କରଦାତାଙ୍କୁ ରିହାତି : ଆୟକର ଦାଖଲ ସମୟସୀମା ଜୁନ୍‌ 30କୁ ବୃଦ୍ଧି

Published: Mar 24, 2020, 7:53 pm IST

ନୂଆଦିଲ୍ଲୀ : ସମଗ୍ର ଦେଶ ବର୍ତ୍ତମାନ କରୋନା ଭାଇରସ୍‌ ପ୍ରଭାବରେ ଅଚଳ ହୋଇଥିବା ବେଳେ ଦେଶରେ ଲକ୍‌ଡାଉନ୍‌ ଏବଂ କର୍ଫ୍ୟୁ ଜାରି ରହିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟକର ଦାଖଲର ସମୟସୀମାରେ ବୃଦ୍ଧି ଘଟାଯାଇଛି । ସମଗ୍ର ଦେଶରେ ଜୀବନ ଯାତ୍ରା ଏକରକମ ଠପ୍‌ ହୋଇପଡିଥିବା ବେଳେ ସରକାରଙ୍କ ଏହି ଘୋଷଣା ଆୟକର ଦାଖଲ କାରୀଙ୍କମ ପାଇଁ ସାମାନ୍ୟ ଆଶ୍ବସ୍ତିର ବିଷୟ ରହିଛି । ପୂର୍ବରୁ ମାର୍ଚ୍ଚ 31, 2020 ଆୟକର ଦାଖଲର ଅନ୍ତିମ ତାରିଖ ରହିଥିବା ବେଳେ ମଙ୍ଗଳବାର ଏହାକୁ ଜୁନ୍ 30, 2020 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରିଛନ୍ତି । ସେହିପରି ବିଳମ୍ବରେ ଆୟକର ଦାଖଲ ପାଇଁ ସୁଧହାର 18 ପ୍ରତିଶତରୁ 9 ପ୍ରତିଶତକୁ ହ୍ରାସ କରାଯାଇଛି । (ଏଜେନ୍ସି)

Related posts