Categories
ଆଜିର ଖବର ଜାତୀୟ ଖବର

ଉପସ୍ଥାପିତ ହେଲା ଯୋଗୀ ସରକାରଙ୍କ ଚତୁର୍ଥ ବଜେଟ୍‌

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଆଜି ଚତୁର୍ଥ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ସୁରେଶ ଖନ୍ନା ବିଧାନସଭାରେ 2020 ଆର୍ଥିକ ବର୍ଷ ପାଇଁ ଏହି ବଜେଟ୍‌ ଉପସ୍ଥାପିତ କରିଛନ୍ତି।  ମୋଟ 5,12, 860 କୋଟି 72ଲକ୍ଷ ଟଙ୍କାର ବଜେଟ ଉପସ୍ଥାପିତ ହୋଇଛି। ବଜେଟରେ 10 ହଜାର 967 କୋଟି 87 ଲକ୍ଷର ନୂତନ ଯୋଜନାକୁ ସାମିଲ୍‌ କରାଯାଇଛି। ୟୁପି ଇତିହାସରେ ପ୍ରଥମଥର ପାଇଁ ବଡ୍‌ ବଜେଟ୍‌କୁ ଉପସ୍ଥାପନ କରାଯାଇଛି।  ଯୋଗୀ ସରକାର ଚଳିତ ବଜେଟ୍‌ରେ ପର୍ଯ୍ୟଟନ, ସଂସ୍କୃତି ତଥା ଧାର୍ମିକ କାର୍ଯ୍ୟ ପାଇଁ ବଜେଟ୍‌ରେ ଭିନ୍ନ ଭିନ୍ନ ବ୍ୟୟ ବରାଦ ରଖିଛନ୍ତି। ଅଯୋଧ୍ୟାକୁ ସ୍ମାର୍ଟ ସିଟି ରୂପରେ ବିକଶିତ କରିବା ପାଇଁ ଏଥିରେ ଯୋଜନା ରହିଛି। ଅଯୋଧ୍ୟାରେ ଉଚ୍ଚସ୍ତରୀୟ ସୁବିଧା ପାଇଁ 85 କୋଟିର ବ୍ୟବସ୍ଥା କରାଯାଇଛି। ସେହିପରି ତୁଳସୀ ସ୍ମାରକ ଭବନ ପାଇଁ 10 କୋଟିର ବ୍ୟୟ ବରାଦ ରହିଛି।  ବାରଣାସୀରେ ସାଂସ୍କୃତିକ କେନ୍ଦ୍ର ପାଇଁ 180 କୋଟି, କାଶୀ ବିଶ୍ବନାଥ ମନ୍ଦିରର ବିସ୍ତାରୀକରଣ ପାଇଁ 200 କୋଟିର ବ୍ୟୟବରାଦ ରହିଛି। ସେହିପରି ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳା ଯୋଜନା ପାଇଁ 1ହଜାର 200 କୋଟି ବ୍ୟୟ ବରାଦ ରଖାଯାଇଛି। ସେହିପରି ନିରାଶ୍ରିତ ମହିଳା ପେନ୍‌ସନ୍‌ ଯୋଜନା ଅନ୍ତର୍ଗତ ନିରାଶ୍ରୟ ମହିଳା ଓ ତାଙ୍କ ପିଲାଙ୍କ ଭରଣପୋଷଣ ପାଇଁ 500 କୋଟିର ବ୍ୟବୟ ବରାଦ କରାଯାଇଛି । ଗୋରଖପୁର, କାନପୁର ଏବଂ ଆଗ୍ରା ମେଟ୍ରୋ ବିକାଶ ପାଇଁ 800 କୋଟିର ବ୍ୟୟ ଅଟକଳ ଉପସ୍ଥାପନା କରାଯାଇଛି। ଅଯୋଧ୍ୟାରେ ବିମାନ ବନ୍ଦରର ବିକାଶ ଲାଗି 500 କୋଟିର ବ୍ୟୟ ବରାଦ କରାଯାଇଛି। ଯୁବକ ତଥା ରୋଜଗାର ସୃଜନ ଓ ନିଯୁକ୍ତି ହବ୍‌ ପାଇଁ 1200 କୋଟିର ବ୍ୟୟ ବରାଦ ରହିଛି। ଅଟଳ ଆବାସୀୟ ବିଦ୍ୟାଳୟ ପାଇଁ 270 କୋଟି ଟଙ୍କାର ବ୍ୟବୟ ବରାଦ କରାଯାଇଥିବାବେଳେ ଗ୍ରାମୀଣ କ୍ଷେତ୍ରରେ ସିଏଚ୍‌ସିର 100 ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌ ପାଇଁ 50 କୋଟିର ବ୍ୟବୟ ବରାଦ ରହିଛି।  ସେହିପରି ରାଜ୍ୟର ଗ୍ରାମୀଣ ଅଞ୍ଚଳରେ ଜଳ ଜୀବନ ମିଶନ ଲାଗି 3000 କୋଟିର ବ୍ୟୟ ଅଟକଳ କରାଯାଇଛି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଚଳିତ ବଜେଟ୍‌କୁ ସର୍ବଶ୍ରେଷ୍ଠ ରେଟିଂ

