Categories
ଆଜିର ଖବର ଜାତୀୟ ଖବର

ବିଶ୍ବର 100 ଶକ୍ତିଶାଳୀ ମହିଳା ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କିରଣ ମଜୁମଦାର୍‌ ଶ’

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ବାୟୋକନ୍‌ର ସଂସ୍ଥାପକ କିରଣ ମଜୁମଦାର୍ ଶ’ ଓ ଏଚ୍‌ସିଏଲ୍‌ ଏଣ୍ଟରପ୍ରାଇଜେସ୍‌ର ସିଇଓ ରୋଶନୀ ନାଦର ମାଲହୋତ୍ରା ଦୁନିଆର ଶକ୍ତିଶାଳୀ 100 ମହିଳାଙ୍କ ମଧ୍ୟରେ ସାମିଲ୍‌ ହୋଇଛନ୍ତି ।

ଫୋବର୍ସ ତରଫରୁ ଜାରି ହୋଇଥିବା ବିଶ୍ବର ଶ୍ରେଷ୍ଠ ତଥା ଶକ୍ତିଶାଳୀ ମହିଳା ସୂଚୀରେ ଜର୍ମାନ୍‌ ଚାନ୍ସେଲର୍‌ ଏଞ୍ଜେଲା ମାର୍କଲ୍‌ ଲଗାତାର ଦଶମ ଥର ପାଇଁ ଶୀର୍ଷସ୍ଥାନ ବଜାୟ ରଖିଛନ୍ତି । ସେହିପରି ୟୁରୋପିଆନ୍‌ ସେଣ୍ଟ୍ରାଲ୍‌ ବ୍ୟାଙ୍କର ପ୍ରମୁଖ କ୍ରିଷ୍ଟେନ୍‌ ଲେଗାର୍ଡ ଦ୍ବିତୀୟ ଥର ପାଇଁ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସ୍‌ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ମୋଲିଣ୍ଡା ଗେଟସ୍‌ ପଞ୍ଚମ ସ୍ଥାନରେ ରହିଛନ୍ତି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ତାଲିକାର 41ତମ ସ୍ଥାନରେ ରହିଥିବାବେଳେ ରୋଶ୍‌ନୀ ନାଦର ମାଲହୋତ୍ରା 55 ସ୍ଥାନରେ କିରଣ ମଜମୁଦାର ଶ’ 68ତମ ସ୍ଥାନରେ, ଲେଣ୍ଡମ୍ୟାର୍କ ସମୂହର ଅଧ୍ୟକ୍ଷ ରେଣୁକା ଜଗତିଆନୀ 98 ସ୍ଥାନରେ ରହିଛନ୍ତି।

ଏହି ସୂଚୀରେ 10ଟି ରାଜ୍ୟର ପ୍ରମୁଖ, 38 ଜଣ ସିଇଓଓ ପାଞ୍ଚ କଳାକାର ସାମିଲ୍‌ ରହିଛନ୍ତି । ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଏର୍ଡନ୍‌ ଏହି ତାଲିକାର 32 ସ୍ଥାନରେ ରହିଥିବାବେଳେ ତାଇଓ୍ବାନ୍‌ର ରାଷ୍ଟ୍ରପତି ସାଇ ଇଂଗ ଓ୍ବେନ୍‌ 37 ତମ ସ୍ଥାନରେ ରହିଛନ୍ତି । ସହିପରି ବଙ୍ଗଳାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା 39ତମ ସ୍ଥାନରେ ଥିବାବେଳେ ମହାରାଣୀ ଏଲିଜାବେଥ୍‌ ଦ୍ବିତୀୟ 46ତମ ସ୍ଥାନରେ ରହିଛନ୍ତି । ଫିନ୍‌ଲାଣ୍ଡର୍‌ ପ୍ରଧାନମନ୍ତ୍ରୀ ସାନା ମରିନ୍‌ 85 ତମ ସ୍ଥାନରେ

