Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରେଳ ଧାରଣା ଉପରେ ଚାଲିବ ସାଇକେଲ, ଖୁବ ଶିଘ୍ର ରେଳ ବିଭାଗ ନେଉଛି ଏହି ବଡ ନିଷ୍ପତି

ନୂଆଦିଲ୍ଲୀ, ରେଳ ଧାରଣା ଉପରେ ଟ୍ରେନ ନୁହେଁ ସାଇକେଲ ମଧ୍ୟ ଚାଲିବ। କଥାଟି ଅଡୁଆ ଲାଗୁଥିଲେ ମଧ୍ୟ ଏହା ସତ ଯେ, ରେଳ ବିଭାଗ ଏପରି ଏକ ନିଷ୍ପତି ନେଉଛି। ତେବେ ସାଇକେଲ ସାଧାରଣ ଲୋକଙ୍କ ପାଇଁ ନୁହେଁ। କେବଳ ରେଳ କର୍ମଚାରୀଙ୍କ ପାଇଁ ଏହି ସାଇକେଲ ଚାଲିବ। ସେଥିପାଇଁ ବିଭାଗର ବୈଷୟିକ କମିଟ ଏକ ସ୍ବତନ୍ତ୍ର ଧରଣର ସାଇକେଲ ତିଆରି କରିଛନ୍ତି।

ଏହା ସାଧାରଣ ସାଇକେଲର ଆଗପଛରେ ସ୍ବତନ୍ତ୍ର ଚକା ଯୋଡା ଯିବା ସହିତ ଅନ୍ୟ ରେଳ ଧାରଣାକୁ ସଂଯୋଗ କରିବା ପାଇଁ ଏକ ଲୁହା ପାଇପ ସଂଯୋଗ କରାଯାଇଛି। ସେହି ପାଇପର ଶେଷରେ ଆଉ ଏକ ଚକ ଲଗାଯାଇଛି। ଫଳରେ ଏହା ରେଳ ଧାରଣର ଦୁଇ ପଇରେ ଭାରସାମ୍ୟ ରଖି ସହଜରେ ଗଡିପାରିବ। ଏହି ସାଇକେଲକୁ ସାଧାରଣ ସାଇକେଲ ପରି ଟେକି ଟେକି ନେଇ ହେବ। ମୁଖ୍ୟତଃ ରେଳ ଧାରଣ ଚେକ୍ କରୁଥିବା ଲାଇନ କର୍ମଚାରୀଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଉଛି।

ସାଧାରଣତଃ ଲାଇନ କର୍ମଚାରୀ ଷ୍ଟେସନରୁ ଚାଲିଚାଲି ରେଳ ଧାରଣା କଡେ କଡେ ଯାଇଥାନ୍ତି। ରାସ୍ତାରେ ଯେଉଁଠି କିଛି ଖରାପ ଥିଲେ ତାହାକୁ ସଜାଡିଥାନ୍ତି। ତେବେ ଚାଲିଚାଲି ଯିବା ବହୁ ସମୟ ସାପେକ୍ଷ। ସେଥିପାଇଁ ଏହି ସ୍ବତନ୍ତ୍ର ସାଇକେଲ ବ୍ୟବସ୍ଥା କରାଯାଇଛି। ଖୁବ ଶିଘ୍ର ଏହି ସାଇକେଲକୁ ରେଳ ବିଭାଗ ଲାଗୁ କରିବାକୁ ଯାଉଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଏଣିକି ବର୍ଷକୁ 70 ହଜାର କୋଟି ଟଙ୍କାର ମେକ୍ ଇନ୍ ଇଣ୍ଡିଆ ସାମଗ୍ରୀ କିଣିବ ବୋଲି ରେଳ ବିଭାଗର ନିଷ୍ପତି

ନୂଆଦିଲ୍ଲୀ, ରେଳବାଇ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ଉତ୍ପାଦିତ ହେଉଥିବା ସାମଗ୍ରୀକୁ ରେଳବାଇ ପ୍ରୋତ୍ସାହିତ କରିବା ଏବଂ ସେସବୁ ସାମଗ୍ରୀ କିଣିବା ନେଇ ଥିବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ଅବସରରେ ଶ୍ରୀ ଗୋଏଲ ସଂପୃକ୍ତ ଉଦ୍ୟୋଗଗୁଡିକ ମଧ୍ୟରେ ବିଶ୍ୱାସ ସୃଷ୍ଟି ସହିତ ଦୁର୍ନୀତିମୁକ୍ତ ତଥା ସ୍ୱଚ୍ଛ ଉପାୟରେ ରେଳବାଇ ସେମାନଙ୍କଠାରୁ ସାମଗ୍ରୀ କିଣିବା ଉପରେ ଜୋର୍‌ ଦେଇଛନ୍ତି ।

ଏହି ଅବସରରେ ମେକ୍‌ ଇନ୍‌ ଇଣ୍ଡିଆ ଦ୍ୱାରା ଉତ୍ପାଦିତ କେଉଁ କେଉଁ ସାମଗ୍ରୀ ରେଳବାଇ କିଣିପାରିବ ଏବଂ ଏ ଦିଗରେ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ତାହାର ସେ ସମୀକ୍ଷା କରିଥିଲେ । ରେଳବାଇ ସାମଗ୍ରୀ କ୍ରୟ ବ୍ୟବସ୍ଥାରେ ସ୍ଥାନୀୟ ଭେଣ୍ଡରମାନଙ୍କୁ ସାମିଲ କରିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ । ସାମଗ୍ରୀ କ୍ରୟ ନିୟମରେ ସ୍ଥାନୀୟ ସାମଗ୍ରୀ କିଣିବା ପାଇଁ ଏକ ଧାରା ରଖିବା ନିଷ୍ପତ୍ତି ନିଆଯାଇଛି । ଏଥିରେ ସ୍ଥାନୀୟ ଭେଣ୍ଡର ଓ ଯୋଗାଣକାରୀଙ୍କୁ ନିଲାମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ । ଏହାଫଳରେ ଆତ୍ମନିର୍ଭର ଭାରତ ଅଭିଯାନର ଲକ୍ଷ୍ୟ ସଫଳ ହୋଇପାରିବ ବୋଲି ସେ କହିଛନ୍ତି । ନୀତି ନିୟମରେ ଉପଯୁକ୍ତ ସଂଶୋଧନ କରିବା ପାଇଁ ଏହି ଅବସରରେ ମନ୍ତ୍ରୀ ଡିପିଆଇଆଇଟିର ସକ୍ରିୟ ସହଯୋଗ ଲୋଡିଛନ୍ତି ।

ସମୀକ୍ଷା ଅବସରରେ ରେଳବାଇ ସାମଗ୍ରୀ କ୍ରୟ କ୍ଷେତ୍ରରେ ମେକ୍‌ ଇନ୍‌ ଇଣ୍ଡିଆ ଦ୍ୱାରା ଦେଶରେ ଉତ୍ପାଦିତ ସାମଗ୍ରୀ ଏବଂ ଏଥିରେ ସ୍ଥାନୀୟ ଯୋଗାଣକାରୀ ଓ ଭେଣ୍ଡରଙ୍କୁ ସଂପୃକ୍ତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । କ୍ରୟ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଭେଣ୍ଡରମାନଙ୍କୁ ଅବଗତ କରାଇବା ପାଇଁ ଏକ ହେଲ୍ପଲାଇନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହାଛଡା ବାରମ୍ବାର ପଚରା ଯାଉଥିବା ପ୍ରଶ୍ନର ଉତ୍ତର ଦେବାକୁ ଏକ ସ୍ୱତନ୍ତ୍ର ବିଭାଗ ଖୋଲିବାକୁ ମଧ୍ୟ ମତପ୍ରକାଶ ପାଇଛି ।