ନୂଆଦିଲ୍ଲୀ : ଗତକାଲି ଉପସ୍ଥାପିତ ହୋଇଥିବା କେନ୍ଦ୍ରୀୟ ବଜେଟ୍‌କୁ ମିଶ୍ର ପ୍ରତିକ୍ରିୟା ମିଳିଥିବା ବେଳେ ସି ଭୋଟର ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ଏହାକୁ ପ୍ରଶଂସା କରାଯାଇଛି । ଚଳିତ ବର୍ଷର ବଜେଟ୍‌କୁ ସି ଭୋଟର ପକ୍ଷରୁ 7.7ର ରେଟିଂ ପ୍ରଦାନ କରାଯାଇଛି । 2013ରେ ୟୁପିଏ ସରକାର ଅମଳରେ ଉପସ୍ଥାପିତ ବଜେଟ୍‌କୁ ସର୍ବନିମ୍ନ 4.4 ରେଟିଂ ମିଳିଥିବା ବେଳେ 2014ର ବଜେଟ୍‌କୁ 4.8 ରେଟିଂ ମିଳିଥିଲା । ଏହା ମୋଦି ସରକାରଙ୍କ ଦ୍ବାରା ଉପସ୍ଥାପିତ ବଜେଟ୍‌ର ମଧ୍ୟ ସର୍ବଶ୍ରେଷ୍ଠ ରେଟିଂ । ଏହା ପୂର୍ବରୁ 2015ର ବଜେଟ୍‌କୁ 6.6 ରେଟିଂ ମିଳିଥିଲା । ପରବର୍ତ୍ତୀ ବର୍ଷ ଗୁଡିକରେ ଏହି ରେଟିଂ ଯଥାକ୍ରମେ 6.3, 5.2 ଏବଂ 4.7କୁ ହ୍ରାସ ପାଇଥିଲା । (ଏଜେନ୍ସୀ)

Categories
ବିଶେଷ ଖବର

ନିର୍ମଲା ସୀତାରମଣଙ୍କ ୨୦୨୦ ବଜେଟ ବିଷୟରେ ସତରେ କିଛି କହିବାର ଅଛି କି?

କେଦାର ମିଶ୍ର

ଗତକାଲି ଦେଶର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଦ୍ଵିତୀୟ ଥର ଲାଗି ସଂସଦରେ ବଜେଟ ଉପସ୍ଥାପନ କଲେ। ଦେଶର ଅର୍ଥନୈତିକ ସଙ୍କଟ ସମୟରେ ଯେଉଁ ବଜେଟ ଆସେ ତାକୁ ନେଇ ଅନେକ ଉଦବିଗ୍ନତା ଓ ଆଶଙ୍କା ରହିଥାଏ। ହେଲେ ନିର୍ମଲାଙ୍କ ବଜେଟକୁ ନେଇ ନା ଆଶା ଅଛି, ନା ରହିଛି ଏହାକୁ ପରଖି ଦେଖିବାର କୌଣସି ଆଗ୍ରହ। ୧୯୯୨ ପରେ କୌଣସି ପ୍ରକାର ଆଗ୍ରହ ସୃଷ୍ଟି କରିପାରିନଥିବା ବଜେଟ ବୋଲି ଏହାକୁ କୁହା ଯାଇପାରେ। ତେଣୁ ବଜେଟ ବିଷୟରେ ଏଥର ଯେଉଁ କେତୋଟି କେତୋଟି କଥା ବିଶେଷ ଚର୍ଚ୍ଚା ହେଉଛି, ତାହା ବିଶେଷ ଗାଲୁଗପ। ସେଥିରେ ଅର୍ଥନୀତି ବା ରାଜନୀତିର ଗାମ୍ଭୀର୍ୟ ନାହିଁ। ତେବେ ଏ ବଜେଟକୁ ନେଇ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ଖବର ବିଷୟରେ ଭାବିବା ଆସନ୍ତୁ-

