରକାରଙ୍କ ଚତୁର୍ଥ ବଜେଟ୍‌

February 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଆଜି ଚତୁର୍ଥ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ସୁରେଶ ଖନ୍ନା ବିଧାନସଭାରେ 2020 ଆର୍ଥିକ ବର୍ଷ ପାଇଁ ଏହି ବଜେଟ୍‌ ଉପସ୍ଥାପିତ କରିଛନ୍ତି।  ମୋଟ 5,12, 860 କୋଟି 72ଲକ୍ଷ ଟଙ୍କାର ବଜେଟ ଉପସ୍ଥାପିତ ହୋଇଛି। ବଜେଟରେ 10 ହଜାର 967 କୋଟି 87 ଲକ୍ଷର ନୂତନ ଯୋଜନାକୁ ସାମିଲ୍‌ କରାଯାଇଛି। ୟୁପି ଇତିହାସରେ ପ୍ରଥମଥର ପାଇଁ ବଡ୍‌ ବଜେଟ୍‌କୁ ଉପସ୍ଥାପନ କରାଯାଇଛି।  ଯୋଗୀ ସରକାର ଚଳିତ ବଜେଟ୍‌ରେ ପର୍ଯ୍ୟଟନ, ସଂସ୍କୃତି ତଥା ଧାର୍ମିକ କାର୍ଯ୍ୟ ପାଇଁ ବଜେଟ୍‌ରେ ଭିନ୍ନ ଭିନ୍ନ ବ୍ୟୟ ବରାଦ ରଖିଛନ୍ତି। ଅଯୋଧ୍ୟାକୁ ସ୍ମାର୍ଟ ସିଟି ରୂପରେ ବିକଶିତ କରିବା ପାଇଁ ଏଥିରେ ଯୋଜନା ରହିଛି। ଅଯୋଧ୍ୟାରେ ଉଚ୍ଚସ୍ତରୀୟ ସୁବିଧା ପାଇଁ 85 କୋଟିର ବ୍ୟବସ୍ଥା କରାଯାଇଛି। ସେହିପରି ତୁଳସୀ ସ୍ମାରକ ଭବନ ପାଇଁ 10 କୋଟିର ବ୍ୟୟ ବରାଦ ରହିଛି।  ବାରଣାସୀରେ ସାଂସ୍କୃତିକ କେନ୍ଦ୍ର ପାଇଁ 180 କୋଟି, କାଶୀ ବିଶ୍ବନାଥ ମନ୍ଦିରର ବିସ୍ତାରୀକରଣ ପାଇଁ 200 କୋଟିର ବ୍ୟୟବରାଦ ରହିଛି। ସେହିପରି ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳା ଯୋଜନା ପାଇଁ 1ହଜାର 200 କୋଟି ବ୍ୟୟ ବରାଦ ରଖାଯାଇଛି। ସେହିପରି ନିରାଶ୍ରିତ ମହିଳା ପେନ୍‌ସନ୍‌ ଯୋଜନା ଅନ୍ତର୍ଗତ ନିରାଶ୍ରୟ ମହିଳା ଓ ତାଙ୍କ ପିଲାଙ୍କ ଭରଣପୋଷଣ ପାଇଁ 500 କୋଟିର ବ୍ୟବୟ ବରାଦ କରାଯାଇଛି । ଗୋରଖପୁର, କାନପୁର ଏବଂ ଆଗ୍ରା ମେଟ୍ରୋ ବିକାଶ ପାଇଁ 800 କୋଟିର ବ୍ୟୟ ଅଟକଳ ଉପସ୍ଥାପନା କରାଯାଇଛି। ଅଯୋଧ୍ୟାରେ ବିମାନ ବନ୍ଦରର ବିକାଶ ଲାଗି 500 କୋଟିର ବ୍ୟୟ ବରାଦ କରାଯାଇଛି। ଯୁବକ ତଥା ରୋଜଗାର ସୃଜନ ଓ ନିଯୁକ୍ତି ହବ୍‌ ପାଇଁ 1200 କୋଟିର ବ୍ୟୟ ବରାଦ ରହିଛି। ଅଟଳ ଆବାସୀୟ ବିଦ୍ୟାଳୟ ପାଇଁ 270 କୋଟି ଟଙ୍କାର ବ୍ୟବୟ ବରାଦ କରାଯାଇଥିବାବେଳେ ଗ୍ରାମୀଣ କ୍ଷେତ୍ରରେ ସିଏଚ୍‌ସିର 100 ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌ ପାଇଁ 50 କୋଟିର ବ୍ୟବୟ ବରାଦ ରହିଛି।  ସେହିପରି ରାଜ୍ୟର ଗ୍ରାମୀଣ ଅଞ୍ଚଳରେ ଜଳ ଜୀବନ ମିଶନ ଲାଗି 3000 କୋଟିର ବ୍ୟୟ ଅଟକଳ କରାଯାଇଛି। (ଏଜେନ୍ସି)

Budget2020 up
Share. Facebook Twitter LinkedIn Email WhatsApp Copy Link

Related Posts

Iran US War Update: ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି

April 8, 2026

ଡିଜିଟାଲ ଶାସନକୁ ନୂତନ ଗତି: ‘ବିକଶିତ ପଞ୍ଚାୟତ’ ହ୍ୱାଟସ୍ଆପ୍ ବଟ୍ ଓ ଇ-ମଡ୍ୟୁଲ୍ ଉନ୍ମୋଚନ

April 8, 2026

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଇଁ ୭୫ ଦିନିଆ କାଉଣ୍ଟଡାଉନ୍ ଆରମ୍ଭ

April 8, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 8, 2026
Latest News

Iran US War Update: ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି

April 8, 2026

ଡିଜିଟାଲ ଶାସନକୁ ନୂତନ ଗତି: ‘ବିକଶିତ ପଞ୍ଚାୟତ’ ହ୍ୱାଟସ୍ଆପ୍ ବଟ୍ ଓ ଇ-ମଡ୍ୟୁଲ୍ ଉନ୍ମୋଚନ

April 8, 2026

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଇଁ ୭୫ ଦିନିଆ କାଉଣ୍ଟଡାଉନ୍ ଆରମ୍ଭ

April 8, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 8, 2026

ସ୍ତ୍ରୀକୁ ହତ୍ୟା ପରେ ଅଭିଯୁକ୍ତ ସ୍ୱାମୀର ଆତ୍ମହତ୍ୟା

April 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.