ରାଜନୈତିକ ଚାନ୍ଦା : ଅଜଣା ସୂତ୍ରରୁ ମିଳିଛି 11234 କୋଟି

Published: Mar 10, 2020, 6:56 pm IST

ନୂଆଦିଲ୍ଲୀ : ରାଜନୈତିକ ଚାନ୍ଦା ଆଦାୟକୁ ନେଇ ଏକ ନୂତନ ତଥ୍ୟ ସମ୍ମୁଖକୁ ଆସିଛି । ମଙ୍ଗଳବାର ମିଳିଥିବା ତଥ୍ୟ ଅନୁଯାୟୀ ବିଭିନ୍ନ ରାଜନୈତିକ ଦଳ ଅଜଣା ସୂତ୍ରରୁ 11234 କୋଟି ଟଙ୍କାର ଚାନ୍ଦା ଗ୍ରହଣ କରିଛନ୍ତି । ବିଗତ 15 ବର୍ଷ ମଧ୍ୟରେ ଏହି ଅର୍ଥ ଚାନ୍ଦା ଆକାରରେ ଗ୍ରହଣ କରାଯାଇଥିବା ନେଇ ଏଡିଆର ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ରାଜନୈତିକ ଦଳର ଆୟକର ରିଟର୍ଣ୍ଣ ଏବଂ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯାଇଥିବା ତଥ୍ୟ ଆଧାରରେ ଏହି ସୂଚନା ପ୍ରକାଶ କରାଯାଇଥିବା ନେଇ ଏଡିଆର ପକ୍ଷରୁ ପ୍ରକାଶ କରାଯାଇଛି । ସାତଟି ଜାତୀୟ ରାଜନୈତିକ ଦଳ ବିଜେପି, କଂଗ୍ରେସ, ତୃଣମୂଳ କଂଗ୍ରେସ, ଏନ୍‌ସିପି, ବିଏସ୍‌ପି, ସିପିଏମ୍‌ ଏବଂ ସିପିଆଇକୁ ଏହି ସର୍ବେକ୍ଷଣରେ ସାମିଲ କରାଯାଇଛି ।

ବର୍ତ୍ତମାନ କୌଣସି ଅଜଣା ବ୍ୟକ୍ତି 20 ହଜାରରୁ କମ୍‌ ଅର୍ଥ ପ୍ରଦାନ କରିପାରିବେ । 20 ହଜାରରୁ କମ୍‌ ଅର୍ଥ ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ଇଲୋକ୍ଟୋରାଲ୍‌ ବଣ୍ଡ ମଧ୍ୟ ଆବଶ୍ୟକ ହୋଇନଥାଏ । ଏହିପରି ଭାବରେ ଚଳିତ ବର୍ଷର ପ୍ରାୟ 67 ପ୍ରତିଶତର ଚାନ୍ଦା ସଂଗୃହୀତ ହୋଇଛି । 2018-19ରେ ବିଜେପି 1612.04 କୋଟି ଟଙ୍କା ଆୟ କରିଥିବା ବେଳେ ଅନ୍ୟ 5 ରାଜନୈତିକ ଦଳଙ୍କ ଅପେକ୍ଷା ବିଜେପି ଦେଢ ଗୁଣ ଅଧିକ ଅର୍ଥ ଆଦାୟ କରିଛି । ଅନ୍ୟ ପାଞ୍ଚ ରାଜନୈତିକ ଦଳକୁ 900.94 କୋଟି ଟଙ୍କାର ଅର୍ଥ ମିଳିଛି । କଂଗ୍ରେସ ଏହି ସମୟ ମଧ୍ୟରେ 728.88 କୋଟି ଟଙ୍କା ଆୟ କରିଛି । କଂଗ୍ରେସ ଆୟର 29 ପ୍ରତିଶତ ଅଜଣା ସୂତ୍ରରୁ ଆସିଛି । କଂଗ୍ରେସକୁ ମିଳିଥିବା 1960.68 କୋଟି ଟଙ୍କା ଇଲୋକ୍ଟୋରାଲ୍‌ ବଣ୍ଡ ଜରିଆରେ ମିଳିଛି । ସେହିପରି ଏନ୍‌ସିପିକୁ 2004ରୁ 2019 ମଧ୍ୟରେ 3902.63 କୋଟି ଟଙ୍କାର ଅର୍ଥ ଅଜଣା ସୂତ୍ରରୁ ମିଳିଛି । (ଏଜେନ୍ସି)

Related posts