Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଭୋଡାଫୋନ୍‌-ଆଇଡିଆକୁ 733 କୋଟିର ଆୟକର ଛାଡ ପାଇଁ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଟେଲିକମ୍‌ କମ୍ପାନୀ ଭୋଡାଫୋନ୍-ଆଇଡିଆକୁ 733 କୋଟି ଟଙ୍କାର ଆୟକର ଛାଡ କରିଛନ୍ତି ସର୍ବୋଚ୍ଚ କୋର୍ଟ । ଚାରି ସପ୍ତାହ ମଧ୍ୟରେ ଏହି ଅର୍ଥ କମ୍ପାନୀକୁ ପ୍ରଦାନ କରିବା ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଭୋଡାଫୋନ୍‌ ଆଇଡିଆ ପକ୍ଷରୁ 4700 କୋଟିର ଆୟକର ରିହାତି ପାଇଁ ଆବେଦନ କରାଯାଇଥିବା ବେଳେ କୋର୍ଟ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଜଷ୍ଟିସ୍‌ ୟୁ ୟୁ ଲଳିତ୍‌ଙ୍କ ନେତୃତ୍ବରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଭୋଡାଫୋନ୍‌ ଆଇଡିଆର ଏଜିଆର ଦେୟର 58 ହଜାର କୋଟି ବକେୟା ରହିଥିବା ବେଳେ କୋର୍ଟଙ୍କ ଏହି ନିଷ୍ପତ୍ତି ପରେ କମ୍ପାନୀର ଅଂଶଧନ ମୂଲ୍ୟରେ 5 ପ୍ରତିଶତର ଅଭିବୃଦ୍ଧି ଘଟିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କରଦାତାଙ୍କୁ ରିହାତି : ଆୟକର ଦାଖଲ ସମୟସୀମା ଜୁନ୍‌ 30କୁ ବୃଦ୍ଧି

ନୂଆଦିଲ୍ଲୀ : ସମଗ୍ର ଦେଶ ବର୍ତ୍ତମାନ କରୋନା ଭାଇରସ୍‌ ପ୍ରଭାବରେ ଅଚଳ ହୋଇଥିବା ବେଳେ ଦେଶରେ ଲକ୍‌ଡାଉନ୍‌ ଏବଂ କର୍ଫ୍ୟୁ ଜାରି ରହିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟକର ଦାଖଲର ସମୟସୀମାରେ ବୃଦ୍ଧି ଘଟାଯାଇଛି । ସମଗ୍ର ଦେଶରେ ଜୀବନ ଯାତ୍ରା ଏକରକମ ଠପ୍‌ ହୋଇପଡିଥିବା ବେଳେ ସରକାରଙ୍କ ଏହି ଘୋଷଣା ଆୟକର ଦାଖଲ କାରୀଙ୍କମ ପାଇଁ ସାମାନ୍ୟ ଆଶ୍ବସ୍ତିର ବିଷୟ ରହିଛି । ପୂର୍ବରୁ ମାର୍ଚ୍ଚ 31, 2020 ଆୟକର ଦାଖଲର ଅନ୍ତିମ ତାରିଖ ରହିଥିବା ବେଳେ ମଙ୍ଗଳବାର ଏହାକୁ ଜୁନ୍ 30, 2020 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରିଛନ୍ତି । ସେହିପରି ବିଳମ୍ବରେ ଆୟକର ଦାଖଲ ପାଇଁ ସୁଧହାର 18 ପ୍ରତିଶତରୁ 9 ପ୍ରତିଶତକୁ ହ୍ରାସ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ରାଜନୈତିକ ଚାନ୍ଦା : ଅଜଣା ସୂତ୍ରରୁ ମିଳିଛି 11234 କୋଟି

ନୂଆଦିଲ୍ଲୀ : ରାଜନୈତିକ ଚାନ୍ଦା ଆଦାୟକୁ ନେଇ ଏକ ନୂତନ ତଥ୍ୟ ସମ୍ମୁଖକୁ ଆସିଛି । ମଙ୍ଗଳବାର ମିଳିଥିବା ତଥ୍ୟ ଅନୁଯାୟୀ ବିଭିନ୍ନ ରାଜନୈତିକ ଦଳ ଅଜଣା ସୂତ୍ରରୁ 11234 କୋଟି ଟଙ୍କାର ଚାନ୍ଦା ଗ୍ରହଣ କରିଛନ୍ତି । ବିଗତ 15 ବର୍ଷ ମଧ୍ୟରେ ଏହି ଅର୍ଥ ଚାନ୍ଦା ଆକାରରେ ଗ୍ରହଣ କରାଯାଇଥିବା ନେଇ ଏଡିଆର ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ରାଜନୈତିକ ଦଳର ଆୟକର ରିଟର୍ଣ୍ଣ ଏବଂ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯାଇଥିବା ତଥ୍ୟ ଆଧାରରେ ଏହି ସୂଚନା ପ୍ରକାଶ କରାଯାଇଥିବା ନେଇ ଏଡିଆର ପକ୍ଷରୁ ପ୍ରକାଶ କରାଯାଇଛି । ସାତଟି ଜାତୀୟ ରାଜନୈତିକ ଦଳ ବିଜେପି, କଂଗ୍ରେସ, ତୃଣମୂଳ କଂଗ୍ରେସ, ଏନ୍‌ସିପି, ବିଏସ୍‌ପି, ସିପିଏମ୍‌ ଏବଂ ସିପିଆଇକୁ ଏହି ସର୍ବେକ୍ଷଣରେ ସାମିଲ କରାଯାଇଛି ।