ଏହି ସମୀକ୍ଷା ବୈଠକରେ ରେଳବାଇ ବୋର୍ଡର ସାମଗ୍ରୀ ପରିଚାଳନା ବିଭାଗର ସଦସ୍ୟ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ସରକାରୀ ଇ-ମାର୍କେଟ ବ୍ୟବସ୍ଥାରେ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ପ୍ରସ୍ତୁତ ଭାରତୀୟ ସାମଗ୍ରୀ କ୍ରୟ କରିବାପାଇଁ ଯେଉଁସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେ ବିଷୟରେ ସେ ଅବଗତ କରିଥିଲେ । ଏହି ସମୀକ୍ଷା ବୈଠକରେ ରେଳବାଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୁରେଶ ଅଙ୍ଗାଡ଼ି, ରେଳବାଇ ବୋର୍ଡର ସମସ୍ତ ସଦସ୍ୟ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ/ଜିଇଏମ୍‌, ଡିପିଆଇଆଇଟି ଏବଂ ବାଣିଜ୍ୟ ମନ୍ତ୍ରଣାଳୟର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ରେଳବାଇ ସାମଗ୍ରୀ କ୍ରୟ ବ୍ୟବସ୍ଥାରେ ଅଧିକରୁ ଅଧିକ ଭାରତୀୟ ସେବା ପ୍ରଦାନକାରୀ ଓ ଦ୍ରବ୍ୟ ଉତ୍ପାଦକମାନଙ୍କୁ ସାମିଲ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଏମାନଙ୍କୁ ସରକାରୀ ଇ-ମାର୍କେଟ ସହ ଯୋଡି ଅଭିନବ ଉପାୟରେ କିପରି ସେମାନଙ୍କଠାରୁ ସାମଗ୍ରୀ ଓ ସେବା ସହଜରେ କିଣିହେବ ତାହାର ଏକ ରଣନୀତି ପ୍ରସ୍ତୁତ କରିବାକୁ ମତପ୍ରକାଶ ପାଇଥିଲା । ରେଳବାଇ ମନ୍ତ୍ରୀ ଶ୍ରୀ ଗୋଏଲ କହିଥିଲେ ଯେ ରେଳ ମନ୍ତ୍ରଣାଳୟ ବର୍ଷକୁ ପ୍ରାୟ 70 ହଜାର କୋଟି ଟଙ୍କାର ସାମଗ୍ରୀ ଓ ସେବା କିଣୁଥିବାରୁ ଏହାକୁ ସରକାରୀ ଇ-ମାର୍କେଟ ପ୍ଲାଟଫର୍ମ ମାଧ୍ୟମରେ ବ୍ୟାପକ କରି ଦେଶର କୋଣ ଅନୁକୋଣରେ ଥିବା ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗରୁ ସାମଗ୍ରୀ କିଣିବାକୁ ରେଳବାଇ ନିଶ୍ଚିତ କରିବ ।

ରେଳବାଇ ଭାରତ ସରକାରଙ୍କର ଅନ୍ୟତମ ସର୍ବବୃହତ୍‌ ସାମଗ୍ରୀ କ୍ରୟକାରୀ ସଂସ୍ଥା । ଏହା ନିଜର କ୍ରୟ ବ୍ୟବସ୍ଥାକୁ ସରକାରୀ ଇ-ମାର୍କେଟ ପ୍ଲାଟଫର୍ମ ସହ ସଂଯୁକ୍ତ କରୁଛି । ଏହି ପ୍ଲାଟଫର୍ମର ସଂପୂର୍ଣ୍ଣ ଉପଯୋଗ କରି ଦେଶରେ ଉତ୍ପାଦିତ ହେଉଥିବା ସାମଗ୍ରୀ ଓ ସେବାକୁ ନିଜର ଆବଶ୍ୟକତା ଅନୁସାରେ କିଣିବା ପାଇଁ ରେଳବାଇ ଉଦ୍ୟମ ଜାରି ରଖିଛି । ଏହି ସାମଗ୍ରୀ କ୍ରୟ ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ ଓ ନିରବଚ୍ଛିନ୍ନ କରିବା ପାଇଁ ଆଇଆରଇପିଏସ୍‌ ଓ ଇ-ମାର୍କେଟ ବ୍ୟବସ୍ଥାକୁ ଇ-ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି ।

ବୈଠକ ଅବସରରେ ରେଳବାଇର କ୍ରୟ ବ୍ୟବସ୍ଥାକୁ ଦୁର୍ନୀତିମୁକ୍ତ ଏବଂ ସ୍ୱଚ୍ଛ କରିବାର ଉପାୟ ବାହାର କରିବା ଘେନି ଆଲୋଚନା ହୋଇଥିଲା । ଏଥିରେ ରେଳବାଇ ସହିତ ଡିପିଆଇଆଇଟି ଏବଂ ସରକାରୀ ଇ-ମାର୍କେଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ଏହି 3 ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରିବା ଜରୁରି ବୋଲି ମତପ୍ରକାଶ ପାଇଥିଲା । ଏହାଛଡା ସ୍ଥାନୀୟ ଭେଣ୍ଡରମାନଙ୍କୁ କ୍ରୟ ବ୍ୟବସ୍ଥାରେ ସଂପୃକ୍ତ କରିବାକୁ ସ୍ଥାନୀୟ ଶିଳ୍ପସଂସ୍ଥାଗୁଡିକ ସହ ମଧ୍ୟ ସଂପର୍କ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା ।

ଏହି ସମୀକ୍ଷା ବୈଠକ ଅବସରରେ ଭେଣ୍ଡରମାନଙ୍କ ପାଇଁ ଏକ ସରଳ ଓ ଉପଯୋଗୀ ୱେବ ଇଣ୍ଟରଫେସ୍‌ ବ୍ୟବସ୍ଥା ତିଆରି କରିବାକୁ ନିଷ୍ପତ୍ତି ନିଆଯାଇଛି । ଭାରତୀୟ ରେଳବାଇ ଏହା ତିଆରି କରିବ । ଏଥିରେ ରେଳବାଇ କିଣିବାକୁ ଥିବା ସାମଗ୍ରୀ, ସେବା ଏବଂ ଅନ୍ୟାନ୍ୟ ତଥ୍ୟ ସ୍ପଷ୍ଟଭାବେ ଉଲ୍ଲେଖ ରହିବ । ଏହି ତଥ୍ୟ ଆଧାରରେ ସ୍ଥାନୀୟ ଭେଣ୍ଡରମାନେ ରେଳବାଇକୁ ସ୍ଥାନୀୟ ଉତ୍ପାଦ ଓ ସେବା ସହଜରେ ଯୋଗାଇପାରିବେ ।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତା 10 ଦିନ ମଧ୍ୟରେ ଚାଲିବ 2600 ଶ୍ରମିକ ସ୍ପେସିଆଲ୍‌

ନୂଆଦିଲ୍ଲୀ : ଆସନ୍ତା 10 ଦିନ ମଧ୍ୟରେ 2600ଟି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ ଚଲାଯିବ । ଶନିବାର ଏ ସମ୍ପର୍କରେ ଘୋଷଣା କରିଛନ୍ତି ରେଳବାଇ ବୋର୍ଡ ଚେୟାରମ୍ୟାନ୍‌ ଭିକେ ଯାଦବ । ଜୁନ୍‌ 2 ପରଠାରୁ ସାଧାରଣ ଟ୍ରେନ୍‌ ସେବା ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ 2600ଟି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ ଚଲାଯିବାର ନିଷ୍ପତ୍ତି ନିଆଯାଇଛି । ମେ 1 ତାରିଖରୁ ଆରମ୍ଭ ହୋଇଥିବା ଶ୍ରମିକ ସ୍ପେସିଆଲ ସେବା ଦ୍ବାରା ବର୍ତ୍ତମାନ ସୁଦ୍ଧା ଦେଶରେ 36 ଲକ୍ଷ ପ୍ରବାସୀ ଉପକୃତ ହୋଇଛନ୍ତି । ଏହି ଶ୍ରମିକ ସ୍ପେସିଆଲ ଟ୍ରେନ୍‌ର 80 ପ୍ରତିଶତ ଉତ୍ତର ପ୍ରଦେଶ ଏବଂ ବିହାର ଦ୍ବାରା ବ୍ୟବହୃତ ହୋଇଛି ବୋଲି ଯାଦବ ମତ ଦେଇଛନ୍ତି । ସେହିପରି ଅନ୍‌ଲାଇନ୍‌ରେ ଲୋକ ଟିକେଟ୍‌ କରିବାକୁ ସକ୍ଷମ ହୋଇନଥିବା ବେଳେ ଦେଶ ବ୍ୟାପୀ 1000ରୁ ଅଧିକ ଟିକେଟ କାଉଣ୍ଟର ଖୋଲାଯାଇଥିବା ନେଇ ଯାଦବ ସୂଚନା ଦେଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

