ବଜେଟ୍‌ ମୁଖ୍ୟାଂଶ : 1150ଟି ନୂତନ ଟ୍ରେନ୍‌ ଚଳାଚଳ ନେଇ ଘୋଷଣା

Published: Feb 1, 2020, 3:48 pm IST

ନୂଆଦିଲ୍ଲୀ : ଶନିବାର ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଭାରତୀୟ ରେଳବାଇର ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଡିଜିଟାଲ୍‌ ଇଣ୍ଡିଆ ଯୋଜନାରେ ଓ୍ବାଇଫାଇ ଏବଂ ଅନ୍ୟାନ୍ୟ ଆନୁଷାଙ୍ଗିକ 550 ବ୍ୟବସ୍ଥା ପ୍ରଚଳନ ନେଇ ଘୋଷଣା କରାଯାଇଛି । ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳକୁ ଦ୍ରୁତଗାମୀ ଟ୍ରେନ୍‌ ତେଜସ୍‌ ଜରିଆରେ ସଞ୍ଜୋଗ କରାଯିବ । ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ଏକ ଦ୍ରୁତଗାମୀ ଟ୍ରେନ୍‌ ଚଳାଚଳ ନେଇ ଘୋଷଣା କରାଯାଇଛି । ଘରୋଇ ଟ୍ରେନ୍‌ ଚଳାଚଳ କ୍ଷେତ୍ରରେ 1150ଟି ନୂତନ ଟ୍ରେନ୍‌ ଚଳାଚଳ କରାଯିବ ବୋଲି ଘୋଷଣା କରାଯାଇଛି । ସେହିପରି ବିଭିନ୍ନ କୃଷିଜାତ ସାମଗ୍ରୀର ପରିବହନ ନିମନ୍ତେ କିଷାନ ରେଲ ସେବାର ପ୍ରଚଳନ ନିମନ୍ତେ ଘୋଷଣା କରାଯାଇଛି । 2700 କିମିର ରେଳପଥ ବିଦ୍ୟୁତୀକରଣ ନେଇ ବଜେଟରେ ଘୋଷଣା କରାଯାଇଛି ।

ବ୍ୟାଙ୍କ୍‌ ଜମାକାରୀଙ୍କୁ ଅଧିକ ସୁରକ୍ଷା ପାଇଁ ଜମାକାରୀଙ୍କ ଜମା ରାଶିକୁ ଅଧିକ ସୁରକ୍ଷିତ କରିବାକୁ ସରକାରଙ୍କ ପକ୍ଷରୁ ନୂତନ ଘୋଷଣା କରାଯାଇଛି । ଏହିକ୍ରମରେ 1 ଲକ୍ଷ ଟଙ୍କା ଯାଏ ମିଳୁଥିବା ବୀମା ରାଶିକୁ 5ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି । ଏହାଦ୍ଵାରା ଯଦି ବ୍ୟାଙ୍କ୍‌ ଦେବାଳିଆ ଘୋଷିତ ହୁଏ ତେବେ ସମ୍ପୃକ୍ତ ବ୍ୟାଙ୍କ ଗ୍ରାହକଙ୍କୁ 5 ଲକ୍ଷ ଟଙ୍କା ଜମାରାଶି ଯାଏ ଅର୍ଥ ଫେରାଇବାକୁ ବାଧ୍ୟ ହେବ ।

Related posts