୧. ସଂସଦର ଇତିହାସରେ ଏହା ଥିଲା ସବୁଠୁ ଦୀର୍ଘ ବଜେଟ ଅଭିଭାଷଣ। ଏପରିକି ୧୯୯୨ର ଅର୍ଥନୀତିର ଆମୂଳଚୂଳ ପରିବର୍ତ୍ତନ ଘଟାଇଥିବା ମନମୋହନ ସିଂ ଓ ବାଜପାୟୀ ସରକାର ର ସବୁଠୁ ସଫଳ ଅର୍ଥମନ୍ତ୍ରୀ ଯଶୱନ୍ତ ସିଂଙ୍କ ବଜେଟ ଭାଷଣ ଠାରୁ ମଧ୍ୟ ଏହି ଭାଷଣ ଢେର ଅଧିକ ଲମ୍ବା ଥିଲା। ୨ ଘଣ୍ଟା ୪୧ ମିନିଟ ଧରି ଏ ଭାଷଣ ଗୋଟେ ପ୍ରକାର ରେକର୍ଡ।

୨. ବଜେଟ ଭାଷଣ ପଢି ସାରିଲା ବେଳକୁ ଅର୍ଥମନ୍ତ୍ରୀଙ୍କର ରକ୍ତରେ ଶର୍କରା ଅଂଶ କମି ଯାଇଥିଲା ଓ ତାଙ୍କର ରକ୍ତଚାପ ବଢି ଯାଇଥିଲା। (ଏହାକୁ ଭାରତୀୟ ଅର୍ଥନୀତିର ଡାଇବେଟିକ ବା ବିପି ବୋଲି କେହି କେହି ଭାବିନେବାରେ ଅସୁବିଧା ନାହିଁ)

୩. ଏହି ବଜେଟ ଅଭିଭାଷଣ ଶୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮୬ ଥର ତାଳି ବଜାଇଥିଲେ ବୋଲି ଏକ ଟେଲିଭିଜନ ଚାନେଲ କହିଛି। ଯାହା ବି ହେଉ ପ୍ରଧାନମନ୍ତ୍ରୀ କେତେଥର ତାଳି ବଜାଉଛନ୍ତି ତାକୁ ଦେଖିବା ଓ ଗଣିବା ଲାଗି ଆମର ବିଶେଷ ସଂବାଦଦାତା ରହିବା ନିଶ୍ଚିତ ଭାବରେ ଆମ ସାମ୍ବାଦିକତାର ବିଲକ୍ଷଣ।

୪. ଏଥର ଅର୍ଥମନ୍ତ୍ରୀଙ୍କୁ ଧନର ଦେବୀ ମହାଲକ୍ଷ୍ମୀଙ୍କ ସହିତ ତୁଳନା କରା ଯାଇନାହିଁ କିମ୍ବା ତାଙ୍କ ବ୍ରିଫକେଶ ବଦଳରେ ନାଲିକନା ଗୁଡା ହୋଇଥିବା ବହି ଖାତା ବିଷୟରେ ବିଶେଷ ଚର୍ଚ୍ଚା ହୋଇନାହିଁ।

୫. ଶନିବାର ଦିନ ବଜାର ବନ୍ଦ ରହିଥିବା ସତ୍ତ୍ୱେ ବଜେଟ କାରଣରୁ ସେଦିନ ସେନସେକ୍ସ ଖୋଲା ରହିଥିଲା ଓ ବଜେଟ ପଢା ସାରିବା ପରେ ଏହା ମୁହଁମାଡି ପଡୁଥିବାର ଅଶୁଭ ଦୃଶ୍ୟ ଆମକୁ ଦେଖାଗଲା। ଗତ ଅନେକ ବର୍ଷ ହେଲା ବଜେଟ ଆସିଲା କ୍ଷଣି ବଜାରରେ ହୋ ହୋ ଶୁଭେ। ଅନେକ ସମୟରେ ଯଦିଓ ଏ ପ୍ରକାର ହୋ ହୋ ନିରର୍ଥକ, ତଥାପି ବଜେଟର ସାର୍ଥକତା ନିରୂପଣ କରିବାରେ ବଜାରର ଏକ ବଡ ଭୂମିକା ରହି ଆସିଛି। ଗତକାଲି ବଜେଟ କୁ ଦେଖି ସେଂସେକ୍ସ  ୧୦୦୦ ପଏଣ୍ଟ ଖସିଥିବା ବେଳେ ନିଫ୍ତି ୧୧,୭୦୦ ପଏଣ୍ଟ ତଳେ ରହିଥିଲା।