୧୯ ଦିନରେ ୨୧ ଲକ୍ଷ ଯାତ୍ରୀଙ୍କୁ ସ୍ଥାନାନ୍ତର କରିଛି ଭାରତୀୟ ରେଳବାଇ

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ କାରଣରୁ ଦେଶବ୍ୟାପୀ ଫସି ରହିଥିବା ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ସ୍ଥାନାନ୍ତର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଭାରତୀୟ ରେଳବାଇ। ବିଗତ ୧୯ ଦିନ ମଧ୍ୟରେ ରେଳବାଇ ପକ୍ଷରୁ ୨୧ ଲକ୍ଷ ଯାତ୍ରୀଙ୍କୁ ସ୍ଥାନାନ୍ତର କରାଯାଇଛି । ୧୫୯୫ଟି ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ
ରେଳବାଇ ପକ୍ଷରୁ ଯାତ୍ରୀଙ୍କୁ ମାଗଣା ଖାଦ୍ୟ ଓ ପାନୀୟ ଜଳ ଯୋଗାଣ ସୁବିଧା ମଧ୍ୟ କରାଯାଇଛି । ରେଳବାଇର ଏହି ସୁବିଧା କାରଣରୁ ୧୯ ମେ ସୁଦ୍ଧା ପ୍ରାୟ ୨୧ ଲକ୍ଷ ପ୍ରବାସୀ ନିଜ ନିଜ ରାଜ୍ୟକୁ ଫେରିବାରେ ସଫଳ ହୋଇଛନ୍ତି। ଟ୍ରେନରେ ଚଢ଼ିବା ପୂର୍ବରୁ ଯାତ୍ରୀଙ୍କୁ ଭଲ ଭାବେ ସ୍କ୍ରିନିଂ କରାଯାଉଛି। ଯାତ୍ରା ସମୟରେ ଯାତ୍ରୀଙ୍କୁ ମାଗଣାରେ ଭୋଜନ ଏବଂ ପିଇବା ପାଣି ଯୋଗାଇ ଦିଆଯାଉଛି। (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ପ୍ରବାସୀଙ୍କ ଟିକେଟ ଖର୍ଚ୍ଚ ବହନ କରିବେ ସରକାର!

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ଏଣିକି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ଟିକେଟ ଖର୍ଚ୍ଚ ପ୍ରଦାନ କରିବେ । ତେବେ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ 85 ପ୍ରତିଶତ ଅର୍ଥ ପ୍ରଦାନ କରାଯାଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ବଳକା 15 ପ୍ରତିଶତ ଅର୍ଥ ପୈଠ କରାଯାଇଥାଏ । ତେବେ ଯଦି ପ୍ରବାସୀ ମାନେ ଅବସ୍ଥାନ କରିଥିବା ରାଜ୍ୟ ସରକାର ଟିକେଟ୍‌ ଖର୍ଚ୍ଚ ଦେବାକୁ ରାଜି ନହୁଅନ୍ତି ରାଜ୍ୟ ସରକାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ । ପରବର୍ତ୍ତୀ ସମୟରେ ପ୍ରବାସୀ ଶ୍ରମିକଙ୍କ କ୍ବାରେଣ୍ଟିନ୍‌ ପାଉଣାରୁ ଏହି ଅର୍ଥ କଟାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

Categories
ଆଜିର ଖବର

ଜୁନ୍‌ 30 ପର୍ଯ୍ୟନ୍ତ ଯାତ୍ରୀବାହୀ ଟ୍ରେନ୍‌ ବାତିଲ : ବୁକିଂ ଅର୍ଥ ଫେରସ୍ତ କରିବ ରେଳବାଇ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି। ଜୁନ୍‌ 30 ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନ୍‌କୁ ବାତିଲ୍‌ କରାଯାଇଥିବା ବେଳେ ଯାତ୍ରୀଙ୍କ ଅର୍ଥ ଫେରସ୍ତ କରାଯିବ ବୋଲି ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି। ସମସ୍ତ ଟିକେଟ୍‌କୁ ବାତିଲ କରାଯାଇଥିବା ବେଳେ ସଂଶୋଧିତ ନିୟମ ଅନୁଯାୟୀ ଟିକେଟ ବାତିଲ କଲେ ମିଳିବାକୁ ଥିବା ଅର୍ଥରାଶିରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଟିକେଟ୍‌ ବାତିଲ କଲେ ଫାଇନ୍‌ ବାବଦକୁ କିଛି ଅର୍ଥ କଟାଯାଉଥିବା ବେଳେ ବର୍ତ୍ତମାନ ଏହା ବିଲକୁଲ କଟାଯିବ ନାହିଁ। ଇ ଟିକେଟ୍‌ର ଅର୍ଥ ସ୍ବୟଂକ୍ରିୟ ଭାବରେ ଆକାଉଣ୍ଟକୁ ଆସିଯିବ ଏବଂ ଟିଡିଆର ଛ ମାସ ମଧ୍ୟରେ ଫାଇଲ୍‌ କରାଯାଇ ପାରିବ। ପୂର୍ବରୁ 3 ଦିନ ମଧ୍ୟରେ ଟିଡିଆର୍‌ ଫାଇଲ୍‌ କରିବାକୁ ପଡୁଥିଲା। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ପ୍ରବାସୀଙ୍କ ରେଳଭଡାକୁ ନେଇ ରାଜନୀତି ବନ୍ଦ କରନ୍ତୁ ସୋନିଆ : ଶିବ ଗୋପାଳ

ନୂଆଦିଲ୍ଲୀ : ପ୍ରବାସୀ ଶ୍ରମିକ ମାନଙ୍କୁ ନେବା ପାଇଁ ଚାଲୁଥିବା ଶ୍ରମିକ ସ୍ପେସିଆଲ ଟ୍ରେନ୍‌ର ଭଡାକୁ ନେଇ ସୋନିଆ ରାଜନୀତି କରନ୍ତୁ ନାହିଁ ବୋଲି ରେଳବାଇ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଶିବ ଗୋପାଳ ମିଶ୍ର କହିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ 115ଟି ଶ୍ରମିକ ସ୍ପେସିଆଲ ଟ୍ରେନ୍‌କୁ ମଞ୍ଜୁରୀ ଦିଆଯାଇଥିବା ବେଳେ ରେଳବାଇ କର୍ମୀଙ୍କ କଠିନ ପରିଶ୍ରମ କାରଣରୁ ଏହା ସଫଳ ହୋଇ ପାରୁଛି । ଏଭଳି ମହାମାରୀ ସମୟରେ ରେଳ ଚଳଚାଳ ଅସମ୍ଭବ ଲାଗୁଥିଲେ ମଧ୍ୟ ତାହା କରାଯାଉଛି । ତେଣୁ ଏଭଳି ସ୍ଥିତିରେ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଶସ୍ତା ରାଜନୀତି ବନ୍ଦ କରନ୍ତୁ ବୋଲି ମିଶ୍ର କହିଛନ୍ତି । ଯାତ୍ରୀଙ୍କ ଟିକେଟ ଖର୍ଚ୍ଚର 85 ପ୍ରତିଶତ କେନ୍ଦ୍ର ସରକାର ଏବଂ 15 ପ୍ରତିଶତ ରାଜ୍ୟ ସରକାର ବହନ କରୁଛନ୍ତି । ଏତଦ ବ୍ୟତିତ ଖାଦ୍ୟପେୟ, ସୁରକ୍ଷା ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ଖର୍ଚ୍ଚ ରେଳବାଇ ବହନ କରୁଛି ତେଣୁ କଂଗ୍ରେସର ଅନ୍ତରୀଣ ସଭାପତି ଶସ୍ତା ରାଜନୀତି କରିବା ବନ୍ଦ କରନ୍ତୁ ବୋଲି ମତ ଦେବା ସହିତ ସୋନିଆଙ୍କୁ ଚିଠି ଲେଖିଛନ୍ତି ଶିବ ଗୋପାଳ ମିଶ୍ର । (ଏଜେନ୍ସି)