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜଗା ଟଙ୍କା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଲେ ବିଜେଡି ସଂସଦୀୟ ଦଳ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଆଜି ବିଜେଡି ସଂସଦୀୟ ଦଳ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି। ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ବରେ ଆଜି ବିଜେଡି ସାଂସଦ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ୟେସ୍‌  ବ୍ୟାଙ୍କରେ ଜଗନ୍ନାଥଙ୍କର 545 କୋଟି ଟଙ୍କା ଫସି ରହିଥିବା ନେଇ ଆଲୋଚନା କରିଛନ୍ତି। ଦେବାଳିଆ ସ୍ଥିତିରେ ୟେସ ବ୍ୟାଙ୍କ ଆସିବା ପରେ ମହାପ୍ରୁଭ ଜଗନ୍ନାଥଙ୍କ ଜମା ଟଙ୍କାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ସରକାର ଏହାକୁ ନେଇ ତନାଘନା କରୁଥିବାବେଳେ ବିରୋଧୀ ସରକାରଙ୍କ ଉପରେ ବର୍ଷୁଛନ୍ତି। ଏହି ଅବସରରେ ରହିଥିଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଅଚ୍ୟୁତ ସାମନ୍ତ ଓ ଅମର ପଟ୍ଟନାୟକ ଉପସ୍ଥିତ ରହିଥିଲେ।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର

ବଜେଟ୍‌ ଭାଷଣକୁ ନେଇ ଚର୍ଚ୍ଚା : କିଏ ଦେଇଛନ୍ତି ସବୁଠାରୁ ଲମ୍ବା ଭାଷଣ ତ ପୁଣି କିଏ ଦେଇଛନ୍ତି ସବୁଠାରୁ କ୍ଷୁଦ୍ର ଭାଷଣ

ସମୀକ୍ଷା ବ୍ୟୁରୋ

ଚଳିତ ବଜେଟ୍‌ ଅଧିବେଶନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସବୁଠୁ ଦୀର୍ଘ ସମୟ ବଜେଟ୍‌ ଭାଷଣ ଦେଇ ରେକର୍ଡ ସୃଷ୍ଟି କରିଛନ୍ତି । ଶନିବାର ଦିନ ବଜେଟ୍‌ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ 2 ଘଣ୍ଟା 41 ମିନିଟ୍‌ରେ ଲମ୍ବା ଭାଷଣ ଦେଇଛନ୍ତି, ଯାହା ବଜେଟ୍‌ ଇତିହାସରେ ସବୁଠୁ ଲମ୍ବା ଭାଷଣ । 2019 ମସିହାରେ ଅର୍ଥମନ୍ତ୍ରୀ 2 ଘଣ୍ଟା 17 ମିନିଟ୍‌ ପର୍ଯ୍ୟନ୍ତ ବଜେଟ୍‌ ଭାଷଣ ଦେଇଥିବାବେଳେ ଚଳିତ ବର୍ଷ ସବୁଠାରୁ ଦୀର୍ଘ ବଜେଟ୍‌ ଭାଷଣ ଦେଇ ନିଜ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି । ଏତେ ଦୀର୍ଘ ଭାଷଣ ଦେବାପରେ ବି ବଜେଟ୍‌ର ଶେଷ ଦୁଇ ପୃଷ୍ଠାକୁ ପଢି ପାରିନାହାନ୍ତି ଅର୍ଥମନ୍ତ୍ରୀ । 2014ରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ 2 ଘଣ୍ଟା 10 ମିନିଟ୍‌ରେ ବଜେଟ୍‌ ଭାଷଣ ପଢିଥିବାବେଳେ ପୂର୍ବତନ ଅର୍ଥମନ୍ତ୍ରୀ ଯଶଓ୍ବନ୍ତ ସିଂହ 2003ରେ ପାଖାପାଖି ଦୁଇ ଘଣ୍ଟା 13 ମିନିଟ୍‌ର ବଜେଟ୍‌ ଭାଷଣ ପଢିଥିଲେ । ତେବେ ଶବ୍ଦ ହିସାବରେ ସବୁଠାରୁ ଲମ୍ବା ଭାଷଣ 1991 ମସିହାରେ ତତ୍କାଳୀନ ଅର୍ଥମନ୍ତ୍ରୀ ମନମୋହନ ସିଂହ ଦେଇଥିଲେ, ଯେଉଁଥିରେ 18,650ଟି ଶବ୍ଦ ରହିଥିଲା । ସେହିପରି 2017ରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ୍‌ ଜେଟଲୀ 18,604 ଶବ୍ଦର ବଜେଟ୍‌ ଭାଷଣ ଦେଇଥିଲେ । ସେହିପରି 1977ରେ ହିରୁଭାଇ ପଟେଲ୍‌ ମାତ୍ର 800 ଶବ୍ଦର ସବୁଠୁ ଛୋଟ ବଜେଟ୍‌ ଭାଷଣ ଉପସ୍ଥାପନ କରିଥିଲେ।