୬॰ ଏଥର ବଜେଟରୁ ଆମେ ଜାଣିଲୁ ଯେ ଆମ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ବର୍ଷକ ୬୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ୬୦୦ କୋଟି ଟଙ୍କା ଅବଶ୍ୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ବିଶେଷ ବଡ ଅର୍ଥ ନୁହେଁ। ଏଥିରେ କେହି ଯଦି ୬୦୦ ସ୍କୁଲ ବା ୬୦ଟି ଡାକ୍ତରଖାନା ହୋଇପାରିବ ବୋଲି କେହି ଭାବିବେ, ସେ ଅବଶ୍ୟ ଭିନ୍ନ ପ୍ରସଙ୍ଗ।

୭.ରଘୁରାମ ରାଜନ ଯେତେବେଳେ ଦେଶର ଅର୍ଥନୈତିକ ପରାମର୍ଶଦାତା ଥିଲେ ସେ “ଦୋସାନୋମିକ୍ସ” କଥା କହୁଥିଲେ। ଏଥର ବଜେଟରେ “ଥାଳିନୋମିକ୍ସ”ର କଥା କୁହା ଯାଇଛି। ଥାଳିରେ ସବୁକିଛି ଗୋଳିଆ ମିଶା। ତେଣୁ ଏହି ବଜେଟକୁ ନେଇ କେହି କିଛି କହିବା ଅବସ୍ଥାରେ ନାହାନ୍ତି।

ବାସ୍ତବରେ ୨ ଘଣ୍ଟା ୪୧ ମିନିଟ ଧରି ଅର୍ଥମନ୍ତ୍ରୀ ଯେଉଁ ବଜେଟ ଉପସ୍ଥାପନ କଲେ ସେଥିରେ ଅର୍ଥନୀତିକୁ  ଦ୍ରୁତତର କରିବା ଲାଗି କୌଣସି ଯୋଜନା ବିଷୟରେ କେହି ଶୁଣିଲେ କି? ପ୍ରଥମଥର ଲାଗି ଏହି ବଜେଟ ସଙ୍କ୍ରାନ୍ତରେ ବଜାର ଓ ଶିଳ୍ପପତିଙ୍କର ଯାହା ସବୁ ପ୍ରତିକ୍ରିୟା ମିଳିଛି, ସେଥିରେ ସାମାନ୍ୟ ଉତ୍ତାପ ବା ଉତ୍ତେଜନା ନଥିଲା।

ଗତକାଲି ସନ୍ଧ୍ୟାରେ ଜଣେ ବନ୍ଧୁଙ୍କ ସହିତ ଦେଖା ହେଲା। ମୁଁ ତାଙ୍କୁ ପଚାରିବାକୁ ଚାହିଁଥିଲି- ଆଜିର ବଜେଟ ସମ୍ପର୍କରେ ତାଙ୍କର ପ୍ରତିକ୍ରିୟା କଣ। କାରଣ ସେ ଜଣେ ପୂର୍ବତନ ସାମ୍ବାଦିକ ଓ ଅର୍ଥନୀତି ସମ୍ପର୍କରେ ତାଙ୍କର ବିଶେଷ ରୁଚି ରହିଥାଏ। ବଡ ନିରୀହ ଭାବରେ ସେ ମୋତେ  ପଚାରିଥିଲେ- ଆଜି ବଜେଟ ଉପସ୍ଥାପିତ ହେଲା କି?

ଏ ପ୍ରଶ୍ନ ଆମେ ମାନ୍ୟବର ନିର୍ମଲା ସୀତାରମଣଙ୍କୁ ମଧ୍ୟ ପଚାରି ପାରିବା। ସତରେ ତାଙ୍କ ବଜେଟରେ ଅଛି କଣ?