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ମାଲ୍ ପରିବହନ ପାଇଁ ଭାରତୀୟ ରେଳବାଇ ପକ୍ଷରୁ ପ୍ରୋତ୍ସାହନ ଘୋଷଣା

ଭୁବନେଶ୍ବର : କୋଭିଡ଼୍‌-୧୯ ମହାମାରୀ ପରିପ୍ରେକ୍ଷିରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ନିମନ୍ତେ ପଣ୍ୟ ଉପଭୋକ୍ତାମାନଙ୍କୁ ସୁବିଧା ଯୋଗାଇବା ସହ ଲଜିଷ୍ଟିକ୍ ସହାୟତା ଯୋଗାଇଦେବା ନିମନ୍ତେ ରେଳ କର୍ତ୍ତୃପକ୍ଷ ଦୃଢ଼ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ମଧ୍ୟରେ ପଣ୍ୟ ଓ ପାର୍ସେଲ୍ ଟ୍ରାଫିକ୍ କ୍ଷେତ୍ରରେ ବିଳମ୍ବଶୁଳ୍କ, ରହଣି ମାହାସୁଲ, ଗଦାମାରିବା, ଦୃଢ଼କରି ରଖିବା ଏବଂ କଣ୍ଟେନର୍ ଟ୍ରାଫିକ୍ ନିମନ୍ତେ ବିଳମ୍ବଶୁଳ୍କ ଓ ଭିତ୍ତିଭୂମି ବ୍ୟବହାର ମୂଲ୍ୟ ଇତ୍ୟାଦି ବୃଦ୍ଧି କରିବ ନାହିଁ । ଏହି ନିର୍ଦ୍ଦେଶାବଳୀ ୨୨ ମାର୍ଚ୍ଚ ରୁ ୩ ମେ, ୨୦୨୦ ମଧ୍ୟରେ ଲାଗୁ ହେବ ।
ଉପଭୋକ୍ତାମାନଙ୍କୁ ଗୁଡ଼୍‌ସେଡ଼୍‌କୁ ବ୍ୟକ୍ତିଗତ ଭାବେ ନ ଆସିବା ଓ ପଞ୍ଜିକୃତ ପ୍ରକ୍ରିୟାକୁ ଅଧିକ ସୁବିଧାପ୍ରଦ କରିବାକୁ ପଣ୍ୟର ଚାହିଦା ହିସାବରେ ଇଲେକ୍‌ଟ୍ରୋନିକ୍ ପଞ୍ଜିକରଣ (ଇ.ଆଇ.ଡି.), ଇଲେକ୍‌ଟ୍ରୋନିକ୍ସ ଟ୍ରାନ୍‌ସ୍‌ମିସନ୍ ଦ୍ୱାରା ପଣ୍ୟ ପରିବହନ ସୂଚନା ବ୍ୟବସ୍ଥା (ଫୋଏସ୍‌) ମାଧ୍ୟମରେ ରେଲୱେ ରସିଦ୍ ପ୍ରଦାନ ଏବଂ ପଣ୍ୟ ବିତରଣ ଇ.ଟି.ଆର୍‌.ଆର୍‌ର ଇ-ସରେଣ୍ଡର ମାଧ୍ୟମରେ କରାଯିବ । ଏହି ସୁବିଧା ପଣ୍ୟ ସହାୟତାକାରୀ, ଲୌହ ଏବଂ ଇସ୍‌ପାତ୍‌, ଲୁହାପଥର ଓ ଲୁଣ ପରିବହନକୁ ମଧ୍ୟ ଯୋଗାଇ ଦିଆଯିବ ।

ରେଲୱେ ରସିଦ୍ (ଆର୍‌.ଆର୍‌)ବିନା ପଣ୍ୟ ସାମଗ୍ରୀ ପ୍ରଦାନ :
୧. ଇଲେକ୍‌ଟ୍ରୋନିକ୍ସ ପଞ୍ଜିକରଣ ଦ୍ୱାରା ରେଲୱେ ରସିଦ୍ (ଇ.ଟି.ଆର୍‌.ଆର୍‌)ର ଇ-ସରେଣ୍ଡର ଦ୍ୱାରା ସାମଗ୍ରୀ ପ୍ରଦାନ କରାଯାଇଛି ସେଠାରେ ଯେତେଦୂର ସମ୍ଭବ ଇଲେକ୍‌ଟ୍ରୋନିକ୍ସ ରେଲୱେ ରସିଦ୍ ପ୍ରଦାନ କରାଯିବ ।
୨. ସାଧାରଣତଃ ଇଲେକ୍‌ଟ୍ରୋନିକ୍ସ ରହିତ ରେଲୱେ ରସିଦ୍ (ଯେପରି ପେପର୍ ଆର୍‌.ଆର୍‌.) ହୋଇଥିବ ତେବେ ମାଲ୍‌ଗ୍ରହିତା ବା ନେବା ବ୍ୟକ୍ତିର ନାମ, ପଦବୀ, ଆଧାରକାର୍ଡ଼, ପାନ୍‌, ଜିଏସ୍‌ଟିଏନ୍ ନମ୍ବର ମାଲ୍ ପ୍ରେରକଙ୍କ ଠାରୁ ନିଆଯାଇ ଲକ୍ଷ୍ୟସ୍ଥାନକୁ ଜଣାଇ ଦିଆଯିବ ଏବଂ ଟ୍ରେନ୍ ପରିଚାଳନା ପଦ୍ଧତି (ଟିଏମ୍‌ଏସ୍‌)ରେ ଏହାର ସମୁଦାୟ ଯାଞ୍ଚ କଲାପରେ ସାମଗ୍ରୀ ପ୍ରଦାନ କରାଯିବ ଏବଂ ରେଲୱେ ରସିଦ୍‌ର ଫାକ୍ସ/ସ୍କାନ୍‌ଡ୍‌/ଫଟୋକପି ରଖିବା ସହିତ ଯଦି କୌଣସି ପ୍ରକାର ଦାବୀ ଉଠେ ସେଥିପାଇଁ ଦାୟୀ ରହିବି ବୋଲି ଏକ ବିନାଷ୍ଟାମ୍ପ୍‌ରେ କ୍ଷତିପୂରଣ ନୋଟ୍ ସଂଗ୍ରହ କରାଯିବ ।
୩. ପୁନଶ୍ଚ, ଯଦି ସ୍ୱ-ରେଲୱେ ରସିଦ୍ (ଆର୍‌.ଆର୍‌) କିମ୍ବା ମାଲ୍ ପ୍ରେରକ ଓ ମାଲ୍ ଗ୍ରହିତା ସମାନ ବ୍ୟକ୍ତି ହୋଇଥିବେ ସେ ସ୍ଥାନରେ ମାଲ୍ ବୋଝେଇ ଆରମ୍ଭ ରେଳ ମଣ୍ଡଳ ମାଲ୍ ଗ୍ରହିତା ଯିଏ କି ଲକ୍ଷ୍ୟ ସ୍ଥାନରେ ମାଲ୍ ଗ୍ରହଣ କରିବ ତାଙ୍କ ନାମ ବିଧିବଦ୍ଧ ଭାବେ ଅନୁମୋଦନ କରି ମାଲ୍ ପ୍ରେରକ ବ୍ୟକ୍ତିଙ୍କ ଠାରୁ ମୂଳକପି ଫେରେଇ ନେବା ସହିତ ଲକ୍ଷ୍ୟ ଷ୍ଟେସନ୍‌କୁ ତାଙ୍କ ନାମ, ପାନ୍‌, ଆଧାର ଏବଂ ଜିଏସ୍‌ଟିଏନ୍ ନମ୍ବର ନେଇ ଅବଗତ କରାଇବେ । ଲକ୍ଷ୍ୟ ସ୍ଥାନ ଷ୍ଟେସନ୍ ବିଧିବଦ୍ଧ ଯାଞ୍ଚ କରି ବ୍ୟକ୍ତିଗତ ସହ ଉପଯୁକ୍ତ ପଦ୍ଧତିରେ ବିତରଣ କରିବେ । ମାଲ୍ ପ୍ରେରଣ ରେଳ ମଣ୍ଡଳ  “ବିନା ଦାବୀ ଘୋଷଣାପତ୍ର ଗ୍ରହଣ କରିବେ ଯେହେତୁ ଅଣ୍ଡରଫୋର୍ସ ମେଜର୍ ଲାଗୁ କରାଯାଇଛି ତେଣୁ ଏହି ପଦ୍ଧତି ଅନୁସରଣ କରାଯିବ । ଏହି ନିର୍ଦ୍ଦେଶାବଳୀ ୩ ମେ, ୨୦୨୦ ପର୍ଯ୍ୟନ୍ତ ଲାଗୁ ହେବ ।

