ରେଳ ଧାରଣା ଉପରେ ଚାଲିବ ସାଇକେଲ, ଖୁବ ଶିଘ୍ର ରେଳ ବିଭାଗ ନେଉଛି ଏହି ବଡ ନିଷ୍ପତି

Published: Aug 1, 2020, 2:27 pm IST

ନୂଆଦିଲ୍ଲୀ, ରେଳ ଧାରଣା ଉପରେ ଟ୍ରେନ ନୁହେଁ ସାଇକେଲ ମଧ୍ୟ ଚାଲିବ। କଥାଟି ଅଡୁଆ ଲାଗୁଥିଲେ ମଧ୍ୟ ଏହା ସତ ଯେ, ରେଳ ବିଭାଗ ଏପରି ଏକ ନିଷ୍ପତି ନେଉଛି। ତେବେ ସାଇକେଲ ସାଧାରଣ ଲୋକଙ୍କ ପାଇଁ ନୁହେଁ। କେବଳ ରେଳ କର୍ମଚାରୀଙ୍କ ପାଇଁ ଏହି ସାଇକେଲ ଚାଲିବ। ସେଥିପାଇଁ ବିଭାଗର ବୈଷୟିକ କମିଟ ଏକ ସ୍ବତନ୍ତ୍ର ଧରଣର ସାଇକେଲ ତିଆରି କରିଛନ୍ତି।

ଏହା ସାଧାରଣ ସାଇକେଲର ଆଗପଛରେ ସ୍ବତନ୍ତ୍ର ଚକା ଯୋଡା ଯିବା ସହିତ ଅନ୍ୟ ରେଳ ଧାରଣାକୁ ସଂଯୋଗ କରିବା ପାଇଁ ଏକ ଲୁହା ପାଇପ ସଂଯୋଗ କରାଯାଇଛି। ସେହି ପାଇପର ଶେଷରେ ଆଉ ଏକ ଚକ ଲଗାଯାଇଛି। ଫଳରେ ଏହା ରେଳ ଧାରଣର ଦୁଇ ପଇରେ ଭାରସାମ୍ୟ ରଖି ସହଜରେ ଗଡିପାରିବ। ଏହି ସାଇକେଲକୁ ସାଧାରଣ ସାଇକେଲ ପରି ଟେକି ଟେକି ନେଇ ହେବ। ମୁଖ୍ୟତଃ ରେଳ ଧାରଣ ଚେକ୍ କରୁଥିବା ଲାଇନ କର୍ମଚାରୀଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଉଛି।

ସାଧାରଣତଃ ଲାଇନ କର୍ମଚାରୀ ଷ୍ଟେସନରୁ ଚାଲିଚାଲି ରେଳ ଧାରଣା କଡେ କଡେ ଯାଇଥାନ୍ତି। ରାସ୍ତାରେ ଯେଉଁଠି କିଛି ଖରାପ ଥିଲେ ତାହାକୁ ସଜାଡିଥାନ୍ତି। ତେବେ ଚାଲିଚାଲି ଯିବା ବହୁ ସମୟ ସାପେକ୍ଷ। ସେଥିପାଇଁ ଏହି ସ୍ବତନ୍ତ୍ର ସାଇକେଲ ବ୍ୟବସ୍ଥା କରାଯାଇଛି। ଖୁବ ଶିଘ୍ର ଏହି ସାଇକେଲକୁ ରେଳ ବିଭାଗ ଲାଗୁ କରିବାକୁ ଯାଉଛନ୍ତି।

Related posts