Categories
ଆଜିର ଖବର ଜାତୀୟ ଖବର

ବଜେଟ୍‌ ମୁଖ୍ୟାଂଶ : 1150ଟି ନୂତନ ଟ୍ରେନ୍‌ ଚଳାଚଳ ନେଇ ଘୋଷଣା

ନୂଆଦିଲ୍ଲୀ : ଶନିବାର ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଭାରତୀୟ ରେଳବାଇର ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଡିଜିଟାଲ୍‌ ଇଣ୍ଡିଆ ଯୋଜନାରେ ଓ୍ବାଇଫାଇ ଏବଂ ଅନ୍ୟାନ୍ୟ ଆନୁଷାଙ୍ଗିକ 550 ବ୍ୟବସ୍ଥା ପ୍ରଚଳନ ନେଇ ଘୋଷଣା କରାଯାଇଛି । ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳକୁ ଦ୍ରୁତଗାମୀ ଟ୍ରେନ୍‌ ତେଜସ୍‌ ଜରିଆରେ ସଞ୍ଜୋଗ କରାଯିବ । ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ଏକ ଦ୍ରୁତଗାମୀ ଟ୍ରେନ୍‌ ଚଳାଚଳ ନେଇ ଘୋଷଣା କରାଯାଇଛି । ଘରୋଇ ଟ୍ରେନ୍‌ ଚଳାଚଳ କ୍ଷେତ୍ରରେ 1150ଟି ନୂତନ ଟ୍ରେନ୍‌ ଚଳାଚଳ କରାଯିବ ବୋଲି ଘୋଷଣା କରାଯାଇଛି । ସେହିପରି ବିଭିନ୍ନ କୃଷିଜାତ ସାମଗ୍ରୀର ପରିବହନ ନିମନ୍ତେ କିଷାନ ରେଲ ସେବାର ପ୍ରଚଳନ ନିମନ୍ତେ ଘୋଷଣା କରାଯାଇଛି । 2700 କିମିର ରେଳପଥ ବିଦ୍ୟୁତୀକରଣ ନେଇ ବଜେଟରେ ଘୋଷଣା କରାଯାଇଛି ।

ବ୍ୟାଙ୍କ୍‌ ଜମାକାରୀଙ୍କୁ ଅଧିକ ସୁରକ୍ଷା ପାଇଁ ଜମାକାରୀଙ୍କ ଜମା ରାଶିକୁ ଅଧିକ ସୁରକ୍ଷିତ କରିବାକୁ ସରକାରଙ୍କ ପକ୍ଷରୁ ନୂତନ ଘୋଷଣା କରାଯାଇଛି । ଏହିକ୍ରମରେ 1 ଲକ୍ଷ ଟଙ୍କା ଯାଏ ମିଳୁଥିବା ବୀମା ରାଶିକୁ 5ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି । ଏହାଦ୍ଵାରା ଯଦି ବ୍ୟାଙ୍କ୍‌ ଦେବାଳିଆ ଘୋଷିତ ହୁଏ ତେବେ ସମ୍ପୃକ୍ତ ବ୍ୟାଙ୍କ ଗ୍ରାହକଙ୍କୁ 5 ଲକ୍ଷ ଟଙ୍କା ଜମାରାଶି ଯାଏ ଅର୍ଥ ଫେରାଇବାକୁ ବାଧ୍ୟ ହେବ ।