କଣ୍ଟେନର୍ ଟ୍ରାଫିକ୍‌କୁ ଉତ୍ସାହିତ କରିବାକୁ ନୀତି ନିର୍ଦ୍ଧାରଣ :
୧. ୨୪ ମାର୍ଚ୍ଚ ୨୦୨୦ ଠାରୁ ୩ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଖାଲି କଣ୍ଟେନର୍ ଓ ଖାଲି ଫ୍ଲାଟ୍‌ସ ଚଳାଚଳ ପାଇଁ ଚଳାଚଳ ଖର୍ଚ୍ଚ ଉପରେ କର ଧାର୍ଯ୍ୟ କରାଯିବ ନାହିଁ । ଆଶା କରାଯାଏ ଯେ, ଏହା କେବଳ ଭାରତୀୟ ରେଳପଥ ଉନ୍ନତି କରିବନି ଏହା ରପ୍ତାନୀ ସହାୟତା ଦ୍ୱାରା ଅର୍ଥନୀତିକ ବିକାଶ ଘଟିବ ।
୨. କଣ୍ଟେନର୍ ଟ୍ରାଫିକ୍ ପାଇଁ ବ୍ୟୟ କରିବାକୁ ହବ୍ ଓ ସ୍ପୋକ୍ ପଦ୍ଧତିରେ ରିହାତି ଦିଆଯିବ । କରୋନା ଭୂତାଣୁର ପ୍ରଭାବ ଫଳରେ ବୋଝେଇ ମାଲ୍ ଖଲାସ ପାଇଁ ବିଳମ୍ବ ଯୋଗୁଁ ଇନ୍‌ଲ୍ୟଣ୍ଡ୍ କଣ୍ଟେନର୍ ଡିପୋ (ଆଇ.ସି.ଡି.) ବାଧାପ୍ରାପ୍ତ ହୋଇଥିବା ଦୃଷ୍ଟିରୁ ଟେଲିସ୍‌ସ୍କୋପିକ୍ ସୁବିଧା ପାଇବା ପାଇଁ ପାଞ୍ଚ ଦିନରୁ ପନ୍ଦର ଦିନକୁ ଏହାର ଲିମିଟ୍ ବଢ଼େଇ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ଯାହା ୧୬ ଏପ୍ରିଲ୍ ଠାରୁ ୩୦ ମେ, ୨୦୨୦ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ମାଲ୍ ପରିବହନରେ କୋହଳ :
୧.ଆନ୍ତଃ ଜୋନ୍ ଓ ଜୋନାଲ୍‌ମାଧ୍ୟମ ଟ୍ରାଫିକ୍ ନିମନ୍ତେ ୬୦୦ କି.ମି.ର ମିନିରେକ୍ (ଜୋନାଲ୍ ମାଧ୍ୟମ ଟ୍ରାଫିକ୍ ପାଇଁ ୧୦୦୦ କି.ମି.) ଥିବା ଦୂରତା ଅବରୋଧକୁ ୧୫୦୦ କି.ମି. ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
୨. ରେକ୍ ବୋଝେଇର ଦୁଇସ୍ଥାନରୁ ବିନାଭିଡ଼ ସମୟରେ ୨୦୦ କି.ମି. ଏବଂ ଭିଡ଼ ସମୟରେ ୪୦୦ କି.ମି. ଦୂରତା ଅବରୋଧକୁ କୋହଳ କରି ବର୍ତ୍ତମାନ ୫୦୦ କି.ମି. ପର୍ଯ୍ୟନ୍ତ ଯେକୌଣସି ସମୟରେ ମାଲ୍ ପରିବହନ କରିହେବ ।
୩. ଟ୍ରେନ୍ ଲୋଡ଼୍ ସୁବିଧା ଅନୁଯାୟୀ ମିନିମମ୍ ନମ୍ବର ୱାଗନ୍ ବୋଝେଇକୁ ବର୍ତ୍ତମାନ ବିସିଏନ୍‌ଏଚ୍‌ଏଲ୍ ୱାଗନ୍ ୫୭ଟି ରୁ ୪୨ଟି ୱାଗନ୍‌କୁ କମ୍ କରାଯାଇଛି, ଯାହା ମୁଖ୍ୟତଃ ବ୍ୟାଗ୍‌ଡ଼୍ ସାମଗ୍ରୀ ଯଥା ଖାଦ୍ୟଶସ୍ୟ, କୃଷିଜାତ ଉତ୍ପାଦ ପିଆଜ ଇତ୍ୟାଦି ନିମନ୍ତେ ବ୍ୟବହାର କରାଯାଉଥିଲା । ଏହି କୋହଳ ବ୍ୟବସ୍ଥା ୩୦ ସେପ୍ଟେମ୍ବର, ୨୦୨୦ ପର୍ଯ୍ୟନ୍ତ ବଳବତ୍ତର ରହିବ ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

୨୦ ହଜାର ବଗିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରିବ ଭାରତୀୟ ରେଳବାଇ

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ପକ୍ଷରୁ ମଙ୍ଗଳବାର ଦିନ ଏକ ବଡ ଘୋଷଣା କରାଯାଇଛି । ଏହି ଘୋଷଣା ଅନୁଯାୟୀ ଭାରତୀୟ ରେଳବାଇ ପକ୍ଷରୁ ଏହାର ୨୦ ହଜାର ବଗିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରିବ । ବିଭିନ୍ନ ଯାତ୍ରୀବାହୀ ଟ୍ରେନ୍‌ର ବଗି ଗୁଡିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରାଯିବ । ଏହା ଦ୍ୱାରା ପ୍ରାୟ ୩.୨ ଲକ୍ଷ ଲୋକ ଉପକୃତ ହୋଇପାରିବେ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ୫ ହଜାର ବଗିକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରାଯାଉଥିବା ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସେହିପରି ସମସ୍ତ ରେଳବାଇ ଜୋନ୍‌ରେ ଏହି ବ୍ୟବସ୍ଥା ଲାଗୁ କରାଯିବ । ଏନେଇ ଆୟୁଷ୍ମାନ ଭାରତ, ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ସହିତ ଆଲୋଚନା ଚାଲିଥିବା କୁହାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