ଚଳିତ ବଜେଟ୍‌ ଭାଷଣରେ ନିର୍ମଳା ସୀତାରମଣ ଦୁଇଘଣ୍ଟା ଏକଚାଳିଶ ମିନିଟ୍‌ର ସୁଦୀର୍ଘ ଭାଷଣରେ ଟାକ୍ସ ଶବ୍ଦକୁ 132 ଥର ବ୍ୟବହାର କରିଥିବାବେଳେ କିଶାନ ଶବ୍ଦକୁ 12 ଥର ଯୁବା ଶବ୍ଦକୁ 11ଥର ବ୍ୟବୟହା କରିଛନ୍ତି । ସେହିପରି ରୋଜଗାର ଶବ୍ଦକୁ ମାତ୍ର 7 ଥର ବ୍ୟବହାର କରିଛନ୍ତି ଅର୍ଥମନ୍ତ୍ରୀ । ସେହିପରି ବ୍ୟାଙ୍କ ଶବ୍ଦକୁ 23 ଥର, ଲୋନ୍‌ ଶବ୍ଦକୁ 6 ଥର, ମହିଳା ଶବ୍ଦକୁ 10 ଥର ବ୍ୟବହାର କରାଯାଇଥିବାବେଳେ ଗ୍ରାମ ଶବ୍ଦକୁ ମାତ୍ର ଥରେ ବ୍ୟବହାର କରିଛନ୍ତି ଅର୍ଥମନ୍ତ୍ରୀ ।  ସେହିପରି ଗ୍ରାମୀଣ ଶବ୍ଦକୁ 4 ଥର, ଅର୍ବାନ ଶବ୍ଦକୁ4 ଥର, ସହର ଶବ୍ଦକୁ 15 ଥର  ଓ ପ୍ରଧାନମନ୍ତ୍ରୀ ଶବ୍ଦକୁ 15 ଥର ବ୍ୟବହାର କରାଯାଇଛି । ଜବ୍‌ ଶବ୍ଦକୁ 8 ଥର ବ୍ୟବହାର କରିଥିବାବେଳେ ଏଜୁକେସନ ଶବ୍ଦକୁ 19 ଥର ବ୍ୟବହାର କରାଯାଇଛି ଚଳିତ ବଜେଟ୍‌ ଭାଷଣରେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବଜେଟ୍‌ 2020 : ଦିନ 11ଟାରେ ଉପସ୍ଥାପନ ହେବ ସାଧାରଣ ବଜେଟ୍‌