Categories
ଆଜିର ଖବର ଜାତୀୟ ଖବର

ଦେବାଳିଆ ସରକାରଙ୍କ ଦେବାଳିଆ ବଜେଟ୍‌ : ଅଖିଳେଶ ଯାଦବ

ଉତ୍ତରପ୍ରଦେଶ : ଆଜି ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଦଶନ୍ଧିର ପ୍ରଥମ ବଜେଟ୍‌କୁ ଉପସ୍ଥାପନ କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ବିତୀୟ ବଜେଟ୍‌ ଉପସ୍ଥାପନ କରିଛନ୍ତି । ବଜେଟ୍‌ 2020କୁ ନେଇ ବିରୋଧୀ ମାନେ ପ୍ରତିକ୍ରିୟା ରଖିଛନ୍ତି । ଅର୍ଥବ୍ୟବସ୍ଥାର ବିଗିଡିଥିବା ପରିସ୍ଥିତିରେ ରହିଥିବା ଚ୍ୟାଲେଞ୍ଜଙ୍କୁ ସାମ୍ନା କରୁଥିବା ମୋଦି ସରକାରଙ୍କୁ ବିରୋଧୀ ମାନେ ଘେରିଛନ୍ତି । ଏହି କ୍ରମରେ ଉତ୍ତରପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଚଳିତ ବଜେଟ୍‌କୁ ନେଇ କହିଛନ୍ତି ଯେ, ଦେବାଳିଆ ସରକାରଙ୍କ ଦେବାଳିଆ ବଜେଟ୍‌ । ବିଜେପି ଅର୍ଥବ୍ୟବସ୍ଥା ସଜାଡିବାରେ ବିଫଳ ରହୁଛି । ୟୁପିରେ ବିଜେପି ସରକାର ରହିଛି, କିନ୍ତୁ ନିବେଶ ନାମରେ ଏଠି କିଛି ହେବାର ନାହିଁ ରୋଜଗାର କେମିତି ହେବ। ମୋଦି ସରକାର ବେରୋଜଗାର ସମସ୍ୟାକୁ କିପରି ଦୂର କରିବେ । ଏହି ବଜେଟ୍‌କୁ ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଉଦ୍ଦିଷ୍ଟ । ସେହିପରି ଅଭିଷେକ ମନୁ ସିଂଘଭୀ ମଧ୍ୟ ବଜେଟ୍‌କୁ ନେଇ ସମାଲୋଚନା କରିଛନ୍ତି । ସେହିପରି କଂଗ୍ରେସ ଅନ୍ୟତମ ବରିଷ୍ଠ ନେତା ଆନନ୍ଦ ଶର୍ମା କହିଛନ୍ତି ଯେ, ନିର୍ମଳା ସୀତାରମଣ ବଜେଟର ଗଣିତ ବୁଝାଇବାରେ ଅସଫଳ ରହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ସେୟାର ବଜାର ଉପରେ ବଜେଟ୍‌ର ପ୍ରଭାବ : 700 ପଏଣ୍ଟ ତଳକୁ ଖସିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ : ବଜେଟ୍‌କୁ ନେଇ ଗଭୀର ଭାବରେ ପ୍ରଭାବିତ ହୋଇଛି ଭାରତୀୟ ସେୟାର ବଜାର । ବଜେଟ୍‌ ଆଗତ ସମୟରେ ସେନ୍‌ସେକ୍ସରେ 700 ପଏଣ୍ଟ ହ୍ରାସ ଘଟିଥିଲା । 2020-21ରେ ଆଗତ ବଜେଟ ନିବେଶକଙ୍କ ଆକୃଷ୍ଟ କରିବାରେ ବିଫଳ ହେବାରୁ ସେନ୍‌ସେକ୍ସ 708 ପଏଣ୍ଟ ତଳକୁ ଖସି 40015 ପଏଣ୍ଟରେ ପହଞ୍ଚିଥିଲା । ଏହି ସମୟରେ ନିଫ୍‌ଟୀ ମଧ୍ୟ 220 ପଏଣ୍ଟ ତଳକୁ ଖସି 11741 ପଏଣ୍ଟରେ ରହିଛି । ନିଫ୍‌ଟୀ 50ର 44ଟି କମ୍ପାନୀର ଅଂଶଧନ ମୂଲ୍ୟରେ ହ୍ରାସ ଘଟିଛି । ଏଲ୍‌ ଆଣ୍ଡଟି ଅଂଶଧନ ମୂଲ୍ୟରେ ସର୍ବାଧିକ 3.98 ପ୍ରତିଶତ ହ୍ରାସ ଘଟିଥିବା ବେଳେ ବଜାଜ୍‌ ଫିନ୍‌ସର୍ଭ, ଟାଟା ମୋଟର୍ସ, ଜୀ ଏଣ୍ଟରଟେନମେଣ୍ଟ ଏବଂ ଭାରତ ପେଟ୍ରୋଲିୟମ୍‌ ମଧ୍ୟ କ୍ଷତିର ସମ୍ମୁଖୀନ ହୋଇଛି ।