୧୧ ହଜାର ପ୍ୟାକେଟ୍ ଖାଦ୍ୟ ବଣ୍ଟନ କଲା ଭାରତୀୟ ରେଳବାଇ

ମୁମ୍ବାଇ : ସମଗ୍ର ଦେଶ ଲକ୍‌ଡାଉନ୍‌ରେ ରହିଥିବା ବେଳେ ଭାରତୀୟ ରେଳବାଇ ସହାୟତାର ହାତ ବଢାଇଛି । ସମଗ୍ର ଦେଶରେ ଭାରତୀୟ ରେଳବାଇ ପକ୍ଷରୁ ୧୧ ହଜାର ପ୍ୟାକେଟ୍ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । ରେଳବାଇର ରହିଥିବା ୨୫ଟି ଆଇଆରସିଟିସି କିଚନେ୍‌ରେ ଏହି ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା । ରେଳବାଇ ପକ୍ଷରୁ ଦିଲ୍ଲୀରେ ୫୦୩୦, ବେଙ୍ଗାଲୁରୁରେ ୨୦୦୦, ହୁବଳୀରେ ୭୭୦, ବମ୍ବେ ସେଣ୍ଟ୍ରାଲରେ ୧୫୦୦, ହାଓଡା ଏବଂ ସିଆଲଦାହରେ ୫୦୦, ଟାଟା ଏବଂ ପାଟନାରେ ୪୦୦, ରାଞ୍ଚିରେ ୩୦୦ ଏବଂ କାଠିଆରରେ ୨୦୦ ଜଣଙ୍କୁ ଏହି ଖାଦ୍ୟ ବଣ୍ଟନ କରାଯାଇଥିଲା । ଆରପିଏଫ୍ ପକ୍ଷରୁ ଏହି ଖାଦ୍ୟ ବୁଲିବୁଲି ବଣ୍ଟନ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ରେଳବାଇ ପକ୍ଷରୁ ଏହାର ସମସ୍ତ ଉତ୍ପାଦନ ୟୁନିଟ୍‌କୁ ବନ୍ଦ ରଖାଯାଇ ସାନିଟାଇଜର ଏବଂ ମାସ୍କ ର୍ନିମାଣରେ ନିୟୋଜନ କରାଯାଇଛି ।

Categories
ଆଜିର ଖବର

ଜନତା କର୍ଫ୍ୟୁ ପାଇଁ ବନ୍ଦ ରହିବ ଟ୍ରେନ୍‌ ଚଳାଚଳ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ରବିବାର ଜନତା କର୍ଫ୍ୟୁ କାରଣରୁ ବିଭିନ୍ନ ଟ୍ରେନ୍‌ ଚଳାଚଳ ବନ୍ଦ ରଖାଯାଇଛି । ଭାରତୀୟ ରେଳବାଇ ପକ୍ଷରୁ ସମସ୍ତ ଟ୍ରେନ୍‌ ଚଳାଚଳ ବନ୍ଦ ରଖାଯିବ । 22 ତାରିଖ ଭୋର ଚାରିଟାରୁ 22 ତାରିଖ ରାତି 10 ଟା ପର୍ଯ୍ୟନ୍ତ ଏହି ଟ୍ରେନ୍‌ ଚଳାଚଳ ଉପରେ ରୋକ୍‌ ଲଗାଯାଇଛି । ଉଲ୍ଲେଖଯୋଗ୍ୟ ଯେ, କୋରୋନା ଭାଇରସ୍‌ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଜନତା କର୍ଫ୍ୟୁର ଆହ୍ବାନ ଦେଇଥିଲେ । ସକାଳ7ଟାରୁ ରାତି 9ଟା ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତି ନିଜ ଘରେ ବନ୍ଦ ରହିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ ।

Categories
ଆଜିର ଖବର ବିଶେଷ ଖବର

କୋରୋନା ସଂକ୍ରମଣକୁ ଏଡ଼ାଇବା ନିମନ୍ତେ ପୂର୍ବ ତଟ ରେଳପଥ ପକ୍ଷରୁ ପ୍ରତିଶେଧକ ବ୍ୟବସ୍ଥା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : କୋରୋନା ଭାଇରସ୍‌ ସଙ୍କ୍ରମଣକୁ ଏଡାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନୂତନ ବ୍ୟବସ୍ଥା ଘୋଷଣା କରାଯାଇଛି । ଏହି ପଦକ୍ଷେପ ସ୍ବରୂପ ଟ୍ରେନ୍ କୋଚ୍ ଗୁଡ଼ିକରେ ପ୍ରତିସଂକ୍ରମଣ ବା ଜୀବାଣୁ ନାଶ ପ୍ରକ୍ରିୟାକୁ ତୀବ୍ରତର କରାଯାଇଛି । ଯାତ୍ରୀମାନଙ୍କୁ ଜ୍ୱର କିମ୍ବା କଫ ଥିଲେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ଖୋଲାଥିବା ସାହାଯ୍ୟ କେନ୍ଦ୍ର ନିକଟରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଉଛି । ଷ୍ଟେସନମାନଙ୍କରେ ଯାଞ୍ଚ୍ ବୁଥ୍ ବା ସ୍କ୍ରିନିଙ୍ଗ୍ ବୁଥ୍ ଖୋଲିବା ନିମନ୍ତେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । କୋରୋନା ସନ୍ଦିଗ୍ଧମାନଙ୍କୁ ନିକଟସ୍ଥ ହସ୍‌ପିଟାଲକୁ ନେବା ପାଇଁ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନମାନଙ୍କରେ ଆମ୍ବୁଲାନ୍ସ୍ ସେବା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯିବ । କୋରୋନା ଭୂତାଣୁର ସଂକ୍ରମଣକୁ ରୋକିବା ଓ ନିୟନ୍ତ୍ରଣ କରିବା ନିମନ୍ତେ ପୂର୍ବ ତଟ ରେଳପଥ ପକ୍ଷରୁ ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡକାଯାଇ ନିମ୍ନଲିଖିତ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