ନୂଆଦିଲ୍ଲୀ : ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ବିତୀୟ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି । ତେବେ ଭାରତୀୟ ଅର୍ଥନୀତିର ଅବସ୍ଥା ଶୋଚନୀୟ ଥିବାବେଳେ ଆଜିର ବଜେଟ୍‌ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ଆଜି ଦିନ 11ଟାରେ ସଂସଦରେ ବଜେଟ୍‌ ଉପସ୍ଥାପନ ହେବ । ସମ୍ପ୍ରତି ଦେଶର ଜାରି ରହିଥିବା ଆର୍ଥିକ ମାନ୍ଦାବସ୍ଥା ସମୟରେ ଦେଶର ମଧ୍ୟବିତ୍ତ ମାନେ ବେଶ୍‌  ପ୍ରଭାବିତ ହୋଇଥିବା ବେଳେ ବଜେଟ ପରେ ସେମାନଙ୍କ ପର୍ସରୁ ଟଙ୍କା ଖାଲି ହେବ ନା ନିୟନ୍ତ୍ରଣ ହେବ ନେଇ ମଧ୍ୟ ଅନେକଙ୍କ ଚିନ୍ତା ରହିଛି । ତେବେ ବଜେଟ୍‌ ପୂର୍ବରୁ ଆର୍ଥିକ ସର୍ଭେକ୍ଷଣ ରିପୋର୍ଟରେ ଚଳିତ ଆର୍ଥିକ ବର୍ଷ 2020-2021ରେ ଜିଡିପି ବିକାଶ ଦର 6ରୁ 6.5 ପ୍ରତିଶତ ରହିବା ନେଇ ସମ୍ଭାବନା ରହିଛି । ତେବେ ଚଳିତ ବଜେଟ୍‌ଟି ବିକାଶ କେନ୍ଦ୍ରିକ ହେବା ନେଇ ସମ୍ଭାବନା ରହିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ଆର୍ଥିକ ବିକାଶକୁ ବଢାଇବା ଦିଗରେ ନିବେଶ ଉପରେ ବିଶେଷ ଘୋଷଣା କରିପାରନ୍ତି । ଦେଶରେ ଜାରି ରହିଥିବା ଆର୍ଥିକ ମାନ୍ଦାବସ୍ଥାକୁ ସଜାଡିବା ଦିଗରେ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ଚଳିତ ଦଶନ୍ଧିର ପ୍ରଥମ ବଜେଟ୍‌କୁ ନେଇ ସମସ୍ତେ ଆଶାବାଦୀ ରହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ପିଆଜ ବୟାନକୁ ନେଇ ସୀତାରମଣଙ୍କୁ ଟାର୍ଗେଟ୍‌ କଲେ ପି. ଚିଦାମ୍ବରମ୍‌

ନୂଆଦିଲ୍ଲୀ, ୫/୧୨: ପିଆଜର ଅହେତୁକ ଦର ଦେଶରେ ହାହାକାର ସୃଷ୍ଟି କରିଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପିଆଜ ଉପରେ ଦେଇଥିବା ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି । ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ସେ ପିଆଜ ଖାଆନ୍ତି ନାହିଁ, ତେଣୁ ଏହାର ପ୍ରଭାବ ତାଙ୍କ ଉପରେ ପଡୁନାହିଁ । ଏହି ବୟାନକୁ ନେଇ ରାଜନୈତିକ ଘମାସନ ଆରମ୍ଭ ହୋଇଯାଇଛି । ସୀତାରମଣଙ୍କ ବୟାନକୁ ଟାର୍ଗେଟ୍‌ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ । ୧୦୬ ଦିନ ପରେ ଜେଲ୍‌ରୁ ମୁକ୍ତ ହୋଇଥିବା ଚିଦାମ୍ବରମ୍‌ କହିଛନ୍ତି ଯେ, ଯେଉଁ ସରକାର ପିଆଜ କମ୍‌ ଖାଇବାକୁ କହୁଛନ୍ତି, ତାଙ୍କୁ ଚାଲିଯିବା ଦରକାର ।

ଯେଉଁ ସରକାର ଲୋକଙ୍କୁ କମ୍‌ ପିଆଜ ଓ ରସୁଣ ଖାଇବାକୁ ଉପଦେଶ ଦେଉଛନ୍ତି, ସେମାନେ ଚାଲିଯିବା ଦରକାର ବୋଲି ପି. ଚିଦାମ୍ବରମ୍‌ କହିଛନ୍ତି ।  ଅର୍ଥବ୍ୟବସ୍ଥା କ୍ଷେତ୍ରରେ ଏହି ସରକାର ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛି । ସୀତାରମଣଙ୍କୁ ଟାର୍ଗେଟ୍‌ କରି ଚିଦାମ୍ବରମ୍‌ କହିଛନ୍ତି ଯେ, ଯଦି ନିର୍ମଳା ସୀତାରମଣ ପିଆଜ ଖାଉନାହାନ୍ତି, ତେବେ କ’ଣ ଖାଉଛନ୍ତି ? ସେ କ’ଣ ଆଭାକୋଡା ଖାଉଛନ୍ତି କି ?

ଗୁରୁବାର ସଂସଦରେ ପିଆଜର ଦର ବୃଦ୍ଧି ନେଇ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଥିଲା, ଏଥିରେ ପି. ଚିଦାମ୍ବରମ୍‌ ମଧ୍ୟ ଭାଗ ନେଇଛନ୍ତି । (ଏଜେନ୍ସି)