ବଜେଟ୍‌ 2020 : ଦିନ 11ଟାରେ ଉପସ୍ଥାପନ ହେବ ସାଧାରଣ ବଜେଟ୍‌

Published: Feb 1, 2020, 9:57 am IST

ନୂଆଦିଲ୍ଲୀ : ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ବିତୀୟ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି । ତେବେ ଭାରତୀୟ ଅର୍ଥନୀତିର ଅବସ୍ଥା ଶୋଚନୀୟ ଥିବାବେଳେ ଆଜିର ବଜେଟ୍‌ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ଆଜି ଦିନ 11ଟାରେ ସଂସଦରେ ବଜେଟ୍‌ ଉପସ୍ଥାପନ ହେବ । ସମ୍ପ୍ରତି ଦେଶର ଜାରି ରହିଥିବା ଆର୍ଥିକ ମାନ୍ଦାବସ୍ଥା ସମୟରେ ଦେଶର ମଧ୍ୟବିତ୍ତ ମାନେ ବେଶ୍‌  ପ୍ରଭାବିତ ହୋଇଥିବା ବେଳେ ବଜେଟ ପରେ ସେମାନଙ୍କ ପର୍ସରୁ ଟଙ୍କା ଖାଲି ହେବ ନା ନିୟନ୍ତ୍ରଣ ହେବ ନେଇ ମଧ୍ୟ ଅନେକଙ୍କ ଚିନ୍ତା ରହିଛି । ତେବେ ବଜେଟ୍‌ ପୂର୍ବରୁ ଆର୍ଥିକ ସର୍ଭେକ୍ଷଣ ରିପୋର୍ଟରେ ଚଳିତ ଆର୍ଥିକ ବର୍ଷ 2020-2021ରେ ଜିଡିପି ବିକାଶ ଦର 6ରୁ 6.5 ପ୍ରତିଶତ ରହିବା ନେଇ ସମ୍ଭାବନା ରହିଛି । ତେବେ ଚଳିତ ବଜେଟ୍‌ଟି ବିକାଶ କେନ୍ଦ୍ରିକ ହେବା ନେଇ ସମ୍ଭାବନା ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ଆର୍ଥିକ ବିକାଶକୁ ବଢାଇବା ଦିଗରେ ନିବେଶ ଉପରେ ବିଶେଷ ଘୋଷଣା କରିପାରନ୍ତି । ଦେଶରେ ଜାରି ରହିଥିବା ଆର୍ଥିକ ମାନ୍ଦାବସ୍ଥାକୁ ସଜାଡିବା ଦିଗରେ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ଚଳିତ ଦଶନ୍ଧିର ପ୍ରଥମ ବଜେଟ୍‌କୁ ନେଇ ସମସ୍ତେ ଆଶାବାଦୀ ରହିଛନ୍ତି । (ଏଜେନ୍ସି)

Related posts