୧. ପୂର୍ବ ତଟ ରେଳପଥ, ଗୁରୁତ୍ୱପୂର୍ଣ୍ଣ ଷ୍ଟେସନମାନଙ୍କରେ ଥିବା ସହାୟତା କେନ୍ଦ୍ରରେ ଯାଞ୍ଚ୍ ସୁବିଧା ବସାଇବା ନିମନ୍ତେ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଛି । ରାଜ୍ୟ ସରକାରଙ୍କ ଡାକ୍ତରମାନଙ୍କୁ ଯାଞ୍ଚ ପ୍ରକ୍ରିୟାରେ ସମସ୍ତ ପ୍ରକାର ଯନ୍ତ୍ରପାତି ଓ ସୁବିଧାସୁଯୋଗ ଯୋଗାଇଦେବାକୁ ପ୍ରସ୍ତାବ ଦେଇଛି ।
୨. ବହୁସଂଖ୍ୟାରେ ଆସୁଥିବା ଯାତ୍ରୀମାନଙ୍କୁ ନିୟନ୍ତ୍ରଣ କରି ଯାଞ୍ଚ୍ କରିବାକୁ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନମାନଙ୍କରେ ଥର୍ମାଲ ସ୍କ୍ରିନିଂ ପାଇଁ ଇନ୍‌ଫ୍ରାରେଡ୍ ଥର୍ମୋମିଟର ଯୋଗାଇ ଦିଆଯିବ । ଖୋର୍ଦ୍ଧା ରୋଡ଼, ସମ୍ବଲପୁର ଓ ୱାଲ୍ଟିୟର ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକମାନଙ୍କୁ ଏଥି ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।
୩. ଟ୍ରେନ୍ କୋଚ୍ ଏବଂ ପାଇଖାନା ଗୁଡ଼ିକୁ ଜୀବାଣୁ ନାଶ ନିମନ୍ତେ ସ୍ୱତନ୍ତ୍ୱ ଗୁରୁତ୍ୱ ପ୍ରଦାନ କରାଯାଇଛି ।
୪. ଯେଉଁ ସ୍ଥାନରେ କର୍ମଚାରୀମାନେ ବହୁଲୋକଙ୍କ ସଂସ୍ପର୍ଷରେ ଆସୁଛନ୍ତି ଯଥା ବୁକିଂ ଏବଂ ଆରକ୍ଷଣ କେନ୍ଦ୍ରଗୁଡ଼ିକୁ ସ୍ୱତନ୍ତ୍ରଭାବେ ସ୍ପର୍ଶକାତର କରିବା (ସେନ୍‌ସିଟାଇଜ୍‌) ସହ ପରିସ୍କାର ପରିଚ୍ଛନ୍ନ ରଖାଯାଉଛି । ଟ୍ରେନ୍‌ରେ ଯାତ୍ରା କରୁଥିବା ଟିକେଟ୍ ପରୀକ୍ଷକମାନଙ୍କୁ ମଧ୍ୟ ସେହିଭଳି ସେନ୍‌ସିଟାଇଜ୍ କରାଯାଉଛି ।
୫. ପୂର୍ବ ତଟ ରେଳପଥର ସମସ୍ତ ୩ଟି ରେଳ ମଣ୍ଡଳରେ ପୃଥକ/ସଂଗରୋଧ (ଆଇସୋଲେସନ୍‌/କ୍ୱାରେଣ୍ଟାଇନ୍‌) ସୁବିଧା ପ୍ରଦାନ କରାଯାଇଛି ।
୬. ଯେଉଁ ରେଳ କର୍ମଚାରୀମାନେ ନିକଟ ଅତୀତରେ ବିଦେଶ ଯାତ୍ରା କରିଛନ୍ତି ସେମାନଙ୍କୁ ଯାଞ୍ଚ୍ କରିବା ସହ ପୃଥକ ଭାବେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
୭. ସମସ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ବଡ଼ବଡ଼ ଷ୍ଟେସନମାନଙ୍କରେ କୋଭିଦ୍‌-୧୯ କେସ୍‌କୁ ନିୟନ୍ତ୍ରଣ କରିବାଭଳି ସୁବିଧା ସହ ନିକଟସ୍ଥ ଡାକ୍ତରଖାନାକୁ ସନ୍ଦିଗ୍ଧଙ୍କୁ ପରିବହନ କରିବା ନିମନ୍ତେ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି ।
୮. କୋଭିଦ୍‌-୧୯କୁ ନିୟନ୍ତ୍ରଣ କରିବା ନିମନ୍ତେ ସମସ୍ତ ପ୍ରକାର ଜରୁରୀକାଳୀନ ଉପକରଣ ବା ଯନ୍ତ୍ରପାତି କିଣିବା ନିମନ୍ତେ ସମସ୍ତ ମଣ୍ଡଳ ରେଳ ପ୍ରବନ୍ଧକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
୯. ଭାରତ ସରକାର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମହାପ୍ରବନ୍ଧକ ନିର୍ଦ୍ଦେଶ ଦେଇଛନ୍ତି । ଏହିଭଳି ଏକ ଜରୁରୀ ପରିସ୍ଥିତିରେ ସରକାରଙ୍କୁ ସମସ୍ତେ ସହଯୋଗ କରିବାକୁ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଅନୁରୋଧ ଜଣାଇଛନ୍ତି ।

Categories
ଜୀବନ ଶୈଳୀ ବିଶେଷ ଖବର

ରେଳଡ଼ବାର ଅବ୍ୟବହୃତ ପଦାର୍ଥରୁ ଅନନ୍ୟ କଳାକୃତି

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଭୁବନେଶ୍ୱର ଠାରେ ନୂତନ ଜ୍ଞାନକୌଶଳ ପ୍ରୟୋଗ ସହିତ ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନା ଠାରେ ନୂତନ ଭାବେ ସ୍ଥାପିତ ସରକାରୀ ସ୍ତରରେ ଦେଶର ପ୍ରଥମ ବର୍ଜ୍ୟବସ୍ତୁରୁ ଉର୍ଜା ବା ଇନ୍ଧନ ପ୍ଲାଣ୍ଟ ନିର୍ମାଣ କରି ଇତିହାସ ସୃଷ୍ଟିକରିଛି। ପୂର୍ବତଟ ରେଳପଥ ଏହାର ରେଳ ଇଞ୍ଜିନର ଅବ୍ୟବହୃତ ସରଞ୍ଜାମ ଗୁଡିକୁ ଏକ ଅନନ୍ୟ ଉପାୟରେ ଉପଯୋଗ କରି ଆହୁରି ଗୋଟିଏ ପରିବର୍ତ୍ତନ ଆଣିବାକୁ ପଦକ୍ଷେପ ଗ୍ରହଣ କରିଛି। ଯାହାଦ୍ୱାରା ଅବ୍ୟବହୃତ ପଦାର୍ଥ ଗୁଡିକୁ ନଷ୍ଟ ନକରି ପରିବେଷର ସୌନ୍ଦର୍ଯ୍ୟକରଣ ପାଇଁ ବିନିଯୋଗ କରିବାର ମାର୍ଗ ଦେଖାଇଛନ୍ତିI

ରେଳ ସଦନ ମୁଖ୍ୟ ଫାଟକ ସାମ୍ନା ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ନିଶ୍ଚିତ ଭାବେ ଅଦରକାରୀ ଓ ଅବ୍ୟବହୃତ ରେଳ ଇଞ୍ଜିନ ସରଞ୍ଜାମ ଦ୍ୱାରା ନିର୍ମାଣ କରାଯାଇଥିବା କଳାକୃତି ପ୍ରତି ଆକୃଷ୍ଟ ହେବେ ଏବଂ ସେମାନଙ୍କର କିଛି ସମୟ ଏହି ପ୍ରତିଭାକୁ ନିଖୁଣ ଭାବରେ ଧ୍ୟାନ ଦେବେ। ଏହି କଳାକୃତି ସବୁ ଅବ୍ୟବହୃତ ଡିଜେଲ ରେଳ ଇଞ୍ଜିନ ସରଞ୍ଜାମ ଯଥା ମେଟାଲ, ନଟ ବୋଲ୍ଟ ଗୁଡିକୁ ୱେଲଡିଙ୍ଗ କରାଯାଇ ଅତି ନିଖୁଣ ଭାବରେ ମନୁଷ୍ୟକୃତି ପ୍ରତିଛବି ଓ କାରୁକାର୍ଯ୍ୟରେ ରୂପାନ୍ତରିତ କରାଯାଇଅଛି କେହି କଳ୍ପନା ମଧ୍ୟ କରିପାରିବେ ନାହିଁ। ଡିଜେଲ ରେଳ ଇଞ୍ଜିନର ଅବ୍ୟବହୃତ ପଦାର୍ଥ ଯଥା କ୍ୟାମ ଗିୟର, ସିଲିଣ୍ଡର ଲାଇନର, ଏକଜଷ୍ଟ ମାନିଫୋଲଡ଼, କୁଲିଙ୍ଗ ଟିୟୁବ, ପିଷ୍ଟନ କ୍ୟାରିୟର ସହିତ ରଡ଼ ଓ ସ୍ପ୍ରିଙ୍ଗ, ସେଣ୍ଟୀଫ୍ୟୁଗ କଭର, ଏୟାର ବକ୍ସ କଭର, ଵ୍ୟାଗି ଫିଲ୍ଟର ରଡ଼, ବେରିଙ୍ଗ, ବୋଲ୍ଟ ହେଡ଼, ଏଣ୍ଡ ପ୍ଲେଟ ଓ ଫିଲ୍ଟର ନେଟ ବ୍ୟବହୃତ କରାଯାଇଅଛି ଯାହାକି ଅଦରକାରୀ ଓ ଅବ୍ୟବହୃତ ବସ୍ତୁ ଅଟେ ଏବଂ ଏହାକୁ ମାନବ ପ୍ରତିଛବି ଓ କଳାକୃତୀରେ ରୂପାନ୍ତରିତ କରାଯାଇଅଛି।