Categories
ଜାତୀୟ ଖବର ବିଶେଷ ଖବର

ମଧ୍ୟବିତଙ୍କୁ ଉପହାର : ଆୟକର ସୀମାରେ ହ୍ରାସ ନେଇ ବଜେଟ୍‌ରେ ଘୋଷଣା

ନୂଆଦିଲ୍ଲୀ : ଶନିବାର ଆୟୋଜିତ କେନ୍ଦ୍ରୀୟ ବଜେଟ୍‌ରେ ସରକାରଙ୍କ ପକ୍ଷରୁ ଆୟକର ଉପରେ ବଡ ରିହାତି ଘୋଷଣା କରାଯାଇଛି । ବଜେଟ୍‌ ଉପସ୍ଥାପନ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜିଏସ୍‌ଟିକୁ ଏକ ଐତିହାସିକ ପଦକ୍ଷେପ ବୋଲି ଅଭିହିତ କରିବା ସହିତ ଆୟକର ସୀମାରେ ହ୍ରାସ ଘୋଷଣା କରିଛନ୍ତି । 5ରୁ 7.5 ଲକ୍ଷକ ମଧ୍ୟରେ ଆୟକାରୀଙ୍କୁ ବର୍ତ୍ତମାନ 10 ପ୍ରତିଶତ ଆୟକର ପ୍ରଦାନ କରିବାକୁ ପଡିବ ଯାହାକି ପୂର୍ବରୁ 20 ପ୍ରତିଶତ ରହିଥିଲା । 7.5 ଲକ୍ଷରୁ 10 ଲକ୍ଷ ମଧ୍ୟରେ ଆୟକାରୀଙ୍କୁ 15 ପ୍ରତିଶତ ଆୟକର ପ୍ରଦାନ କରିବାକୁ ପଡିବ ଯାହାକି ପୂର୍ବରୁ 20 ପ୍ରତିଶତ ରହିଥିଲା । 12.5 ଲକ୍ଷରୁ 15 ଲକ୍ଷ ମଧ୍ୟରେ ଆୟକାରୀଙ୍କୁ 25 ପ୍ରତିଶତ ଆୟକର ପ୍ରଦାନ କରିବାକୁ ପଡିବ ଯାହାକି ପୂର୍ବରୁ 30 ପ୍ରତିଶତ ରହିଥିଲା । ସେହିପରି 15 ଲକ୍ଷରୁ ଅଧିକ ଆୟକାରୀଙ୍କୁ ପୂର୍ବପରି 30 ପ୍ରତିଶତ ଆୟକର ପ୍ରଦାନ କରିବାକୁ ପଡିବ । 5 ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କୌଣସି ଆୟକର ପ୍ରଦାନ କରିବାକୁ ପଡିବ ନାହିଁ ।

Categories
ଆଜିର ଖବର ଜାତୀୟ ଖବର

ସଂସଦରେ ସାଧାରଣ ବଜେଟ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତିଙ୍କ ଅନୁମତି ନେଲେ ଅର୍ଥମନ୍ତ୍ରୀ ସୀତାରମଣ

ନୂଆଦିଲ୍ଲୀ- ଆଉ ଅଳ୍ପ ସମୟ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ ଉପସ୍ଥାପନା କରିବେ। ତେବେ ତା ପୂର୍ବରୁ ନିର୍ମଳା ସକାଳୁ ରାଷ୍ଟ୍ରପତି ଭବନ ଯାଇ ସେଠାରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କର ବଜେଟ ବହିଖାତା ସହିତ ସେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ସଂସଦରେ ବଜେଟ ଉପସ୍ଥାପନା କରିବେ ବୋଲି ଜଣାଇଛନ୍ତି। ତାଙ୍କ ସହିତ ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସହିତ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହାପରେ ନିର୍ମଳା ଅର୍ଥ ମନ୍ତ୍ରଣାଳୟ ଆସି ବିଭାଗୀୟ ଅଧିକାରୀଙ୍କ ସହିତ ପୁଣି ଥରେ ଆଲୋଚନା କରି ସଂସଦ ଅଭିମୁଖେ ଯାତ୍ରା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବଜେଟ୍‌ 2020 : ଦିନ 11ଟାରେ ଉପସ୍ଥାପନ ହେବ ସାଧାରଣ ବଜେଟ୍‌