ବର୍ତ୍ତମାନ କୌଣସି ଅଜଣା ବ୍ୟକ୍ତି 20 ହଜାରରୁ କମ୍‌ ଅର୍ଥ ପ୍ରଦାନ କରିପାରିବେ । 20 ହଜାରରୁ କମ୍‌ ଅର୍ଥ ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ଇଲୋକ୍ଟୋରାଲ୍‌ ବଣ୍ଡ ମଧ୍ୟ ଆବଶ୍ୟକ ହୋଇନଥାଏ । ଏହିପରି ଭାବରେ ଚଳିତ ବର୍ଷର ପ୍ରାୟ 67 ପ୍ରତିଶତର ଚାନ୍ଦା ସଂଗୃହୀତ ହୋଇଛି । 2018-19ରେ ବିଜେପି 1612.04 କୋଟି ଟଙ୍କା ଆୟ କରିଥିବା ବେଳେ ଅନ୍ୟ 5 ରାଜନୈତିକ ଦଳଙ୍କ ଅପେକ୍ଷା ବିଜେପି ଦେଢ ଗୁଣ ଅଧିକ ଅର୍ଥ ଆଦାୟ କରିଛି । ଅନ୍ୟ ପାଞ୍ଚ ରାଜନୈତିକ ଦଳକୁ 900.94 କୋଟି ଟଙ୍କାର ଅର୍ଥ ମିଳିଛି । କଂଗ୍ରେସ ଏହି ସମୟ ମଧ୍ୟରେ 728.88 କୋଟି ଟଙ୍କା ଆୟ କରିଛି । କଂଗ୍ରେସ ଆୟର 29 ପ୍ରତିଶତ ଅଜଣା ସୂତ୍ରରୁ ଆସିଛି । କଂଗ୍ରେସକୁ ମିଳିଥିବା 1960.68 କୋଟି ଟଙ୍କା ଇଲୋକ୍ଟୋରାଲ୍‌ ବଣ୍ଡ ଜରିଆରେ ମିଳିଛି । ସେହିପରି ଏନ୍‌ସିପିକୁ 2004ରୁ 2019 ମଧ୍ୟରେ 3902.63 କୋଟି ଟଙ୍କାର ଅର୍ଥ ଅଜଣା ସୂତ୍ରରୁ ମିଳିଛି । (ଏଜେନ୍ସି)

Categories
ଜାତୀୟ ଖବର ବିଶେଷ ଖବର

ମଧ୍ୟବିତଙ୍କୁ ଉପହାର : ଆୟକର ସୀମାରେ ହ୍ରାସ ନେଇ ବଜେଟ୍‌ରେ ଘୋଷଣା

ନୂଆଦିଲ୍ଲୀ : ଶନିବାର ଆୟୋଜିତ କେନ୍ଦ୍ରୀୟ ବଜେଟ୍‌ରେ ସରକାରଙ୍କ ପକ୍ଷରୁ ଆୟକର ଉପରେ ବଡ ରିହାତି ଘୋଷଣା କରାଯାଇଛି । ବଜେଟ୍‌ ଉପସ୍ଥାପନ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜିଏସ୍‌ଟିକୁ ଏକ ଐତିହାସିକ ପଦକ୍ଷେପ ବୋଲି ଅଭିହିତ କରିବା ସହିତ ଆୟକର ସୀମାରେ ହ୍ରାସ ଘୋଷଣା କରିଛନ୍ତି । 5ରୁ 7.5 ଲକ୍ଷକ ମଧ୍ୟରେ ଆୟକାରୀଙ୍କୁ ବର୍ତ୍ତମାନ 10 ପ୍ରତିଶତ ଆୟକର ପ୍ରଦାନ କରିବାକୁ ପଡିବ ଯାହାକି ପୂର୍ବରୁ 20 ପ୍ରତିଶତ ରହିଥିଲା । 7.5 ଲକ୍ଷରୁ 10 ଲକ୍ଷ ମଧ୍ୟରେ ଆୟକାରୀଙ୍କୁ 15 ପ୍ରତିଶତ ଆୟକର ପ୍ରଦାନ କରିବାକୁ ପଡିବ ଯାହାକି ପୂର୍ବରୁ 20 ପ୍ରତିଶତ ରହିଥିଲା । 12.5 ଲକ୍ଷରୁ 15 ଲକ୍ଷ ମଧ୍ୟରେ ଆୟକାରୀଙ୍କୁ 25 ପ୍ରତିଶତ ଆୟକର ପ୍ରଦାନ କରିବାକୁ ପଡିବ ଯାହାକି ପୂର୍ବରୁ 30 ପ୍ରତିଶତ ରହିଥିଲା । ସେହିପରି 15 ଲକ୍ଷରୁ ଅଧିକ ଆୟକାରୀଙ୍କୁ ପୂର୍ବପରି 30 ପ୍ରତିଶତ ଆୟକର ପ୍ରଦାନ କରିବାକୁ ପଡିବ । 5 ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କୌଣସି ଆୟକର ପ୍ରଦାନ କରିବାକୁ ପଡିବ ନାହିଁ ।