ବିଶାଖାପାଟଣା ସ୍ଥିତ ଡିଜେଲ ଲୋକୋ ଶେଡ଼ ଦ୍ୱାରା ଏହି କାର୍ଯ୍ୟ ପନ୍ଥାକୁ ଏକ ଦକ୍ଷତା ଓ କୌଶଳ ବିକାଶ କାର୍ଯ୍ୟକ୍ରମ କହିଲେ ଅତ୍ୟୁକ୍ତି ହେବନାହିଁ। ଅବସର ବିନୋଦନ ସମୟରେ କାର୍ମଚାରୀମାନେ ଏହିଭଳି କାର୍ଯ୍ୟ କରିବା ପ୍ରତି ଆଗଭର ହେଉଥିବାବେଳେ ଅନ୍ୟମାନଙ୍କୁ ଏହି ପ୍ରକାର କଳାକୃତି ଶିଖାଇବାପାଇଁ ମଧ୍ୟ ପ୍ରୟାସ କରୁଛନ୍ତି। ସେମାନେ ମଧ୍ୟ ଏହିଭଳି କଳାକୃତିକୁ ସେମାନଙ୍କର କାର୍ଯ୍ୟସ୍ଥଳ ମାନଙ୍କରେ ସ୍ଥାପନ କରିବା ସହିତ ଅଦରକାରୀ ଓ ଅବ୍ୟବହୃତ ପଦାର୍ଥ ଗୁଡ଼ିକରୁ ବିଭିନ୍ନ ପ୍ରକାର ପ୍ରତିଛବି କାରୁକାର୍ଯ୍ୟ ଯଥା ପଶୁପକ୍ଷୀ, ମାନବ ଓ ସଂସ୍କୃତିର ଛାପ, ଗାଡିମଟର ସହିତ ବହୁ କଳାକୃତି ନିର୍ମାଣ କରିଛନ୍ତି। ପରିବେଶକୁ ସୌନ୍ଦର୍ଯ୍ୟକରଣ କରିବା ସହିତ ପରିବେଶ ପ୍ରତି ଧ୍ୟାନଦେଇ କାରଖାନାରୁ ବାହାରୁଥିବା ଅଦରକାରୀ ଓ ଅବ୍ୟବହୃତ ବସ୍ତୁ ଗୁଡିକୁ ନେଇ ବିଭିନ୍ନ କଳାକୃତି ନିର୍ମାଣ କରାଯାଇ ଏଗୁଡ଼ିକୁ ବିଶାଖାପାଟଣା ରେଳ ଷ୍ଟେସନ, ରେଳବାଇ ଷ୍ଟାଡିୟମ ଓ ଡିଜେଲ ଲୋକୋ ଶେଡ଼ ମାନଙ୍କରେ ସ୍ଥାପନ କରାଯାଇଅଛି ଏବଂ ଅବ୍ୟବହୃତ ବସ୍ତୁରି ନିର୍ମିତ କିଛି କଳାକୃତିକୁ ଅଳ୍ପଦିନ ମଧ୍ୟରେ ଅରାକୁ ଷ୍ଟେସନ ଠାରେ ସ୍ଥାପନ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ବଜେଟ୍‌ ମୁଖ୍ୟାଂଶ : 1150ଟି ନୂତନ ଟ୍ରେନ୍‌ ଚଳାଚଳ ନେଇ ଘୋଷଣା

ନୂଆଦିଲ୍ଲୀ : ଶନିବାର ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଭାରତୀୟ ରେଳବାଇର ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଡିଜିଟାଲ୍‌ ଇଣ୍ଡିଆ ଯୋଜନାରେ ଓ୍ବାଇଫାଇ ଏବଂ ଅନ୍ୟାନ୍ୟ ଆନୁଷାଙ୍ଗିକ 550 ବ୍ୟବସ୍ଥା ପ୍ରଚଳନ ନେଇ ଘୋଷଣା କରାଯାଇଛି । ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳକୁ ଦ୍ରୁତଗାମୀ ଟ୍ରେନ୍‌ ତେଜସ୍‌ ଜରିଆରେ ସଞ୍ଜୋଗ କରାଯିବ । ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ଏକ ଦ୍ରୁତଗାମୀ ଟ୍ରେନ୍‌ ଚଳାଚଳ ନେଇ ଘୋଷଣା କରାଯାଇଛି । ଘରୋଇ ଟ୍ରେନ୍‌ ଚଳାଚଳ କ୍ଷେତ୍ରରେ 1150ଟି ନୂତନ ଟ୍ରେନ୍‌ ଚଳାଚଳ କରାଯିବ ବୋଲି ଘୋଷଣା କରାଯାଇଛି । ସେହିପରି ବିଭିନ୍ନ କୃଷିଜାତ ସାମଗ୍ରୀର ପରିବହନ ନିମନ୍ତେ କିଷାନ ରେଲ ସେବାର ପ୍ରଚଳନ ନିମନ୍ତେ ଘୋଷଣା କରାଯାଇଛି । 2700 କିମିର ରେଳପଥ ବିଦ୍ୟୁତୀକରଣ ନେଇ ବଜେଟରେ ଘୋଷଣା କରାଯାଇଛି ।

ବ୍ୟାଙ୍କ୍‌ ଜମାକାରୀଙ୍କୁ ଅଧିକ ସୁରକ୍ଷା ପାଇଁ ଜମାକାରୀଙ୍କ ଜମା ରାଶିକୁ ଅଧିକ ସୁରକ୍ଷିତ କରିବାକୁ ସରକାରଙ୍କ ପକ୍ଷରୁ ନୂତନ ଘୋଷଣା କରାଯାଇଛି । ଏହିକ୍ରମରେ 1 ଲକ୍ଷ ଟଙ୍କା ଯାଏ ମିଳୁଥିବା ବୀମା ରାଶିକୁ 5ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି । ଏହାଦ୍ଵାରା ଯଦି ବ୍ୟାଙ୍କ୍‌ ଦେବାଳିଆ ଘୋଷିତ ହୁଏ ତେବେ ସମ୍ପୃକ୍ତ ବ୍ୟାଙ୍କ ଗ୍ରାହକଙ୍କୁ 5 ଲକ୍ଷ ଟଙ୍କା ଜମାରାଶି ଯାଏ ଅର୍ଥ ଫେରାଇବାକୁ ବାଧ୍ୟ ହେବ ।

Categories
ଆଜିର ଖବର

Piyush Goyal to hold Finance Ministry portfolio during indisposition of Jaitley

New Delhi, Jan 23 (UNI)  President Ram Nath Kovind on Wednesday temporarily assigned the portfolio of Finance and Corporate Affairs Ministry to Piyush Goyal during the period of indisposition of Arun Jaitley.

“The President of India, as advised by the Prime Minister, hereby directed that during the period of indisposition of Mr Arun Jaitley, Minister, the portfolios of Minister of Finance and Minister of Corporate Affairs held by him, be temporarily assigned to Mr Piyush Goyal, in addition to his existing portfolios,”  a Rashtrapati bhawan communique said.

“Further, as advised by the Prime Minister, Mr Arun Jaitley be designated as Minister without portfolio during the period of his indisposition or till such time he is able to resume his work as Minister of Finance and Minister of Corporate Affairs,” the communique added.

Mr Jaitley had recently left for abroad for a medical check up.