ନୂଆଦିଲ୍ଲୀ : ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ବିତୀୟ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି । ତେବେ ଭାରତୀୟ ଅର୍ଥନୀତିର ଅବସ୍ଥା ଶୋଚନୀୟ ଥିବାବେଳେ ଆଜିର ବଜେଟ୍‌ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ଆଜି ଦିନ 11ଟାରେ ସଂସଦରେ ବଜେଟ୍‌ ଉପସ୍ଥାପନ ହେବ । ସମ୍ପ୍ରତି ଦେଶର ଜାରି ରହିଥିବା ଆର୍ଥିକ ମାନ୍ଦାବସ୍ଥା ସମୟରେ ଦେଶର ମଧ୍ୟବିତ୍ତ ମାନେ ବେଶ୍‌  ପ୍ରଭାବିତ ହୋଇଥିବା ବେଳେ ବଜେଟ ପରେ ସେମାନଙ୍କ ପର୍ସରୁ ଟଙ୍କା ଖାଲି ହେବ ନା ନିୟନ୍ତ୍ରଣ ହେବ ନେଇ ମଧ୍ୟ ଅନେକଙ୍କ ଚିନ୍ତା ରହିଛି । ତେବେ ବଜେଟ୍‌ ପୂର୍ବରୁ ଆର୍ଥିକ ସର୍ଭେକ୍ଷଣ ରିପୋର୍ଟରେ ଚଳିତ ଆର୍ଥିକ ବର୍ଷ 2020-2021ରେ ଜିଡିପି ବିକାଶ ଦର 6ରୁ 6.5 ପ୍ରତିଶତ ରହିବା ନେଇ ସମ୍ଭାବନା ରହିଛି । ତେବେ ଚଳିତ ବଜେଟ୍‌ଟି ବିକାଶ କେନ୍ଦ୍ରିକ ହେବା ନେଇ ସମ୍ଭାବନା ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ଆର୍ଥିକ ବିକାଶକୁ ବଢାଇବା ଦିଗରେ ନିବେଶ ଉପରେ ବିଶେଷ ଘୋଷଣା କରିପାରନ୍ତି । ଦେଶରେ ଜାରି ରହିଥିବା ଆର୍ଥିକ ମାନ୍ଦାବସ୍ଥାକୁ ସଜାଡିବା ଦିଗରେ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ଚଳିତ ଦଶନ୍ଧିର ପ୍ରଥମ ବଜେଟ୍‌କୁ ନେଇ ସମସ୍ତେ ଆଶାବାଦୀ ରହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କିଛି ସମୟ ପରେ ଆସିବ ସାଧାରଣ ବଜେଟ, ନିର୍ମଳା ସୀତାରମଣଙ୍କ ବଜେଟକୁ ସମସ୍ତଙ୍କର ଅପେକ୍ଷା

ନୂଆଦିଲ୍ଲୀ- ଆଉ ମାତ୍ର କିଛି ସମୟର ଅପେକ୍ଷା, ଅଳ୍ପ ସମୟ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପିତ କରିବେ ଚଳିତ ଆର୍ଥିକ ବର୍ଷର ସାଧାରଣ ବଜେଟ। ତେବେ ଏଥରର ବଜେଟରେ କଣ ରହିଛି ତାହାକୁ ନେଇ ସାରା ଭାରତର ଲୋକ ଅପେକ୍ଷା କରି ରହିଛନ୍ତି। ମୁଖ୍ୟତଃ ଇନକମ ଟାକ୍ସ ସ୍ଲାବ କେତେ ରହୁଛି, ଏଥିରେ କିଛି ପରବର୍ତ୍ତନ ହେଉଛି କି ନାହିଁ ସେ ନେଇ ଅନେକ ଅପେକ୍ଷା କରି ରହିଛନ୍ତି। ସେହିପରି ସାଧାରଣ ସାମଗ୍ରୀର ମୂଲ୍ୟରେ କଣ ପରିବର୍ତ୍ତନ ହେବ ସେ ନେଇ ମଧ୍ୟ ସମସ୍ତଙ୍କର ଅପେକ୍ଷା ରହିଛି। ଆଜି ସକାଳୁ ଅର୍ଥମନ୍ତ୍ରୀ ସୀତାରମଣ ଏବଂ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ଏହାପରେ ଉଭୟ ଅର୍ଥମନ୍ତ୍ରଣାଳୟକୁ ଆସି ବର୍ତ୍ତମାନ ବଜେଟ ପାଇଁ ପ୍ରସ୍ତୁତି କରିଛନ୍ତି। ଆଉ କିଛି ସମୟ ପରେ ଉଭୟ ସଂସଦରେ ପହଁଚି ସାଧାରଣ ବଜେଟ ଉପସ୍ଥାପତି କରିବେ।